ପାଟଣା,୫ା୧୨(ବୀରକିଶୋର ଦାଶ): ବେଆଇନଦେଶୀ ମହୁଲି ଭାଟି ଉପରେ ପୋଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମହୁଲି ମଦ ସହ ପୋଚ ନଷ୍ଟ କରିଛି। କେନ୍ଦୁଝର ଜିଲାତୁରୁମୁଙ୍ଗା ଥାନା ଦାଶରଥିପୁର ଗ୍ରାମର ପତଳା ସାହି ଜଙ୍ଗଲ ଭିତରେ ବେଆଇନ ଦେଶୀ ମହୁଲି ମଦ ପ୍ରସ୍ତୁତ ସମୟରେ ଶୁକ୍ରବାର ତୁରୁମୁଙ୍ଗା ପୋଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମହୁଲି ମଦ ,ପୋଚ ସହ ମଦ ରନ୍ଧା ସାମଗ୍ରୀକୁ ନିଆଁ ଲଗାଇ ପୋଡ଼ି ନଷ୍ଟ କରିଛି। ଚଢ଼ାଉ ଦେଖି ମଦ ମାଫିଆମାନେ ଫେରାର ହୋଇଯାଇଥିଲେ। ପୋଲିସ ମଦ ସହ ପୋଚ ଏବଂ ମଦ ରନ୍ଧା ସାମଗ୍ରୀକୁ ଜବତ କରି ନଷ୍ଟ କରିଛି।
ସୂଚନା ଯେ, ପତଳା ସାହିରେ ଦୀର୍ଘଦିନରୁ ବେଆଇନ ଭାବରେ ଦେଶୀ ମହୁଲି ମଦ ପ୍ରସ୍ତୁତ କରାଯାଇ ଜିଲା ଓ ବାହାରର ବିଭିନ୍ନ ଅଞ୍ଚଳକୁ ବେଧଡ଼କ ଭାବରେ ଚାଲାଣ କରାଯାଉଥିଲା। ତୁରୁମୁଙ୍ଗା ଥାନା ଇନ୍ସପେକ୍ଟର କିରଣ ସାହୁ ଓ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ଚଢାଉରେ ସାମିଲ ହୋଇଥିଲେ।

