ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସ-ଚାଷୀ ମୁହାଁମୁହିଁ: ଧାନ କିଣାବିକା ପଞ୍ଜିକରଣକୁ ନେଇ…

ବରଗଡ଼,୧୦।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଧାନ ଅମଳ କାର୍ଯ୍ୟ ଜୋର୍‌ ଧରିଛି। ଜିଲାର ସବୁ ଅଞ୍ଚଳରେ ଚାଷୀମାନେ ନିଜ କଷ୍ଟୋପାର୍ଜିତ ଧାନ ଅମଳ କରୁଛନ୍ତି। ଅନ୍ୟପଟେ, ଏ ପର୍ଯ୍ୟନ୍ତ ଜିଲାରେ ମଣ୍ଡି ଖୋଲିବା ତ ଦୂରର କଥା, ଜିଲାର ପ୍ରାୟ ୫ ହଜାର ଚାଷୀ ଧାନବିକ୍ରି ପଞ୍ଜିକରଣରୁ ବଞ୍ଚିତ ହୋଇଛନ୍ତି। ଅନ୍ୟପଟେ ସୋମବାର ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି(ଡିଏଲପିସି) ବୈଠକ ଡକାଯାଇଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ନୂଆପଡ଼ା ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି(ଏମସିସି) ଆଳ ଦେଖାଇ ଉକ୍ତ ବୈଠକକୁ ବାତିଲ କରି ଦିଆଯାଇଛି। ଏହାକୁ ନେଇ ଚାଷୀ ଆନ୍ଦୋଳନ ତେଜି ଉଠିଛି। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବହୁସଂଖ୍ୟକ ଚାଷୀ ସମବେତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଚାଷୀ ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି। କିନ୍ତୁ ଆଲୋଚନା ଫଳପ୍ରଦ ହୋଇ ନାହିଁ। ଅନ୍ୟପଟେ ଜିଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଅସନ୍ତୁଷ୍ଟ ଚାଷୀମାନେ ଧସେଇ ପଶିବାକୁ ଉଦ୍ୟମ କରିଥିବାବେଳେ ପୋଲିସ-ଚାଷୀ ମୁହାଁମୁହିଁ ହୋଇଥିବାବେଳେ ଖବର ଲେଖାହେବା ସୁଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଧାରଣା ଜାରି ରହିଛି।
ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆଁ ଧାନବିକ୍ରି ପଞ୍ଜିକରଣ ନୀତି କରାଯାଇଥିଲା। ଏଥିରେ ଚାଷୀଙ୍କ ବଂଶାବଳୀକୁ ବାଧ୍‌ଞତାମୂଳକ କରାଯାଇଥିଲା। ଫଳରେ ସେତେବେଳଠୁ ଚାଷୀଙ୍କୁ ଏହା ଅଡ଼ୁଆ ସାଜିଥିଲା ଏବଂ ଧାନବିକ୍ରି ପଞ୍ଜିକରଣ ସରଳୀକରଣ କରିବାକୁ ବିଭିନ୍ନ ଚାଷୀ ସଂଗଠନ ଦାବି କରିଥିଲେ। ତେବେ ପରବର୍ତ୍ତୀ ସମୟରେ ଚାଷୀଙ୍କ ଚାପରେ ସରକାର ସ୍ବ-ଘୋଷଣାନାମାରେ ପଞ୍ଜୀକରଣ କରିଥିଲେ ସୁଦ୍ଧା ବିଭାଗୀୟ କର୍ମଚାରୀଙ୍କ ଅବହେଳାରୁ ଅନେକ ଚାଷୀ ସେଥିରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଥିଲା। ଧାନବିକ୍ରି ପଞ୍ଜିକରଣରୁ ବଞ୍ଚିତ ଚାଷୀଙ୍କୁ ପଞ୍ଜୀକୃତ କରିବା ପାଇ ଚାଷୀ ସଂଗଠନ ଗୁଡ଼ିକ ସ୍ଥାନୀୟ ପ୍ରାଥମିକ କୃଷି ସମବାୟ ସମିତିଠାରୁ ଆରମ୍ଭ କରି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଫେରାଦ ହୋଇଥିଲେ। ସ୍ଥାନୀୟ ଲୋକସଭା ସାଂସଦ(ଏମପି) ଏବଂ ବିଧାୟକମାନଙ୍କୁ ମଧ୍‌ୟ ଲେଖି ଜଣାଇଥିଲେ। ତେବେ ଏମପି ପ୍ରଦୀପ ପୁରୋହିତ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଲେଖି ଜଣାଇଥିଲେ। ତଥାପି ତାହା ଫଳପ୍ରଦ ହୋଇ ନାହିଁ।

