ବଲାଙ୍ଗୀର,୧୬ା୧(ସୁନିଲ କୁମାର ମହାନ୍ତି): ଚନ୍ଦନଭାଟି ଗାଁ ଅପେରା ମଞ୍ଚରେ ନିଶା ମହାରଣା ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ। ଏନେଇ ସଦର ଥାନା ପୋଲିସ ନିଶାଙ୍କ ନାଁରେ ମାମଲା ରୁଜୁ କରିଥିଲା। ତେବେ ଏହି ଅଶ୍ଳୀଳକୁ ଖୋଦ୍ ପୋଲିସ ବାବୁ ବସି ଦେଖୁଥିଲେ। ନିଶା ମହାରାଣାଙ୍କ ଷ୍ଟେଜ ଶୋ’ ତଳେ ରହି ହସି ହସି ମଜା ଉଠାଉଥିଲେ ଚନ୍ଦନଭାଟି ଫାଣ୍ଡି ଅଧିକାରୀ। ଏହି ଭିଡିଓ ଭାଇରାଲ ହେବା ପରେ ଅଡୁଆରେ ପଡ଼ିଛି ଏବେ ବଲାଙ୍ଗୀର ପୋଲିସ ଓ ସମ୍ପୃକ୍ତ ପୋଲିସ ବାବୁ। ଗତକାଲି ଏହି ମାମଲାରେ ପୋଲିସ ଆୟୋଜକ କମିଟିର ଦୁଇ ଜଣଙ୍କୁ ଗିରଫ କରିଥିଲା। ଏବେ ପୋଲିସ ବାବୁଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ହେଉଛି ତା’ ଉପରେ ଲୋକଙ୍କ ନଜର ରହିଛି।
ଗତକାଲିଠୁ ବଲାଙ୍ଗୀର ପୋଲିସର ଏକ ଟିମ୍ ଭୁବନେଶ୍ୱରରେ ନିଶାଙ୍କ ସନ୍ଧାନରେ ରହିଛି। ହେଲେ ନିଶା ପୋଲିସକୁ ଚକମା ଦେଇ ଏବେ କେଉଁଠି ତାହା ଜଣାପଡ଼ିନି।

