ବିଦ୍ୟୁତ୍‌ ଖୁଣ୍ଟ ଚୋରି ବେଳେ ୩ ଲୁଟେରାଙ୍କୁ କାବୁ କଲା ପୋଲିସ୍‌

ଉଦଳା, ୧୬।୫ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ମଉଦା ଅଞ୍ଚଳରେ ଗତ ଶନିବାର କେତେଜଣ ଲୁଟେରା ବିଦ୍ୟୁତ୍‌ ଖୁଣ୍ଟ ଚୋରି କରୁଥିଲେ। ବିଲ ଭିତରେ ଉକ୍ତ ଖୁଣ୍ଟ ଥିବା ବେଳେ ତାହାକୁ ଗ୍ୟାସ୍‌ କଟରରେ କାଟି ଏକ ଟାଟା ଏସିଇ ଗାଡିରେ ଲୋଡ କରି ସାରିଥିଲେ ା
ହେଲେ ପୋଲିସ୍‌ କୌଣସି ସୂତ୍ରରୁ ଖବରପାଇ ସେଠାରେ ପହଞ୍ଚିବାପରେ ଘଟଣାସ୍ଥଳରୁ ୩ଜଣଙ୍କୁ ଧରିଥିବାବେଳେ ଅନ୍ୟ ୩ଜଣ ଖସି ପଳାଇଛନ୍ତି। ପୋଲିସ୍‌ ୩ ଲୁଟେରାଙ୍କୁ ଗିରଫ କରିବା ସହିତ ଲୁଟରେ ବ୍ୟବହୃତ ହୋଇଥିବା ଗ୍ୟାସ୍‌ ଟାଙ୍କି, କଟର ମେଶିନ୍‌ ସମେତ କଟା ଯାଇଥିବା ବିଦ୍ୟୁତ୍‌ ଖୁଂଟ ଏବଂ ଗାଡିକୁ ଜବତ କରିଛି। ଗିରଫ ୩ ଅଭିଯୁକ୍ତ ହେଲେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳର ବିଜୟ କୁମାର ମଲ୍ଲିକ, ରତିକାନ୍ତ ପୃଷ୍ଟି, କାର୍ତ୍ତିକ ଚନ୍ଦ୍ର ବେହେରା। ପୋଲିସ ଅନ୍ୟ ଲୁଟେରାଙ୍କୁ ଗିରଫ କରିବାପାଇଁ ତଦନ୍ତ ଜାରି ରଖିଛି।