ଆନ୍ଦୋଳନ ଭୟ: ପୋଲିସ ରାତି ଅଧିଆ ଚାଷୀନେତାଙ୍କୁ ଉଠାଇ ନେଇ…

ବରଗଡ଼/ଅତାବିରା,୧୪ା୧୧(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର ): ଧାନ ବିକ୍ରି ପଞ୍ଜୀକରଣ ଦାବିରେ ଗତ ୧୦ତାରିଖରୁ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଯୁକ୍ତ କୃଷକ ସଂଗଠନ ନେତୃତ୍ୱରେ ଧାରଣା ଚାଲିଛି। ଚାଷୀମାନେ ନିଜର ହକ୍‌ ଦାବିରେ ଶୀତ, କାକର ସହି ଅହୋରାତ୍ର ଧାରଣାରେ ବସିଛନ୍ତି।

ଅନ୍ୟପଟେ ଶୁକ୍ରବାର ଅପରାହ୍ନ ୩ଟାରେ ଜିଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ରହିଛି। ତେବେ ବୈଠକ ପୂର୍ବରୁ ପୋଲିସ ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର ଏବଂ କୋଶଲ ସେନାର ବୀରବଲ ମହାକୁଡ଼ଙ୍କୁ ଗୁରୁବାର ରାତି ଅଧିଆ ଉଠାଇ ନେଇ ସେମାନଙ୍କୁ ଅଟକ ରଖିଛି।

ପ୍ରକାଶ ଥାଉକି, ଗତ ୧୦ ତାରିଖ ଧାନ ସଂଗ୍ରହ କମିଟି ବୈଠକ ବସିବାର ଥିଲା। ମାତ୍ର ନୂଆପଡ଼ା ଉପନିର୍ବାଚନର ଆଦର୍ଶ ଆଚରଣ ବିଧି ଆଳ ଦେଖାଇ ବୈଠକକୁ ବାତିଲ କରି ଦିଆଯାଇଥିଲା।

Dharitri – Odisha’s No.1 Trusted Odia Daily

Share