ମନମୁତାବକ ପୋଷ୍ଟିଂ ପାଇଁ ବଢୁଛି ପୋଲିସ ଅଧିକାରୀଙ୍କ ଲବି

ଭୁବନେଶ୍ୱର,୯ା୨(ତ୍ରିନାଥ ମହାନ୍ତି): କମିଶନରେଟ୍‌ ପୋଲିସରେ କାମ କରିବାକୁ ଅଧିକାଂଶ ପୋଲିସ ବାବୁଙ୍କ ଇଚ୍ଛା। ସବୁକିଛି ସୁବିଧା ମିଳୁଥିବାରୁ ସେମାନେ ଜିଲାକୁ ଯିବାକୁ ଚାହୁଁନାହାନ୍ତି। ନିଜ ମନମୁତାବକପୋଷ୍ଟିଂ ପାଇଁ ଡିଜିପିଙ୍କ ନିକଟରେ ବଦଳି ଆବେଦନ କରିବା ସହ ନେତା, ଉଚ୍ଚ ଅଧିକାରୀ ଓ ପ୍ରଭାବଶାଳୀଙ୍କୁ ଧରି ଲବି କରୁଛନ୍ତି। ଏପରିକି ଯେଉଁମାନଙ୍କର କମିଶନରେଟ ପୋଲିସରୁ ଅନ୍ୟ ଜିଲାକୁ ବଦଳି ହେଉଛି, ସେମାନେ ଲାଗିପଡ଼ି ଏହାକୁ ବାତିଲ କରି ଦେଉଛନ୍ତି। ନିକଟରେ ପୋଲିସ ଇନ୍ସପେକ୍ଟର ବଦଳିରୁ ଏହା ସ୍ପଷ୍ଟ ଅନୁମେୟ ହୋଇଛି। ଏସ୍‌ଆଇରୁ ଇନ୍ସପେକ୍ଟର ର଼୍ୟାଙ୍କ୍‌କୁ ପଦୋନ୍ନତି ପରେ ୪୨୭ ପୋଲିସ ଅଧିକାରୀଙ୍କୁ ବିଭିନ୍ନ ଜିଲାରେ ପୋଷ୍ଟିଂ ଦିଆଗଲା। ହେଲେ ଶେଷରେ ପୁଣି ସେଥିରୁ ୫୦ଜଣଙ୍କ ବଦଳି ବାତିଲ କରାଯାଇ ଭୁବନେଶ୍ୱର ଓ ସ୍ପେଶାଲବ୍ରାଞ୍ଚରେ ରଖାଗଲା। ଏହା ପଛରେ ଲବି ହୋଇଥିବା ଚର୍ଚ୍ଚା ହେଉଛି। ସେହିଭଳି ବିନା ୟୁନିଫର୍ମରେ ସରକାରଙ୍କ ପାଇଁ ଗୋଇନ୍ଦାଗିରି ଲାଗି ମଧ୍ୟ ବହୁ ପୋଲିସ ଅଧିକାରୀଙ୍କ ଇଚ୍ଛା ବଢିଛି। ତେବେ ବଦଳି ପାଇଁ ସୁପାରିସ ତାଲିକା ଦେଖି ପୋଲିସ ମୁଖ୍ୟାଳୟ ଆଶ୍ଚର୍ଯ୍ୟ ହୋଇଯାଇଛି। ଏଥିସହ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ପୋଲିସ ମୁଖ୍ୟାଳୟ ପକ୍ଷରୁ ଗତ ୪ ତାରିଖରେ ଚିଠି କରାଯାଇଛି। ବଦଳି ପାଇଁ ସୁପାରିସ ଉପରେ ମତ ରଖିବାକୁ ୨୪ ଘଣ୍ଟା ସମୟ ଦିଆଯାଇଛି। କ୍ରାଇମବ୍ରାଞ୍ଚ ମହାନିର୍ଦ୍ଦେଶକ, ଗୋଇନ୍ଦା ନିର୍ଦ୍ଦେଶକ, ଭିଜିଲାନ୍ସ ନିର୍ଦ୍ଦେଶକ, ପୋଲିସ କମିଶନର, ମାନବ ଅଧିକାର ସେଲ୍‌ର ଅତିରିକ୍ତ ମହାନିର୍ଦ୍ଦେଶକ, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ମୁଖ୍ୟ, ଇଓଡବ୍ଲ୍ୟୁ ମୁଖ୍ୟ, ବ୍ରହ୍ମପୁର-ବାଲେଶ୍ବର ଡିଆଇଜି, ସବୁ ଜିଲାର ଏସପି, ଭୁବନେଶ୍ବର ସ୍ପେଶାଲ ବ୍ରାଞ୍ଚ ଏସପି, ସପ୍ତମ ବାଟାଲିୟନ ମୁଖ୍ୟଙ୍କ ସହ ଅନୁଗୋଳର ପିଟିସି ମୁଖ୍ୟଙ୍କୁ ଚିଠି ଲେଖିଛି ପୋଲିସ ମୁଖ୍ୟାଳୟ। ଚିଠି ସହ ବଦଳି ପାଇଁ ଆବେଦନ କିମ୍ବା ସୁପାରିସ କରିଥିବା ଅଧିକାରୀଙ୍କ ତାଲିକା ସଂଲଗ୍ନ ରହିଛି। ସେଥିରେ ୭୦ଜଣ ଏଏସ୍‌ଆଇ, ୯୦ ଜଣ ଏସ୍‌ଆଇ ଓ ୬୬ଜଣ ଇନ୍ସପେକ୍ଟରଙ୍କ ନାମ ରହିଛି। ୭୦ଜଣିଆ ତାଲିକାରୁ ପ୍ରାୟ ୪୦ ଜଣ ପୋଲିସ ବାବୁ ସ୍ପେଶାଲ ବ୍ରାଞ୍ଚରେ କାମ କରିବାକୁ ଆବେଦନ କରିଛନ୍ତି। କିଏ କେଉଁଠି ଅଛନ୍ତି, କେଉଁଠିକି ଯିବାକୁ ଚାହୁଁଛନ୍ତି, ତାହାର ତାଲିକା ଦେବାକୁ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛି ପୋଲିସ ମୁଖ୍ୟାଳୟ। ଏବେ ପ୍ରଶ୍ନ ଉଠୁଛି, କିଏ କରୁଛି ପୋଲିସ ବଦଳି ପାଇଁ ସୁପାରିସ। ନିଜ ପସନ୍ଦର ଚୌକି ପାଇଲେ ସାଧାରଣ ଲୋକେ ନ୍ୟାୟ ପାଇବେ ତ? ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବାରେ କେତେ ସହାୟକ ହେବେ ସୁପାରିସରେ ବଦଳି ହୋଇଥିବା ପୋଲିସ ବାବୁମାନେ?
ଏନେଇ ମାନବାଧିକାର କର୍ମୀ ହିମାଂଶୁ ନାୟକ କହିଛନ୍ତି ଯେ, ନେତାଙ୍କ ଚାପରେ ପୋଲିସ ଅଧିକାରୀଙ୍କୁ ମନମୁତାବକ ପୋଷ୍ଟିଂ କରାଗଲେ ଅପରାଧ ବଢ଼ିଯିବ। କାରଣ ସେମାନେ ଲୋକଙ୍କ ବଦଳରେ ନେତାଙ୍କ ପାଇଁ କାମ କରିବେ। ଲୋକ ନ୍ୟାୟ ପାଇବା ବଦଳରେ ଅଧିକ ପ୍ରତାରିତ ହେବେ। ତେଣୁ ଦକ୍ଷ ଅଧିକାରୀଙ୍କୁ ପୋଷ୍ଟିଂ ଦେବା ଆବଶ୍ୟକ। ପୋଲିସ ଡିଜି ଓ୍ବାଇ.ବି ଖୁରାନିଆ କହିଛନ୍ତି , ଆମେ ଦକ୍ଷ ପୋଲିସ ଅଧିକାରୀଙ୍କୁ ଦେଖି ବିଭିନ୍ନ ଜିଲାରେ ପୋଷ୍ଟିଂ ଦେଉଛୁ। ସେଥିରେ କିଛି ପାତର ଅନ୍ତର ନାହିଁ। ଆମେ ଅପରାଧ ନିୟନ୍ତ୍ରଣ ଉପରେ ଫୋକସ ଦେଉଛୁ ବୋଲି ଡିଜିପି କହିଛନ୍ତି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri