ଚିକିଟି,୮ା୮(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ଚିକିଟି ଫାଣ୍ଡି ଅନ୍ତର୍ଗତ ଧାନଘର ଛକରେ ଗୁରୁବାର ରାତିରେ ଦୀର୍ଘଦିନ ଧରି ଚାଲିଥିବା ଜୁଆଆଡ୍ଡା ଉପରେ ଚିକିଟି ଫାଣ୍ଡି ପୋଲିସ ଚଢ଼ାଉ କରିଛି। ଏଥିରେ ୭ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ୬୧ ହଜାର ଟଙ୍କା ଗିରଫ କରାଯାଇଛି।
ସୂଚନାଯୋଗ୍ୟ, ଦୀର୍ଘଦିନ ହେଲା ଧାନଘର ଛକରେ ଲକ୍ଷାଧିକ ଟଙ୍କାର ଜୁଆଆଡ୍ଡା ଚାଲିଥିଲା। ଏଥିରେ ଆଖ ପାଖ ଅଞ୍ଚଳ ସମେତ ପଡ଼ୋଶୀ ଆନ୍ଧ୍ର ସୀମାନ୍ତରୁ ଜୁଆଡ଼ିମାନେ ଆସି ଖେଳୁଥିଲେ। ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ଆସୁଥିଲା। କୌଣସି ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଏସ୍ପି ଶ୍ରବଣ ବିବେକ ଏମ୍ଙ୍କ ନିର୍ଦ୍ଦେଶରେ ଚିକିଟି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲା।