ଘଟଣାର ପର୍ଦ୍ଦା ହଟାଇପାରୁନି ପୋଲିସ

ବୌଦ୍ଧ,୧ା୪(ସ୍ବ.ପ୍ର.): ବୌଦ୍ଧ ବନଖଣ୍ଡ ଅଧୀନସ୍ଥ ଖଲିଆପାଲି ଛକରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ବନ ବିଭାଗ ଗାଡି ଉପରକୁ ଗୁଳିମାଡ କରାଯାଇଥିଲା । ଏହି ଗାଡିରେ ଏସିଏଫଙ୍କ ସମେତ ଆଠ ଜଣ ବନ କର୍ମଚାରୀ ବସିଥିଲେ । ଗୁଳିମାଡ ଯୋଗୁ ଦୁଇଜଣ ବନ କର୍ମଚାରୀ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାର ୩ ଦିନ ବିତିଥିଲେ ମଧ୍ୟ ପୋଲିସ ଘଟଣାର ପର୍ଦ୍ଦାଫାସ କରି ପାରିନାହିଁ । ଗୁଳିମାଡ ଘଟଣା ଜିଲାରେ ଏକ ପ୍ରମୁଖ ଘଟଣା ହୋଇଥିବା ବେଳେ ଏପଟେ ଗୁରୁବାର ଦିନ ସୋସିଆଲ ମିଡିଆରେ ଓଡିଶା ଅଣଗେଜେଟେଡ ବନ ସେବା ସଂଘର ରାଜ୍ୟ ସଭାପତି ଜଗବନ୍ଧୁ ପାତ୍ର ଏକ ପୋଷ୍ଟ କରି ସେ ସିଧା ପୋଲିସ ଉପରକୁ ଅଙ୍ଗୁଳି ଉଠାଇଛନ୍ତି । ସୋସିଆଲ ମିଡିଆରେ ଏହି ଗୁଳିମାଡ କୌଣସି ଦୁର୍ବୃତ୍ତ ନୁହେଁ, ପୋଲିସ କର୍ମଚାରୀ ଏହି କାଣ୍ଡ ଭିଆଇଛନ୍ତି ବୋଲି ଲେଖିଛନ୍ତି । କ’ଣ ତାଙ୍କର ଉଦ୍ଦେଶ୍ୟ, କାହିଁକି ଏଭଳି କଲେ ଏହା ତଦନ୍ତସାପେକ୍ଷ ବୋଲି ଲେଖିଛନ୍ତି। ହେଲେ ବୌଦ୍ଧ ପୋଲିସ ବିରୋଧରେ ନିଜେ ସେମାନେ କ’ଣ ତଦନ୍ତ କରିବେ ବୋଲି ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତିା ଯାହାକୁ ନେଇ ଜିଲାରେ ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡିଆରେ ପାତ୍ରଙ୍କ ଅଭିଯୋଗରେ କିଛିଟା ସତ୍ୟାସତ୍ୟ ଥିବା ନେଇ ସାଧାରଣରେ ମଧ୍ୟ ଚର୍ଚ୍ଚା ହେଉଛି ।
ପାତ୍ର ଅଭିଯୋଗ କରିଛନ୍ତି, ଘଟଣା ରାତିରେ ପଲସର ଓ ଆପାଚିରେ ଚାରି ଜଣ ପୋଲିସ କର୍ମଚାରୀ ଡିଉଟି କରୁଥିବା ବେଳେ ବାରକୋଡାଠାରେ ୩ ଜଣ ବନ କର୍ମଚାରୀଙ୍କ ସହିତ ଭେଟଘାଟ ହୋଇଥିଲା । ଏହାର କିଛି ସମୟ ପରେ ଖଲିଆପାଲି ଛକ ଠାରେ ବନ ବିଭାଗର ଗାଡି ଉପରକୁ ଗୁଳିମାଡ ହୋଇଥିଲା ବୋଲି ସେ କହିଛନ୍ତି। ଏଥିସହିତ ଶୁକ୍ରବାର ସନ୍ଧ୍ୟାରେ ଓଡିଶା ଅଣଗେଜେଟେଡ ବନ ସେବା ସଂଘର ଜୋନାଲ କାର୍ଯ୍ୟକାରୀ କମିଟି ବୈଠକ ବାମଣ୍ଡା ନର୍ସରୀଠାରେ ବସିଥିବା ଜଣାପଡିଛି । ବୈଠକ ପରେ ସେମାନଙ୍କ ପରବର୍ତ୍ତୀ କାର୍ଯ୍ୟପନ୍ଥା କଣ ରହିବ ସେ ନେଇ ସୂଚନା ଦିଆଯିବ ବୋଲି ରାଜ୍ୟ ସଂଘର ସଭାପତି ପାତ୍ର କହିଛନ୍ତି । ଘଟଣାସ୍ଥଳରେ ପଡିଥିବା ଖୋକାକୁ ନେଇ ଲୋକଙ୍କ ମଧ୍ୟରେ ପୋଲିସ ଉପରେ ସନ୍ଦେହ ଦୃଢ ହେବା ସହ ପୋଲିସର କାର୍ଯ୍ୟକୁ ନେଇ ଅଙ୍ଗୁଳି ଉଠୁଛି। ଏହି ଘଟଣାକୁ ନେଇ ବନ ସଂଘ ପକ୍ଷରୁ କଠୋର ନିଷ୍ପତ୍ତି ନିଆଯାଇପାରେ । ଏପରିକି ସେମାନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ଭବିଷ୍ୟତରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ମଧ୍ୟ କରିବାର ସମ୍ଭାବନା ଦେଖାଦେଇଛି। କୁଆଡେ ବନ କର୍ମଚାରୀମାନେ ଗାଡିର ନମ୍ବର ଜାଣିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏନେଇ ବୌଦ୍ଧ ଥାନା ଅଧିକାରୀ ତଦନ୍ତ ଚାଲିଥିବା ନେଇ ସୂଚନା ଦେଇଛନ୍ତିା ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri