ବାଲିଗୁଡ଼ାରେ ଚୋର ଭାବି ପୋଲିସକୁ ନିର୍ଧୁମ ମାଡ଼

ବାଲିଗୁଡ଼ା,୧୧ା୭: କଳାହାଣ୍ଡି ଜିଲାର ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ରେ ଏକ ଅଭାବନୀୟ ଘଟଣାରେ ଚୋର କିମ୍ବା ଅପହରଣକାରୀ ସନ୍ଦେହରେ ଅଞ୍ଚଳବାସୀ ପୋଲିସକୁ ନିର୍ଧୁମ ମାଡ଼ ମାରିଛନ୍ତି। ସୂଚନା ଅନୁଯାୟୀ, ଜଣେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ସାଧା ପୋଷାକରେ କୁର୍ତ୍ତମଗଡ଼ ଅଞ୍ଚଳକୁ ଆସିଥିଲେ। କିନ୍ତୁ ଅଭିଯୁକ୍ତ ପୋଲିସକୁ ଦେଖି ଅପହରଣକାରୀ ବୋଲି ପାଟି କରିଥିଲା। ଏହାକୁ ଗୁରୁତର ଭାବି ଅଞ୍ଚଳବାସୀ ପୋଲିସକୁ ଚୋର କିମ୍ବା ଅପହରଣକାରୀ ଭାବି ଆକ୍ରମଣ କରି ନିର୍ଧୁମ ମାଡ଼ ମାରିଥିଲେ। ଏହି ଘଟଣା ଅଞ୍ଚଳରେ ତୀବ୍ର ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ଏବେ ଘଟଣାର ତଦନ୍ତ କରୁଛି ଏବଂ ଅଞ୍ଚଳବାସୀଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରିଛି।

Share