ଯାଞ୍ଚବେଳେ ପୋଲିସକୁ ଆକ୍ରମଣ, ଅଭିନେତା ଗିରଫ

ଭୁବନେଶ୍ୱର,୨୫।୧୨(ସୂର୍ଯ୍ୟକାନ୍ତ ବେହେରା): ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ ସହ ଆକ୍ରମଣ କରିବା ଅଭିଯୋଗରେ ଭରତପୁର ଥାନା ପୋଲିସ ଜଣେ ଅଭିନେତାଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେ ହେଲେ ନୟାପଲ୍ଲୀରେ ରହୁଥିବା ପୁରୀର ବିରଞ୍ଚତ୍ ନାରାୟଣ ନାୟକ। ସେ ଏକାଧିକ ଓଡ଼ିଆ ଧାରାବାହିକ,ଓେବ୍‌ ସିରିଜ୍‌ରେ ଅଭିନୟ କରିଛନ୍ତି। ସୂଚନାନୁସାରେ, ରବିବାର ରାତିରେ ଭରତପୁର ଥାନାର ପାଟ୍ରୋଲିଂ ଟିମ ଥାନାଧିକାରୀଙ୍କ ନିର୍ଦ୍ଦେଶକ୍ରମେ କଳିଙ୍ଗ ଷ୍ଟୁଡିଓ ନିକଟରେ ରାତ୍ରିକାଳୀନ ଅବରୋଧ ଓ ଗାଡି ଯାଞ୍ଚ କରୁଥିଲେ। ରାତି ପ୍ରାୟ ୧ଟା ୧୫ରେ ବିରଞ୍ଚତ୍ କାର ଚଳାଇ ରେଣ୍ଟାଲ ଛକ ପାର୍ଶ୍ୱରୁ କଳିଙ୍ଗ ଷ୍ଟୁଡିଓ ଛକ ଆଡକୁ ଯାଉଥିଲେ। ଏହି ସମୟରେ ଯାଞ୍ଚ କରୁଥିବା ପୋଲିସ ଟିମ୍‌ ଯାଞ୍ଚ ପାଇଁ ତାଙ୍କ କାର୍‌କୁ ଅଟକାଇଥିଲେ। ଏହାପରେ ବିରଞ୍ଚି କାରରୁ ବାହାରି ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତିଥରା ଘଟଣା… ଅଧରାତିରେ ଚାରି ଝିଅଙ୍କୁ କୂଅରେ ଫିଙ୍ଗିଦେଲେ ମା’, ନିଜେ ବି ହାରିଲେ ଜୀବନ

ଭୋପାଳ,୧୩।୩: ଗୁରୁବାର ସକାଳେ ମଧ୍ୟପ୍ରଦେଶର ସାଗର ଜିଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। କେସଲି ପୋଲିସ ଷ୍ଟେସନ ଅଧୀନସ୍ଥ ଖାମାରିଆ ଗାଁରେ ଜଣେ ମହିଳାଙ୍କ…

‘ତାଙ୍କୁ ଗୁଳି କରିଦିଅ…’ କାହାକୁ ଏମିତି କହିଲେ ପୂର୍ବତନ ପାକିସ୍ତାନୀ କିମ୍ବଦନ୍ତୀ, କ୍ରିକେଟ୍‌ ଜଗତରେ ହଇଚଇ

ନୂଆଦିଲ୍ଲୀ,୧୩।୩: ବାଂଲାଦେଶ ବିପକ୍ଷରେ ପ୍ରଥମ ଏକଦିବସୀୟ ମ୍ୟାଚରେ ପାକିସ୍ତାନର ପରାଜୟ ପରେ, ପୂର୍ବତନ ପାକିସ୍ତାନୀ କ୍ରିକେଟରମାନେ ନିରାଶାଜନକ ବୟାନ ଦେଇଛନ୍ତି। ମୀରପୁରରେ ଖେଳାଯାଇଥିବା ମ୍ୟାଚରେ, ପାକିସ୍ତାନର ସମ୍ପୂର୍ଣ୍ଣ…

ଭୟଙ୍କର ଦୁର୍ଘଟଣା: ୨ଟି ଟ୍ରକ୍‌ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ୨ ଡ୍ରାଇଭରଙ୍କ…

ଅତାବିରା, ୧୩।୩(ଯୁଧିଷ୍ଠିର ମହାପାତ୍ର ): ବରଗଡ – ସମ୍ବଲପୁର ଜାତୀୟ ରାଜପଥରେ ଦୁଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଅତାବିରା – ଧର୍ମଶାଳା ଛକରେ ଏହି…

ବିଜେଡି ବିଧାୟକଙ୍କୁ ନବୀନଙ୍କ ତାଗିଦ୍‌: ଦେଲେ କଡ଼ା ନିର୍ଦ୍ଦେଶ, ସନ୍ଧ୍ୟା ୫ଟା୩୦ରୁ ୭ଟା୩୦ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧୩।୩: ରାଜ୍ୟ ସଭା ନିର୍ବାଚନ ଲାଗି ରାଜ୍ୟ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ସାଧାରଣ ଲୋକମାନେ ମଧ୍ୟ ରାଜ୍ୟ ସଭାକୁ ନେଇ ବିଶେଷ ଚର୍ଚ୍ଚା ଚଳାଇଛନ୍ତି। ଏହାରି…

ରୁଷିଆ ତେଲ ଉପରେ ବଡ଼ ୟୁ-ଟର୍ନ ନେଲା ଆମେରିକା: ଭାରତ ପରେ ଏବେ ସମସ୍ତଙ୍କୁ…ବିଶ୍ୱରେ ଚହଳ

ଓ୍ବାଶିଂଟନ,୧୩।୩: ଆମେରିକା ବର୍ତ୍ତମାନ ପର୍ଯ୍ୟନ୍ତ ବଜାରରେ ରୁଷୀୟ ତୈଳ ପ୍ରବେଶକୁ ଅବରୋଧ କରିବାକୁ ପ୍ରତିଶ୍ରୁତି ଦେଇଥିଲା, ଏବେ ଅନ୍ୟ ଦେଶମାନଙ୍କୁ ରୁଷୀୟ ତୈଳ କ୍ରୟ କରିବାକୁ ଅନୁରୋଧ…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri