ବଲାଙ୍ଗୀର,୧୨ା୧(ସୁନିଲ କୁମାର ମହାନ୍ତି): ସଦର ଥାନା କୁଶମେଲ ପଞ୍ଚାୟତର ଇଲେକ୍ଟ୍ରି ତାର ଚୋରି ହୋଇଥିଲା। ଲୋକେ ପୋଲିସକୁ ଖବର ଦେଇବାରୁ ସଦର ପୋଲିସ ଚୋରମାନଙ୍କୁ ଥାନାକୁ ଆଣିଥିଲା ସତ ମାତ୍ର ପରେ ଛାଡ଼ିଦେଇଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ତେବେ ଏହାର ପ୍ରତିବାଦରେ ସୋମବାର ଶତାଧିକ ମହିଳା ପୁରୁଷ ଆସି ଏସ୍ପି ଅଫିସ ଘେରାଉ କରିବା ସହ ୫୭ ନଂ ରାଜ୍ୟ ରାଜପଥ ବଲାଙ୍ଗୀର-ପାଟଣାଗଡ଼ ସଦର ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି। ଅତିରିକ୍ତ ଏସ୍ପି ହିମାଂଶୁ ବେହେରା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛନ୍ତି।