୨୮ ଅପରାଧୀଙ୍କ ଘରେ ଲଟ୍‌କା ଜାରି କଲା ପୋଲିସ, ହାଜର ନ ହେଲେ…

ଛତ୍ରପୁର,୨୨ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲାର ବିଭିନ୍ନ ଥାନା ଇଲାକାରେ ରହୁଥିବା ଫେରାର୍‌ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଘର ବାହାରେ ଲଟ୍‌କା ଜାରି କରାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଅପରାଧୀମାନେ ହାଜର ହେଉ ନାହାନ୍ତି। ଏଣୁ ତାଙ୍କ ନାମରେ ଓ୍ବାରେଣ୍ଟ ଜାରି ହୋଇଥିଲା। ଏହା ସତ୍ତ୍ବେ ସେମାନେ କୋର୍ଟରେ ହାଜର ହୋଇ ନ ଥିଲେ। ଏଣୁ ସେମାନଙ୍କୁ ପଳାତକ ଘୋଷଣା କରାଯାଇ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଲଟ୍‌କା ପ୍ରକ୍ରିୟା ଜାରି ରହିଛି।ଏହି କ୍ରମରେ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ତତ୍ତ୍ବାବଧାନରେ ଛତ୍ରପୁର, ଭଞ୍ଜନଗର, ପୁରୁଷୋତ୍ତମପୁର ଓ ଆସିକା ପୋଲିସ ସବ୍‌ଡିଭିଜନ ଅଧୀନରେ ଥିବା ଥାନାଗୁଡ଼ିକର ୨୮ ଜଣ ଅପରାଧୀଙ୍କ ଘର ବାହାରେ ଲଟ୍‌କା ଜାରି କରାଯାଇଛି। ସେଥି ମଧ୍ୟରୁ ଭଞ୍ଜନଗର ଥାନା ଅଞ୍ଚଳରେ ୪ ଜଣ ଅପରାଧୀଙ୍କ ଘରେ ବାହାରେ ଲଟ୍‌କା ଲଗାଯାଇଥିବା ବେଳେ ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ୨ଜଣ, ବେଲଗୁଣ୍ଠା ଥାନା ଅଞ୍ଚଳରେ ୨ଜଣ, ତାରସିଂ ଥାନା ଅଞ୍ଚଳରେ ୨ଜଣ, ଗାଙ୍ଗପୁର ଥାନା ଅଞ୍ଚଳରେ ୫ଜଣ, ବୁଗୁଡ଼ା ଥାନା ଅଞ୍ଚଳରେ ୩ଜଣ, ପୋଲସରା ଥାନା ଅଞ୍ଚଳରେ ୩ ଜଣ, ଛତ୍ରପୁର ଥାନା ଅଞ୍ଚଳରେ ୪ଜଣ, ପୁରୁଷୋତ୍ତମପୁର , ରମ୍ଭା ଓ ଖଲିକୋଟ ଥାନା ଅଞ୍ଚଳର ଜଣେ ଲେଖାଏ ଅପରାଧୀଙ୍କ ଘର ବାହାରେ ଲଟ୍‌କା ଜାରି କରାଯାଇଛି। ଠିକ୍‌ ସମୟରେ ଅପରାଧୀମାନେ କୋର୍ଟରେ ହାଜର ନ ହେଲେ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯିବ ବୋଲି ନୋଟିସ କରାଯାଇଛି। ଆଗକୁ ମଧ୍ୟ ଏଭଳି ପ୍ରକ୍ରିୟା ଜାରି ରହିବ ବୋଲି ଗଞ୍ଜାମ ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୂଳ ଲଙ୍ଘୁଛି ସମୁଦ୍ର: ଉଭୟ ଉପକୂଳ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ଛତ୍ରପୁର, ୫।୭ (ଦିଲ୍ଲୀପି ସାମଲ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳକ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଉପକୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାମାନେ ଭୟଭୀତ ଅବସ୍ଥାରେ ଦିନ…

