ଦାରିଙ୍ଗବାଡ଼ି,୨୭ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଚାରିପଟକୁ ଜବରଦଖଲ କରି ଏକାଧିକ ଲୋକ ବସବାସ କରୁଛନ୍ତି। ଏବେ ଉକ୍ତ ଜବରଦଖଲକୁ ଥାନା ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ରବିବାରଠାରୁ କରାଯାଇଛି। ଥାନା ଅଧିକାରୀ ତଥା ଡିଏସ୍ପି କନକ କୁମାର ମାଝୀଙ୍କ ନେତୃତ୍ୱରେ ସଦଳବଳ ଉପସ୍ଥିତିରେ ଥାନା ମୁଖ୍ୟ ଫାଟକଠାରୁ ବସ୍ଷ୍ଟାଣ୍ଡ ରୋଡ୍ର ଉଚ୍ଛେଦ ଆରମ୍ଭ ହୋଇଛି। ଥାନା ସମ୍ମୁଖ ଏବଂ ପଛପାଖ ସମସ୍ତ ଅଞ୍ଚଳର ଦୀର୍ଘ ବର୍ଷ ହେଲା ଜବରଦଖଲ ହୋଇରହିଛି। ତେବେ ଥାନାର ଏବେ ପକ୍କା କଂକ୍ରିଟ ପାଚେରି ନିର୍ମାଣ କାର୍ଯ୍ୟ କରାଯିବାକୁ ରହିଥିବା ବେଳେ ଜବରଦଖଲ ଯୋଗୁ ଥାନା ପରିସର ଦିନକୁ ଦିନ ସଙ୍କୁଚିତ ହୋଇପଡ଼ିଥିଲା। ଯାହାକି ଏବେ ପୋଲିସ ବଡ଼ ପଦକ୍ଷେପ ନେଇ ଉଚ୍ଛେଦ କାର୍ଯ୍ୟ କରାଯାଉଥିବା ଡିଏସ୍ପି ମାଝୀ କହିଛନ୍ତି। ଏହି ଉଚ୍ଛେଦ ବେଳେ ଛୋଟ ବଡ଼ ବାସଗୃହ ସମେତ ଦୋକାନ ଗୃହ ଆଦି ଉଚ୍ଛେଦ କରାଯାଉଛି।

