ଜୟପୁର ଜିଲା କୋର୍ଟରେ ଫେରାର ଥାନା ଅଧିକାରୀଙ୍କ ଆତ୍ମସମର୍ପଣ, ଗଞ୍ଜେଇ ବେପାରୀଙ୍କୁ ସହଯୋଗ….

ଜୟପୁର,୨।୩(ପବନ ପାଣିଗ୍ରାହୀ): ଗଞ୍ଜେଇ ଚୋରା ଚାଲାଣକାରିଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଫେରାର ଥିବା ଥାନା ଅଧିକାରୀ ଜୟପୁର ଜିଲା ଜଜ୍ କୋର୍ଟରେ ଆତ୍ମ ସମର୍ପଣ । ଥାନା ଅଧିକାରୀ ଜଣକ ହେଉଛନ୍ତି ପୁରୀ ଜିଲା ଅସ୍ତରଙ୍ଗର ତତ୍କାଳୀନ ଥାନା ଅଧିକାରୀ ରାଜେଶ ବଳିୟାରସିଂହ ।

ରାଜେଶ କୋରାପୁଟ ଜିଲାର ଜୟପୁର, କୋରାପୁଟ ସମେତ ରାୟଗଡ଼ା ଜିଲାର ଅନେକ ଥାନାରେ କାର୍ଯ୍ୟରତ ଥିଲେ । ତତ୍କାଳୀନ ଜୟପୁର ଏସଡିପିଓ ପାର୍ଥ କାଶ୍ୟପଙ୍କ ନେତୃତ୍ୱରେ ଗତ ଅଗଷ୍ଟ ପ୍ରଥମ ସପ୍ତାହରେ ଏକ ଟିମ୍ ଭୁବନେଶ୍ୱର ଯାଇଥିଲେ । ରଜେଶଙ୍କୁ କାବୁ କରିଥିଲେ, ସେଠାରୁ ରାଜେଶ ଚତୁରତାର ସହ ଚମ୍ପଟ ମାରିଥିଲେ ।

 

Dharitri – Odisha’s No.1 Odia Daily

Share