ଭଞ୍ଜନଗର,୬।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଏସ୍ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ପୋଲିସ ଜିଲାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଜୁଆଡ଼ିମାନଙ୍କୁ ଗିରଫ କରୁଛିି । ଏହିଭଳି ଭଞ୍ଜନଗର ପୋଲିସ ମଧ୍ୟ ବିଗତ କିଛିଦିନ ମଧ୍ୟରେ ୬୦ରୁ ଊର୍ଦ୍ଧ୍ୱ ଜୁଆଡିଙ୍କୁ ଗିରଫ କରିଛି । ଏଥିସହ ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ ହୋଇଛି। ସୋମବାର ପୁଣି ପୋଲିସ ଜାମପଲ୍ଲିରୁ ଆଉ ୧୨ ଜଣ ଜୁଆଡିଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୧ ଲକ୍ଷ ୭୨ ହଜାର ଟଙ୍କା ଜବତ କରିଛି। ଚଳିତ ବର୍ଷ ଭଞ୍ଜନଗର ପୋଲିସର ଏହା ବଡ ଚଢାଉ। ଆଗାମୀ ଦିନରେ ଏହିଭଳି ଚଢାଉ ଜୋରଦାର ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ପାଇଛି।


