ବିବାହିତା ମହିଳାଙ୍କୁ ପ୍ରେମ ପରେ ପ୍ରତାରଣା: କଲେଜ ଅଧ୍ୟକ୍ଷଙ୍କୁ ବାନ୍ଧିଲା ପୋଲିସ

କୁଚିଣ୍ଡା,୨୦ା୪(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ମହୁଲପାଲି ଥାନା ଅଞ୍ଚଳର ଜନୈକା ବିବାହିତା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି ଶେଷରେ ତାଙ୍କୁ ପ୍ରତାରଣା କରିବା ଅଭିଯୋଗରେ କୁଚିଣ୍ଡା ପୋଲିସ ଶନିବାର କୁଚିଣ୍ଡା ବ୍ଲକ କଲ୍ଲେହିପାଲି ଯୁକ୍ତଦୁଇ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଧ୍ୟକ୍ଷ ହେଲେ ମହୁଲପାଲି ଥାନା କୁର୍ମିମୁଣ୍ଡା ଗ୍ରାମର ଡିଲେଶ୍ୱର ବେହେରା(୫୮)।
ପୀଡ଼ିତା ମହିଳାଙ୍କ ଏତଲା କ୍ରମେ ପୋଲିସ କୁଚିଣ୍ଡା ଥାନାରେ ଭାରତୀୟ ନ୍ୟାୟ ସଂହିତା ଧାରା ୯୬/୨୯୭/୩୫୧(୨)କେସ୍‌ ନଂ.୮୧/୨୫ରେ ମାମଲା ରୁଜୁ କରି ତଦନ୍ତ କରୁଛି।

ସୂଚନାନୁଯାୟୀ, କଲ୍ଲେହିପାଲି ଯୁକ୍ତଦୁଇ କଲେଜ ଅଧ୍ୟକ୍ଷ ଡିଲେଶ୍ୱର ବେହେରା ନିଜ ଗ୍ରାମର ଜଣେ ବିବାହିତା ମହିଳାଙ୍କ ସହ ଦୀର୍ଘ ବର୍ଷ ହେବ ପ୍ରେମ ସମ୍ପର୍କ ରଖିଥିଲେ। ପୁନଃ ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ଏ ସମ୍ପର୍କରେ ସଂପୃକ୍ତ ମହିଳାଙ୍କ ସ୍ବାମୀ ଜାଣିବା ପରେ ମହିଳାଙ୍କ ପରିବାରରେ ଅଶାନ୍ତି ସୃଷ୍ଟି ହୋଇଥିଲା ଓ ପରେ ମହିଳାଙ୍କୁ ତାଙ୍କ ସ୍ବାମୀ ଘରୁ ତଡ଼ି ଦେଇଥିଲେ। ତେଣୁ ମହିଳା ଜଣକ ଅନ୍ୟ ଉପାୟ ନ ପାଇ ଅଧ୍ୟକ୍ଷ ଡିଲେଶ୍ୱରଙ୍କୁ ବିବାହ ପାଇଁ ଜିଦ୍‌ କରିବାରୁ ସେ ସ୍ପଷ୍ଟ ଭାବେ ମନା କରି ତାଙ୍କୁ ହତ୍ୟା ଧମକ ଦେଇଥିବା ଥାନାରେ ସେ ଗତ ୧୭ରେ କୁଚିଣ୍ଡା ଥାନାରେ ଅଭିଯୋଗ କରିଥିଲେ। ଏହି ଆଧାରରେ ଅଧ୍ୟକ୍ଷଙ୍କୁ ପୋଲିସ ବାନ୍ଧିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୟଦେବ ଭବନରେ ସମ୍ମାନିତ ହେଲେ ଦେବଗଡ଼ର ବିଶିଷ୍ଟ ଶିକ୍ଷାବିତ୍ ପ୍ରଶାନ୍ତ ସାର୍

ଦେବଗଡ଼, ୪।୬(ଶଶାଙ୍କ ଶେଖର ଝାଙ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଓମେନ୍ସ ସ୍ୱେଚ୍ଛାସେବୀ ସଂଗଠନ ଓ କଳିଙ୍ଗ ସଂକୀର୍ତ୍ତନ ମଣ୍ଡଳୀ ମହାସଂଘ ପକ୍ଷରୁ ୨୦ତମ ବାର୍ଷିକ…

ଜେୱର ବିମାନବନ୍ଦର ଫ୍ଲାଏଓଭର ନିର୍ମାଣ ସ୍ଥାନରେ ବଡ଼ ଦୁର୍ଘଟଣା: କ୍ରେନ ଓଲଟି ପଡ଼ିବାରୁ ଅନେକ ଶ୍ରମିକ ଫସି ରହିଛନ୍ତି; ୩ ମୃତ

ଫରିଦାବାଦ,୪।୬: ଗୁରୁବାର ଅପରାହ୍ନରେ ହରିୟାଣାର ଫରିଦାବାଦରେ ଜେୱର ବିମାନବନ୍ଦର ସଂଯୋଗ ନେଟୱାର୍କ ସହିତ ଜଡିତ ଏକ ପ୍ରମୁଖ ପ୍ରକଳ୍ପ ସହିତ ଜଡିତ ଏକ ନିର୍ମାଣ ସ୍ଥାନରେ ଏକ…

୯୨ ଭୂମିହୀନ ପରିବାରକୁ ମିଳିଲା ଘର ଠିକଣା

ଲାଞ୍ଜିଗଡ଼,୪ା୬(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ରାଜସ୍ବ ବିଭାଗ ପକ୍ଷରୁ ୯୨ ଭୂମିହୀନ ପରିବାରକୁ ସ୍ଥାୟୀ ଘରଡ଼ିହ ପଟ୍ଟା ଗୁରୁବାର ଆବଣ୍ଟନ କରାଯାଇଛି। ପ୍ରତ୍ୟେକ ନାଗରିକଙ୍କୁ…

ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିଲେ; ବୈତରଣୀରେ ବୁଡ଼ି ଦଶମ ପାସ୍ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ଜଣେ…

ହାଟଡିହୀ/ଛେନାପଦୀ, ୪।୬(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଆଇତିପୁର ପଞ୍ଚାୟତ ଅମୃତପୁର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ନିକଟସ୍ଥ ବୈତରଣୀ ନଦୀରେ ବୁଡ଼ି…

ମହଙ୍ଗା ପଡିଲା ମୋଡିଫାଏଡ୍ ସାଇଲେନ୍ସର ଲଗାଇବା: ୧୧ଟି ବୁଲେଟ୍ ଜବତ, ଲକ୍ଷାଧିକ ଟଙ୍କା ଫାଇନ୍ କାଟିଲା…

ଭବାନୀପାଟଣା,୪।୬(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ଗୁରୁବାର ସ୍ଥାନୀୟ ପୋଲିସ ପକ୍ଷରୁ ମୋଟର ଯାନ ଯାଞ୍ଚ କରାଯାଇଥିଲା। ଏହି ସମୟରେ ୧୧ ଜଣ…

ଆଫଗାନିସ୍ତାନ ସିରିଜ୍‌ରୁ ବାଦ୍‌ପଡ଼ିଲେ କୋହଲି

ନୂଆଦିଲ୍ଲୀ, ୪ା୬: ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲି ହାମଷ୍ଟ୍ରିଙ୍ଗ ଇଞ୍ଜୁରୀ କାରଣରୁ ଆଗାମୀ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ସେହିପରି ପୂର୍ବତନ ଅଧିନାୟକ ରୋହିତ…

ସ୍ବାମୀ କାଠ ମିସ୍ତ୍ରୀ, ସ୍ତ୍ରୀ ହେଲେ OAS; ସଫଳତା ପରେ କହିଲେ- ‘ଗରିବଙ୍କ ସେବା କରିବି’

କେସିଙ୍ଗା,୪।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଜଣେ କାଠ ମିସ୍ତ୍ରୀଙ୍କ ପତ୍ନୀ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସଫଳତାର ଶୀର୍ଷକୁ ଛୁଇଁଛନ୍ତି।…

ଇରାନ ପ୍ରତି ପାକିସ୍ତାନର ବିଶ୍ୱାସଘାତକତା: ଆମେରିକାକୁ ଗୁପ୍ତ ସୂଚନା ଦେଇଥିଲେ ଇସାକ ଦାର? ବିବୃତ୍ତି ଜାରି କଲେ ଶାହବାଜ ସରକାର

ଇସଲାମାବାଦ,୪।୬: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଯୁଦ୍ଧ ଫେରିବା ପରି ପରିସ୍ଥିତି ସୃଷ୍ଟି ହେଉଥିବା ପରି ମନେ ହେଉଛି। ପାକିସ୍ତାନ ଦୁଇ ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri