ପଶ୍ଚିମବଙ୍ଗରୁ ବାଂଲାଦେଶ ପଠାଯାଉଥିଲା ଚୋରି ମୋବାଇଲ: ୫ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଧରିଲା ପୋଲିସ

ଜୟପୁର,୧୨।୯(ପବନ ପାଣିଗ୍ରାହୀ): ଆନ୍ତଃରାଜ୍ୟ ର଼୍ୟାକେଟ୍‌ର ୫ ମୋବାଇଲ ଫୋନ୍‌ ଲୁଟେରାକୁ ଜୟପୁର ଟାଉନ ପୋଲିସ ଗୁରୁବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାଡଖଣ୍ଡର ବିଶାଳ କୁମାର ମହତ(୨୨), ହରି କୁମାର ମହ (୩୦) ଉତ୍ତମ ତୁରି (୨୨)। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗର ୨ଜଣ ନାବାଳକ ରହିଥିବା ଜୟପୁର ଏସ୍‌ଡିପିଓଙ୍କ କାଯ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ଅଙ୍କିତ କୁମାର ବର୍ମା ସୂଚନା ଦେଇଛନ୍ତି।

ଗତ ୬ ଓ ୭ ତାରିଖରେ ଜୟପୁର ଦୈନିକ ବଜାରରୁ ୧୨ଟି ମୋବାଇଲ ଫୋନ୍‌ ଚୋରି ହୋଇଥିଲା। ଏନେଇ ଟାଉନ୍‌ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଲାଗିଥିବା ସିସି ଟିଭି ଫୁଟଜ୍‌ ଯାଞ୍ଚ କରିବା ସହ ସ୍ଥାନୀୟ ଲୋକଙ୍କ ତଥ୍ୟ ଆଧାରରେ ତଦନ୍ତ ଆରମ୍ଭ କରିଥିଲା ।

ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟିମ୍‌ ଏସ୍‌ଆଇ ସିଦ୍ଧାନ୍ତ ବେହେରାଙ୍କ ନେତୃତ୍ୱରେ ଲୁଟେରାଙ୍କୁ ଧରିବା ପାଇ ଝାରସୁଗୁଡାକୁ ଯାଇଥିଲା। ସେଠାରେ ବିଭିନ୍ନ ସ୍ଥାନରେ ଚଢାଉ କରି ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୫ଜଣକୁ କାବୁ କରିଥିଲା। ସେମାନଙ୍କ ନିକଟରୁ ୫୦ଟି ଚୋରି ମୋବାଇଲ ଫୋନ୍‌ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ଜୟପୁର ଅଣାଯାଇ ଅଧିକ ତଦନ୍ତ କରାଯାଇଥିଲା। ସେମାନେ ଜୟପୁର ଆସି ଏକ ହୋଟେଲରେ ରହିଥିଲେ। ଏଠାରେ ଲୁଟ କରି ପୁଣି ଝାରୁସୁଗୁଡା ଫେରିଥିଲେ। ମୋବାଇଲ ଚୋରି କରି ସେମାନେ ପଶ୍ଚିମବଙ୍ଗର ଜଣେ ଲୋକଙ୍କୁ ବିକ୍ରି କରୁଥିବା ଜଣାପଡିଛି।

ପଶ୍ଚିମବଙ୍ଗର କ୍ରେତା ଉକ୍ତ ମୋବାଇଲକୁ ବାଂଲାଦେଶକୁ ପଠାଉଥିବା ସୂଚନା ମିଳିଛି। ୩ ଅଭିଯୁକ୍ତଙ୍କୁ ସଂଘବଦ୍ଧ ଚୋରି ଦଫାରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ୨ ଜଣକୁ ଜୁଭେଲାଇନ ଜଷ୍ଟିସବୋର୍ଡଙ୍କ ନିକଟରେ ହଜାର କରାଯାଇଛି । ୫୦ଟି ମୋବାଇଲରୁ ୧୨ଟି ମୋବାଇଲ ଫୋନ୍‌କୁ ମାଲିକଙ୍କ ମାଲିକାନା ଯାଞ୍ଚ କରି ହସ୍ତାନ୍ତର କରାଯାଇଛି । ଅନ୍ୟ ମୋବାଇଲ ସବୁ ଯାଞ୍ଚ କରାଯାଇ ମାଲିକକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଖବରଦାତା ସମ୍ମିଳନୀରେ ଟାଉନ ଥାନା ଅଧିକାରୀ ରମଣି ରଞ୍ଜନ ଦଳେଇ, ଏସ୍‌ଆଇ ସିଦ୍ଧାନ୍ତ ବେହରା ପ୍ରମୁଖ ଉପସ୍ଥିତ ରହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026ର ଟିକେଟ ପାଇଁ କେମିତି ଆଉ କେଉଁଠି କରିବେ ଟିକେଟ ବୁକିଂ, ଜାଣନ୍ତୁ କେବେଠାରୁ ଆରମ୍ଭ ହେଉଛି ବିକ୍ରି

