ବନ୍ତ,୧୨।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ପୋଲିସ ପକ୍ଷରୁ ବେଆଇନ ବାଲି ଚାଲାଣ କରୁଥିବା ୯ଟି ହାଇଓ୍ବା ଜବତ ହୋଇଛି। ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥରେ ଆପଣ୍ଡା ଛକଠାରେ ଚଢାଉ କରାଯାଇଥିଲା। ଥାନଧିକାରୀ ସୁପ୍ରକାଶ ମହାନ୍ତିଙ୍କ ନେତୃତ୍ୱରେ ଗଠନ ହୋଇଥିବା ଏକ ଟିମ ପକ୍ଷରୁ ଚଢ଼ାଉ ଜାରି ରହିଛି।
ଏହି ଗାଡିଗୁଡ଼ିକ ପଡୋଶୀ କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ବିଭିନ୍ନ ବେଆଇନ ବୈତରଣୀ ନଦୀ ବାଲି ଘାଟରୁ ବାଲି ପରିବହନ କରୁଥିବା ଜଣାପଡିଛି ।
ଗାଡି ଗୁଡିକର ବାଲି ପରିବହନ ସମ୍ବଧୀୟ କାଗଜପତ୍ର ତନଖି ସମୟରେ ଗାଡି ଚାଳକମାନେ କୌଣସି ବୈଧ କାଗଜପତ୍ର ଦେଖାଇ ନ ପାରିବାରୁ ଗାଡ଼ିଗୁଡ଼ିକୁ ପୋଲିସ ଜବତ କରିଥିଲା।ଏଥିସହ ସହ ମାମଲା ନଂ ୧୨୯/୨୬ ରୁଜ୍ଜୁ ହୋଇଥିବା ଥାନାଧିକାରୀ ମହାନ୍ତି କହିଛନ୍ତି । ଜବତ ବାଲି ବୋଝେଇ ହାଇୱା ଗୁଡିକୁ ପୋଲିସ ଥାନା ନିକଟରେ ଆଣି ରଖିଛ। ଚାଳକ ମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା ପରେ ସର୍ତ୍ତ ମୂଳକ ଭାବେ ଛାଡି ଦିଆଯାଇଛି।
Dharitri – Odisha’s No.1 Odia Daily