ଲୋକଙ୍କୁ ହଇରାଣ କରୁଛି ପୋଲିସ; ପଦକ୍ଷେପ ନେବାକୁ …

କଟକ,୮୧(କାର୍ତ୍ତିକ ସାହୁ): କେତେଜଣ ପୋଲିସ ଅଧିକାରୀ ଯଥେଷ୍ଟ କାରଣ ନ ଥାଇ ଅଥବା ନିଜ ସ୍ବାର୍ଥ ସାଧନ ପାଇଁ ସାଧାରଣ ଲୋକଙ୍କୁ ହଇରାଣ କରୁଛନ୍ତି। ଏପରିକି ଗିରଫ କରିବାର ଭୟ ମଧ୍ୟ ଦେଖାଉଛନ୍ତି। ଏଭଳି ଏକ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଓ ଗୃହ ବିଭାଗର ସଚିବଙ୍କୁ ଜରୁରୀ ପଦକ୍ଷେପ ନେବାକୁ ଆଦେଶ ଦେଇଛନ୍ତି। ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ପୋଲିସ ଜଣେ ବିଧବା ମହିଳାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରୁଥିବା ନେଇ ରୁଜୁ ମାମଲାରେ ହାଇକୋର୍ଟର ବିଚାରପତି ଆଦିତ୍ୟ କୁମାର ମହାପାତ୍ର ଘଟଣାକୁ ଗୁରୁତ୍ୱର ସହ ଯାଞ୍ଚ କରିବାକୁ ଆଦେଶ ଦେଇଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ଭଣ୍ଡାରୀପୋଖରୀ ଥାନା ପୋଲିସର ଗିରଫଦାରିରୁ ବର୍ତ୍ତିବା ପାଇଁ ବିଧବା ମହିଳା ଚନ୍ଦ୍ରିକା ନାୟକ ଓରଫ ଜେନା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ଉକ୍ତ ଥାନାର ପୋଲିସ ଅଧିକାରୀଗଣ ଏକ ଜମି ବିବାଦ ଘଟଣାରେ ତାଙ୍କୁ ଉଦ୍ଦେଶ୍ୟମୂଳକ ହଇରାଣ କରୁଛନ୍ତି। ସମ୍ପୃକ୍ତ ଜଣେ ପୋଲିସ ଅଧିକାରୀ କିଣିବାକୁ ଚାହୁଁଥିବା ଜମିଟିର ଅଂଶୀଦାର ଥିବାରୁ ପୋଲିସ ନିଜ ସ୍ବାର୍ଥ ସାଧନ ପାଇଁ ଆବେଦନକାରୀ ମହିଳାଙ୍କୁ ଥାନାକୁ ଡାକି ଧମକଚମକ ଦେବା ସହ ବିଭିନ୍ନ ଭାବରେ ହଇରାଣ କରୁଥିଲେ। ମହିଳା ଜଣକ ନିଜ ପିଲାଙ୍କ ପାଠପଢ଼ା ପାଇଁ ଜଣକଠାରୁ ୪୦ ହଜାର ଟଙ୍କା ନେଇଥିଲେ। ଉକ୍ତ ଟଙ୍କା ଫେରାଇ ଦେବାକୁ ସେ ରାଜିଥିବା ଓ ଏହାର ଆପୋଷ ସମାଧାନ ଚାହୁଁଥିବା ବେଳେ ପୋଲିସ କିଛି ଶୁଣି ନ ଥିଲା। ଏପରିକି ସମ୍ପୃକ୍ତ ଥାନାରେ ଏନେଇ କୌଣସି ଏତଲା ରୁଜୁ ହୋଇ ନ ଥିବା ବେଳେ ପୋଲିସ ଦେଉଥିବା ମାନସିକ ନିର୍ଯାତନା ଦ୍ୱାରା ମହିଳାଙ୍କୁ ଗିରଫଦାରି ଭୟ ଘାରିଥିଲା। ଫଳରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟ ପ୍ରାଚ୍ୟ ଯୁଦ୍ଧ ମଧ୍ୟରେ କାହିଁକି ମୋଦିଙ୍କୁ ପ୍ରଶଂସା କଲେ ଟ୍ରମ୍ପ? କହିଲେ ଆମେ ଦୁହେଁ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ ହେବା ଉପରେ…