ନୂଆଦିଲ୍ଲୀ,୧୨।୩: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଗତ ବୁଧବାର (ମାର୍ଚ୍ଚ ୧୧) ରେ IPL ୨୦୨୬ କାର୍ଯ୍ୟସୂଚୀ ପ୍ରକାଶ କରିଛି। ୨୮ ମାର୍ଚ୍ଚରୁ ଆରମ୍ଭ ହେଉଥିବା…

୨୭ ବର୍ଷ ବୟସରେ ସାଉଥ ଅଭିନେତାଙ୍କ ପରଲୋକ, ଘରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ,୧୨ା୩: ଚଳଚ୍ଚିତ୍ର ଜଗତରୁ ଏକ ଦୁଃଖଦ ଖବର ଆସିଛି । ମାଲାୟଲମ ଅଭିନେତା ହରି ମୁରଲୀଙ୍କ ୨୭ ବର୍ଷ ବୟସରେ ଦେହାନ୍ତ ହୋଇଛି । ମାତ୍ର ଚାରି…

ସହରରେ ୨୫ ଦିନ ପରେ ହୋଇପାରିବ ସିଲିଣ୍ଡର ବୁକିଂ, ତେବେ ଗାଁ ପାଇଁ କ’ଣ ରହିଛି ନିୟମ? ସଂସଦରେ ସରକାର ଦେଲେ ଉତ୍ତର

ନୂଆଦିଲ୍ଲୀ,୧୨।୩: ସଂସଦରେ ଗ୍ୟାସ ସଙ୍କଟ ସମ୍ପର୍କରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀ କହିଥିଲେ ଯେ ଦେଶରେ ପର୍ଯ୍ୟାପ୍ତ ପରିମାଣର ଏଲପିଜି ସିଲିଣ୍ଡର ଅଛି ଏବଂ ଭୟଭୀତ ହେବାର…

ଯୁଦ୍ଧରୁ ଏହି ଦେଶକୁ ମିଳୁଛି ବମ୍ଫର ଫାଇଦା, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୧୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ବାଧା ସୃଷ୍ଟି କରିଛି। ସଂଘର୍ଷରେ ସିଧାସଳଖ ଜଡିତ ଦେଶଗୁଡ଼ିକ ସାମରିକ ଅଭିଯାନ…

ଯୁଦ୍ଧ ଭିତରେ ଇରାନକୁ କେତେଥର ଫୋନ କରିଛି ଭାରତ, ବଡ଼ କଥା କହିଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୨।୩: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଭାରତ ସରକାର କୂଟନୈତିକ ଏବଂ ମାନବୀୟ ସ୍ତରରେ ସକ୍ରିୟ ଭାବରେ ନିୟୋଜିତ ଅଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ…

ଭାଇରାଲ ଗର୍ଲ ମୋନାଲିସାଙ୍କୁ ବିବାହ କରିଥିବା ଫରମାନ କିଏ? କ’ଣ କରନ୍ତି? କେମିତି ହେଲେ ମୋନାଲିସାଙ୍କ ଜୀବନସାଥି? ଜାଣନ୍ତୁ…

ମୁମ୍ବାଇ,୧୨।୩: ମହାକୁମ୍ଭ ମେଳା ୨୦୨୫ ପରେ ରାତାରାତି ଭାଇରାଲ ହୋଇଥିବା ମୋନାଲିସା ପୁଣି ଥରେ ଶିରୋନାମାରେ ଅଛନ୍ତି। ଏହାର କାରଣ ହେଉଛି ତାଙ୍କ ବିବାହ। ପ୍ରକୃତରେ, ମୋନାଲିସା…

ଆକ୍ସନରେ ଭାରତ ସରକାର, ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା କମିଟି, ଜାଣନ୍ତୁ କ’ଣ କରାଯିବ

ନୂଆଦିଲ୍ଲୀ,୧୨।୩: ଇରାନରେ ଚାଲିଥିବା ସଙ୍କଟକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ପରିସ୍ଥିତି ଉପରେ କଡ଼ା ନଜର ରଖିବା ଏବଂ ସମ୍ଭାବ୍ୟ ପ୍ରଭାବର ମୁକାବିଲା କରିବା ପାଇଁ ଏକ…

ଓଡ଼ିଶାରେ ସରିଯିବ କି ଗ୍ୟାସ? ଜାଣନ୍ତୁ କ’ଣ କହିଲେ ବିଧାୟକ

ଭୁବନେଶ୍ୱର,୧୨।୩: ସାଧାରଣ ଖାଉଟୀଙ୍କ ରୋଷେଇ ଘରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ସିଧା ଅଭାବ ପଡିଛି। ଏଲପିଜି ସିଲିଣ୍ଡରର ଅଭାବ ପାଇଁ ଅଚଳାବସ୍ଥା ସୃଷ୍ଟି ହେଲାଣି। ଯୁଦ୍ଧ ପ୍ରଭାବରୁ ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri