ବଲାଙ୍ଗୀର,୧୦।୩ ( ସୁନିଲ କୁମାର ମହାନ୍ତି): ଦୁର୍ଘଟଣାରେ ସରକାରୀ ଆୟୁର୍ବେଦିକ କଲେଜର ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ପରେ ଏବେ ଆକ୍ସନ ମୋଡ଼ରେ ବଲାଙ୍ଗୀର ଟାଉନ ପୋଲିସ । ବଲାଙ୍ଗୀର ସହରରେ ସ୍ପିଡ୍ ବାଇକରମାନଙ୍କୁ ସାବାଡ଼ କରିବା ପାଇଁ ପୋଲିସ ଅପରେସନ “ସୁପର” ଆରମ୍ଭ କରିଛି । ସୁପର ବାଇକ ଧରି ସହର ଭିତରେ ଷ୍ଟଣ୍ଟ ଶୋ କରୁଥିବା ଅମାନିଆ ଗାଡି ଚାଳକଙ୍କୁ ଏବେ ସାବାଡ଼ କରିବ ପୋଲିସ । ସହରର ବିଭିନ୍ନ ଛକ ଓ ଏଣ୍ଟ୍ରି ପଏଣ୍ଟରେ ପୋଲିସ ଚେକିଂ ଜୋରଦାର ଆରମ୍ଭ କରାଯାଇଛି। ଡ୍ରଙ୍କ ଆଣ୍ଡ ଡ୍ରାଇଭ ସହିତ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରୁଥିବା ଲୋକଙ୍କୁ ଫାଇନ କାଟି ପୋଲିସ ଏବେ ସାବାଡ଼ କରୁଛି । ଏହା ସହିତ ବଲାଙ୍ଗୀର ଭିଆଇପି ରାସ୍ତା ସର୍କିଟହାଉସ ରାସ୍ତାର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରେ ଟାଉନ ପୋଲିସ ବ୍ୟାରିକେଡ୍ ମଧ୍ୟ ଲଗାଇଛି।