ଆଉ ଶୁଭିବନି ଲକ୍ଷ୍ମଣ ମାଷ୍ଟ୍ରେଙ୍କ ତବଲା ଶବ୍ଦ, ଝୁରୁଛନ୍ତି ଅଞ୍ଚଳବାସୀ

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ତବଲା ମାଷ୍ଟର ଲକ୍ଷ୍ମଣ କୁମାର ତରାଇଙ୍କ ଦେହାନ୍ତ ହୋଇଛି । ସମଗ୍ର ଭାରତ ବର୍ଷରେ ପବିତ୍ର…

୧୫୭ କିଲୋମିଟର ବେଗରେ ଆସୁଥିଲା ବଲ୍‌, ବୈଭବ କଲେ ଏମିତି… ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୭।୩: ଭାରତୀୟ ଷ୍ଟାର କ୍ରିକେଟର୍‌ ବୈଭବ ସୂର୍ଯ୍ୟବଂଶୀ ଆଜିକାଲି ଫୁଲ ଫର୍ମରେ ଅଛନ୍ତି। ସେ IPLରେ ପ୍ରଥମ ବଲରେ ଛକା ମାରିବା, ୩୫ ବଲରେ ଶତକ ମାରିବା,…

ଯୁଦ୍ଧ ଭିତରେ ସିକ୍ରେଟ୍‌ ଡିଲ୍‌ କଲେ ଚାଇନା-ଇରାନ, ଆମେରିକା କଲା ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଆମେରିକା ଚାଇନା ଏବଂ ଇରାନ ମଧ୍ୟରେ ଏକ “ଗୁପ୍ତ” ଚୁକ୍ତି ପ୍ରକାଶ କରିଛି। ଏକ ରିପୋର୍ଟ ଅନୁଯାୟୀ, ଚାଇନା ସର୍ବବୃହତ…

ଧୁମଧାମରେ ପାଳନ ହେଉଛି ପବିତ୍ର ରାମ ନବମୀ, ୪ ମିନିଟ ପାଇଁ ରାମ ଲଲାଙ୍କୁ ତିଲକ କରିବେ ସୂର୍ଯ୍ୟଦେବ

ଅଯୋଧ୍ୟା,୨୭।୩: ଅଯୋଧ୍ୟାର ପବିତ୍ର ରାମ ଜନ୍ମଭୂମିରେ ଥିବା ମନ୍ଦିରରେ ରାମ ଜନ୍ମୋତ୍ସବ (ଭଗବାନ ରାମଙ୍କ ଜନ୍ମ ଉତ୍ସବ) ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଶୁକ୍ରବାର, ରାମ ନବମୀର…

ବେଧଡକ ବାଲି ଉଠାଣ: ଆଗକୁ ଘନୀଭୂତ ହେବ ଜଳ ସଙ୍କଟ

ଲୋଇସିଂହା,୨୭।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ପଞ୍ଚାୟତରେ ପାଇପ ଜଳ ଯୋଗାଣରେ ବାଧାପ୍ରାପ୍ତ ସୃଷ୍ଟି ହୋଇଛି। ପଞ୍ଚାୟତ ଅଧୀନ ଛେଲବାହାଲ ସୁକତେଲ ନଦୀ ପଠା…

ଆମେରିକାର ବନ୍ଧୁ ଉପରେ ଇସ୍ରାଏଲୀ ଆକ୍ରମଣ! ନେତାନ୍ୟାହୁଙ୍କ ଭୁଲ୍‌ ନା ଷଡ଼ଯନ୍ତ୍ର?

ଓ୍ବାଶିଂଟନ୍‌,୨୭।୩: ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଆମେରିକା-ଇସ୍ରାଏଲ ବିବାଦ ଏବେ ସିଧାସଳଖ ପାକିସ୍ତାନକୁ ପ୍ରଭାବିତ କରୁଛି। ତେହେରାନରେ ପାକିସ୍ତାନୀ ଦୂତାବାସ ଏବଂ ପାକିସ୍ତାନୀ ରାଷ୍ଟ୍ରଦୂତଙ୍କ ବାସଭବନ…

ଚନ୍ଦ୍ରଗିରି ଯାଉଥିବା ବେଳେ ଟ୍ରକକୁ ପଛପଟୁ ଧକ୍କା ଦେଲା ଆକ୍ଟିଭା

ମୋହନା, ୨୭ା୩(ମନ୍ମଥ ମିଶ୍ର): ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଏକ ଟ୍ରକରେ ଦ୍ରୁତ ଗତିରେ ଆସୁଥିବା ଏକ ଆକ୍ଟିଭା (ଓଆର ୦୭ଏନ-୪୯୬୫) ପଛପଟୁ ଧକ୍କା ଦେଇଥିଲା। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri