ଡିଜି ଦେଲେ ବଡ଼ ପ୍ରତିଶ୍ରୁତି: ୨୦୨୬ ମାର୍ଚ୍ଚ ସୁଦ୍ଧା…

ମାଲକାନଗିରି,୭ା୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଗସ୍ତରେ ପୋଲିସ ଡିଜି ୱାଇ.ବି. ଖୁରାନିଆ ଗୁରୁବାର ଆସି ମାଓବାଦୀ ସମସ୍ୟା ଓ ବିଭିନ୍ନ ବିଷୟରେ ଉଚ୍ଚସ୍ତରୀୟ ସମୀକ୍ଷା କରିଥିଲେ। ହେଲିକପ୍ଟର ଯୋଗେ ଖୁରାନିଆ ଚିତ୍ରକୋଣ୍ଡା ବ୍ଲକ୍‌ ସ୍ବାଭିମାନ ଅଞ୍ଚଳ ଗୋରାସେତୁ ବିଏସ୍‌ଏଫ୍‌ କ୍ୟାମ୍ପ ପରିଦର୍ଶନ କରିଥିଲେ।

ସେଠାରେ ଯବାନମାନଙ୍କ ସହ ମାଓବାଦୀ ଦମନକୁ ନେଇ ଆଲୋଚନା କରି ସେମାନଙ୍କ ମନୋବଳ ବଢ଼ାଇଥିଲେ। ଏହାସହ ବିଏସ୍‌ଏଫ୍‌ ଅଧିକାରୀଙ୍କ ସହ ମାଓବାଦୀ ସମସ୍ୟା ନେଇ ଆଲୋଚନା କରିଥିଲେ। ପରେ ମାଲକାନଗିରି ଜିଲା ସଦରରେ ଥିବା ଏମ୍‌ଭି ୩ ସ୍ଥିତ ବିଏସ୍‌ଏଫ୍‌ କ୍ୟାମ୍ପରେ ପହଞ୍ଚି ବିଏସ୍‌ଏଫ୍‌ ଆଇଜି ସି.ଡି. ଅଗ୍ରୱାଲ, ଡିଆଇଜି ବିଜୟ ସିହ୍ନା ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନାକରି ଜିଲା ପୋଲିସ କାର୍ଯ୍ୟାଳୟରେ ବିଏସ୍‌ଏଫ୍‌ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀଙ୍କ ସହ ମାଓବାଦୀ ଦମନ ରଣନୀତି ସମ୍ପର୍କରେ ସମୀକ୍ଷା କରିଥିଲେ।

ସ୍ଥାନୀୟ ଅଞ୍ଚଳରେ ଯାହା ସମସ୍ୟା ଅଛି ତାକୁ ସମାଧାନ କରାଯିବା ସହ ଗୃହ ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମାର୍ଚ୍ଚ ୨୦୨୬ ସୁଦ୍ଧା ରାଜ୍ୟକୁ କିପରି ସମ୍ପୂର୍ଣ୍ଣ ମାଓବାଦୀ ମୁକ୍ତ କରାଯିବ ସେ ନେଇ ଆଗକୁ ରଣନୀତି ପ୍ରସ୍ତୁତକରି ପଦକ୍ଷେପ ନିଆଯିବ ବୋଲି କହିଥିଲେ। ମାଓବାଦୀଙ୍କ ପ୍ରୋତ୍ସାହନରେ ରାଜ୍ୟରେ ଗଞ୍ଜେଇ ଚାଷ ହେଉଥିଲା। ଏବେ ସେମାନଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ ବେଆଇନ ଗଞ୍ଜେଇ ଚାଷ ଓ ଚାଲାଣ ମଧ୍ୟ କମିଛି।

୨୦୨୬ ମାର୍ଚ୍ଚ ସୁଦ୍ଧା ଜିଲାରୁ ମାଓବାଦୀ ନିପାତ ହେବା ସହ ବେଆଇନ ଗଞ୍ଜେଇ ଚାଷକୁ ରୋକାଯିବ ବୋଲି ସେ କହିଛନ୍ତି। ତେବେ ଜିଲାରୁ ବିଏସ୍‌ଏଫ୍‌ ଯବାନଙ୍କୁ ସ୍ଥାନାନ୍ତର ବିଷୟରେ ସେ କହିଛନ୍ତି, ସ୍ବାଭିମାନ ଅଞ୍ଚଳରେ ଯେଉଁ ଶାନ୍ତି ଫେରି ଆସିଛି ତାହା ସବୁବେଳେ ରହିବା ପାଇଁ ଆମର ପ୍ରୟାସ ରହିବ। ଏହି ଅଞ୍ଚଳରେ ସୁରକ୍ଷା ବଳର ସ୍ବତନ୍ତ୍ର କ୍ୟାମ୍ପ ରହିବ। ତେଣୁ ଏହାକୁ ନେଇ ଚିନ୍ତିତ ହେବାର ଆବଶ୍ୟକତା ନାହିଁ ବୋଲି ଖୁରାନିଆ ଲୋକଙ୍କୁ ଅପିଲ କରିଥିଲେ। ତେବେ ଡିଜିପିଙ୍କ ଏହି ଗସ୍ତ ସମୟରେ ଡିଆଇଜି ଅପରେଶନ ଅଖିଳେଶ୍ୱର ସିଂ, ଡିଆଇଜି ଏସ୍‌ଆଇଡବ୍ଲ୍ୟୁ କେ.ଭି.ସିଂ, କୋରାପୁଟ ଏସ୍‌ପି ରୋହିତ ବର୍ମା, ମାଲକାନଗିରି ଅତିରିକ୍ତ ଏସ୍‌ପି ତପନ ନାରାୟଣ ରଥ ପ୍ରମୁଖଙ୍କ ସହ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

ପଦ୍ମନାଭପୁର ହାଇସ୍କୁଲର ବାର୍ଷିକୋତ୍ସବ: ନିଜର ଭବିଷ୍ୟତ ପାଇଁ କଠିନ ପରିଶ୍ରମ କରିବାକୁ…

ଦିଗପହଣ୍ଡି,୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟତ୍ରୀ ବିଦ୍ୟୁତଲତା ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri