ଯାଜପୁର,୧୮ା୯(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ପୋଲିସ ଗୁରୁବାର ସକାଳୁ ଦୁଇ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ମିଳିଥିବା ସୂଚନା ଅନୁସାରେ, ୧୧ ତାରିଖ ବିଳମ୍ବିତ ରାତିରେ ଓଡ଼ଙ୍ଗ ଅଞ୍ଚଳର ଏକ ଦୋକାନରୁ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ଧର୍ମଶାଳା ପୋଲିସ ତନାଘନା କରି ଏକ ସ୍ଥାନରେ ଚଢ଼ାଉ କରି ଥିଲେ ବି ସଫଳ ହୋଇ ନ ଥିଲା। ପୁନର୍ବାର ଗତକାଲି ବିଳମ୍ବିତ ରାତିରେ ଏହି ଥାନା ପଦମପୁର ଅଞ୍ଚଳର ଦୁଇ ଲୁଟେରା ରାହୁଲ ଖୁଣ୍ଟିଆ ଓ ସୁବ୍ରତ ଖୁଣ୍ଟିଆଙ୍କୁ ଧରି ଥିବାବେଳେ ତାଙ୍କ ଘରୁ ଚୋରି ସାମଗ୍ରୀ ଏବଂ ନଗଦ ଟଙ୍କା ଜବତ ହୋଇଛି। ପୋଲିସ ଉଭୟଙ୍କୁ ଧରି ଆଣି ପଚରାଉଚରା କରିବା ପରେ ଉଭୟ ଦୁଇ ଭାଇ ବୋଲି ଜାଣିବାକୁ ପାଇଥିଲେ ଏବଂ ଉଭୟ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏହା ସହ ଅନ୍ୟ କିଛି ଜଣଙ୍କ ସଂପୃକ୍ତି ରହିଛି ଏବଂ ସେମାନଙ୍କୁ ଖୁବ୍ଶୀଘ୍ର ଧରାଯିବ ବୋଲି ଥାନାଧିକାରୀ ରଞ୍ଜନ କୁମାର ମାଝୀ ସୁଚନା ଦେଇଛନ୍ତି।