କୋରାପୁଟରେ ପ୍ରବଳ ବର୍ଷା: ଭାଙ୍ଗିଲା ୭ ଘର

କୋରାପୁଟ,୫ା୭(ଅମିତାଭ ବେହେରା): କୋରାପୁଟ ଜିଲାରେ ରବିବାର ପ୍ରବଳ ବର୍ଷା ହୋଇଛି। ଜିଲାର ୧୪ଟି ବ୍ଲକରେ ମୋଟ୍‌ ୧୩୭୧.୪ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଜୟପୁର କୋରାପୁଟ ଆଦି…

ତାରାତାରିଣୀ କଲେଜର ହେବ ଆଧୁନିକୀକରଣ, ଅଞ୍ଚଳରେ ଖୁସିର ଲହରୀ

ପୁରୁଷୋତ୍ତମପୁର,୫ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ପାଇଁ ଚଳିତ ବର୍ଷ ଏକ ଐତିହାସିକ ବର୍ଷ ପାଲଟିଛି । କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠିତ ରୁଷା/ପିଏମ-ଉଷା ପ୍ରକଳ୍ପରେ…

ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ, ମାଛ ଚାଷ ସବସିଡି ପାଇଁ SHGରୁ ନେଉଥିଲେ ଲାଞ୍ଚ

ସୋନପୁର,୫ା୭: ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ନିମ୍ନା ପଞ୍ଚାୟତର ମହିଳା ସରପଞ୍ଚ । ମାଛ ଚାଷ ସବସିଡି ପାଇଁ SHG ଠାରୁ ୨୦ ହଜାର ଲାଞ୍ଚ…

ବିହାରରୁ ବଡ଼ ଖବର; ବାଙ୍କିପୁର ଉପନିର୍ବାଚନ ଲଢ଼ିବେ ପ୍ରଶାନ୍ତ କିଶୋର, PK ଖେଳିବେ…

ପାଟନା,୫ା୭: ବିହାରର ରାଜନୈତିକ ଦୃଶ୍ୟପଟରେ ଏକ ନୂତନ ହଇଚଇ ସୃଷ୍ଟି ହୋଇଛି । ବାଙ୍କିପୁର ବିଧାନସଭା ଉପନିର୍ବାଚନ ପାଇଁ ଜନ ସୁରାଜ ପାର୍ଟି ପ୍ରଶାନ୍ତ କିଶୋରଙ୍କୁ ପ୍ରାର୍ଥୀ…

ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ: କୋରାପୁଟ ଜିଲାରୁ ବାଦ୍‌ ପଡ଼ିଲେ…

କୋରାପୁଟ,୫ା୭(ଅମିତାଭ ବେହେରା): ରବିବାର କୋରାପୁଟସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତା ଆୟୋଜିତ ବୈଠକରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରାଯାଇଥିବାବେଳେ ଏଥିରୁ…

ନିର୍ବନ୍ଧର ୪ ମାସ ପରେ ପୃଥ୍ବୀ ଶ’ ସହ ସମ୍ପର୍କ ତୁଟାଇଲେ ଆକୃତି ଅଗ୍ରଓ୍ବାଲ, ପ୍ରତାରଣା କରିଥିବା ଅଭିଯୋଗ

ନୂଆଦିଲ୍ଲୀ,୫।୭: ପୁଣି ଥରେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଭାରତୀୟ କ୍ରିକେଟର ପୃଥ୍ବୀ ଶ’। ସେ ଏବଂ ତାଙ୍କ ଭାବି ପତ୍ନୀ ଆକୃତି ଅଗ୍ରୱାଲଙ୍କ ସମ୍ପର୍କରେ ସୃଷ୍ଟି…

ବାଇକ୍‌ ସହ ଲୁଟିନେଇଥିଲେ ଟଙ୍କା, ପୋଲିସ ୫ ଜଣଙ୍କୁ ଗିରଫ କରି ତାଙ୍କଠାରୁ…

ରିଷିଡ଼ା/ମ.ରାମପୁର,୫ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ମ.ରାମପୁର ନିକଟସ୍ଥ ଅରନଝରଣ ଘାଟିଠାରେ ୩ତାରିଖ ଶୁକ୍ରବାର ୫ଜଣ ଦୁର୍ବୃତ୍ତ ଏକ ଗାଡ଼ିରେ ଆସି ବଗବେଡ଼ା ଗାଁର ହେମସାଗର ଦେହେରିଆ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri