ବଲାଙ୍ଗୀର, ୧୩।୨ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସାଇବର ଥାନା ପୋଲିସ କୋଟି କୋଟି ଟଙ୍କାର ସାଇବର ଠକେଇର ପର୍ଦ୍ଦାଫାଶ କରିଛି। ଏ ସଂକ୍ରାନ୍ତରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଗିରଫ ଦୁଇ ଅଭିଯୁକ୍ତ ହେଲେ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚୁଡାପାଲିର ଦେବାଶିଷ କାନ୍ତି ଓ ସୌମ୍ୟ ରଞ୍ଜନ କବାଟ। ସାଧାରଣ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରି ଅଭିନବ ଉପାୟରେ ସାଇବର ଅପରାଧୀମାନେ ଟଙ୍କା ଠକେଇ କରୁଥିଲେ। ପଶ୍ଚିମବଙ୍ଗର ସାଇବର ଠକମାନେ ଏଥିରେ ସମ୍ପୃକ୍ତ ଅଛନ୍ତି। ବଲାଙ୍ଗୀର ଏସପି ଅଭିଳାଷ ଜି ଶୁକ୍ରବାର ସାଇବର ଥାନାଠାରେ ଖବରଦାତା ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ଜିଲାରେ ୯୯୨ଟି ବ୍ୟାଙ୍କ ଆକାଉଣ୍ଟରେ ଠକେଇ ହୋଇଥିବା ଏସପି ଅଭିଳାଷ ସୂଚନା ଦେଇଛନ୍ତି।

