ଏସ୍‌ଏସ୍‌ବି ଯବାନଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୨୧ା୧୧: ଏକ ଜମି ଠକେଇ ମାମଲାରେ ଜଣେ ଯବାନଙ୍କୁ ବାନ୍ଧିଛି ପୋଲିସ। ଅଭିଯୁକ୍ତ ଜଣକ ହେଲେ ଏସ୍‌ଏସ୍‌ବି ଯବାନ ସଚିତ୍ର ସେନାପତି। ଶହୀଦନଗର ପୋଲିସ ତାଙ୍କୁ ଗିରଫ କରିଛି। ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ଜମି ଦେବା ନାଁରେ ଠକେଇ ଅଭିଯୋଗ ହୋଇଥିଲା। ୪୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଯବାନ ଜଣଙ୍କ ବନ୍ଧା ହୋଇଛନ୍ତି। ପୂର୍ବରୁ ନବୀନ ନିବାସରେ ସଚିତ୍ର ସେନାପତି ଡ୍ୟୁଟି କରିଥିଲେ।

Dharitri – Odisha’s No.1 Trusted Odia Daily