ବସ୍ତାରେ ଗୋମାଂସ ଆଣୁଥିବା ସମୟରେ ମାଡ଼ିବସିଲା ପୋଲିସ

ମୋରଡ଼ା/ରାସଗୋବିନ୍ଦପୁର,୪ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ଗୋ ମାଂସ ଚାଲାଣ ଅଭିଯୋଗରେ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ପୋଲିସ ମଙ୍ଗଳବାର ୨ଜଣଙ୍କୁ ଥାନାରେ ଅଟକ ରଖି ପଚାରାଉଚୁରା କରୁଛି। ଏନେଇ ଥାନାରେ ଏକ ମାମଲା(ନଂ.୪୪/୨୬) ରୁଜୁ ହୋଇଛି। ଅଟକ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଖୁଣ୍ଟା ଥାନା ଅଞ୍ଚଳର ରଘୁନାଥ ମାହାଲି ଏବଂ ଅନ୍ୟ ଜଣେ ନାବାଳକ ବୋଲି ପୋଲିସ ସୂଚନା ଦେଇଛି। ରଘୁନାଥଙ୍କ ମା’, ବାପା ନ ଥିବାରୁ ସେ ବେଳାଝୁରି ଗ୍ରାମରେ ଥିବା ମାମୁ ରବି ମାହାଲିଙ୍କ ଘରେ ରହି ଆସୁଛନ୍ତି। ତେବେ ମଙ୍ଗଳବାର ଏକ ବାଇକ୍‌ ଯୋଗେ ରଘୁନାଥ ଜଣେ ୧୩ ବର୍ଷର ନାବାଳକଙ୍କ ସହିତ ବାଲେଶ୍ୱର ଜିଲା ବସ୍ତା ଥାନା ଅଞ୍ଚଳରୁ ଏକ ବସ୍ତାରେ ଗୋମାଂସ ଆଣୁଥିବା ସମୟରେ ରାସଗୋବିନ୍ଦପୁର ଥାନା ଅଧୀନ ଯୋଡ଼ାପୋଡ଼ା ହାଟପଦାଠାରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଅଟକାଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଦୁଇଜଣଙ୍କୁ ଥାନାକୁ ନେଇ ପଚାରାଉଚୁରା କରିବା ସହିତ ବାଇକ୍‌କୁ ଜବତ କରିଛି।

Dharitri – Odisha’s No.1 Odia Daily