ଅନ୍ୟପଟେ ସୋମବାର ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଡକାଯାଇଥିଲା। ବୈଠକକୁ ବିଭିନ୍ନ ଜିଲାସ୍ତରୀୟ ଅଧିକାରୀ, ଜନ ପ୍ରତିନିଧିମାନେ ମଧ୍ୟ ପହଞ୍ଚିଥିଲେ। ଅପରପକ୍ଷେ ଧାନ ବିକ୍ରି ପଞ୍ଜିକରଣରୁ ବଞ୍ଚିତ ଚାଷୀମାନେ ମଧ୍ୟ ସେମାନଙ୍କ ସମସ୍ୟା ଜଣାଇବାକୁ ଆସିଥିଲେ। ମାତ୍ର ଶେଷ ମୁହୂର୍ତ୍ତରେ ନୂଆପଡ଼ା ଉପନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ପାଇଁ ଧାନ ସଂଗ୍ରହ କମିଟି ବୈଠକକୁ ସ୍ଥଗିତ ରଖାଗଲା ଏବଂ ପରବର୍ତ୍ତୀ ସମୟରେ ଏହି ବୈଠକ ହେବ ବୋଲି ଜିଲାପାଳ ଗୋୟଲ କହିଥିଲେ। ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଥିଲେ ଏବଂ ଆସନ୍ତା ୧୫ ତାରିଖ ପରେ ସମସ୍ତ ଚାଷୀ ପଞ୍ଜୀକୃତ ହେବେ ଏବଂ କୌଣସି ଚାଷୀ ପଞ୍ଜୀକରଣରୁ ବଞ୍ଚିତ ହେବେ ନାହିଁ ବୋଲି କହିଥିଲେ। ତେବେ ନୂଆପଡ଼ାରେ ଉପନିର୍ବାଚନ ଚାଲିଥିବାବେଳେ ବରଗଡ଼ରେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଧାନ ସଂଗ୍ରହ କମିଟି ବୈଠକରେ ଆଦର୍ଶ ଆଚରଣ ବିଧି ଉଠାଯିବାକୁ ନେଇ ଆନ୍ଦୋଳନ ତେଜି ଉଠିଥିଲା। ନୂଆପଡ଼ାରେ ଉପନିର୍ବାଚନ ହେଉଥିବାବେଳେ ବରଗଡ଼ରେ ଧାନ ସଂଗ୍ରହ କମିଟି ବୈଠକ ପାଇଁ ଆଦର୍ଶ ଆଚରଣ ବିଧି ଆଳ ଗ୍ରହଣୀୟ ନୁହେଁ ଏବଂ ନିର୍ବାଚନ କମିଶନରଙ୍କ ଗାଇଡଲାଇନରେ ଏହା ଉଲ୍ଲେଖ ନାହିଁ ବୋଲି ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର ଅଭିଯୋଗ କରିଛନ୍ତି।

ପଞ୍ଜିକରଣରୁ ବାଦ୍‌ ପଡ଼ିଥିବା ସମସ୍ତ ଚାଷୀଙ୍କୁ ପଞ୍ଜୀକୃତ କରାଯିବା, ଏଟିଏମ ଭଳି ଚାଷୀଙ୍କୁ ଦିଆଯାଉଥିବା ଟୋକନକୁ ବ୍ୟବହାର କରାଯିବା, ମଣ୍ଡି ଗୁଡ଼ିକ ଛୋଟ ଏବଂ ସବୁ ମଣ୍ଡିରେ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ, କଟନୀଛଟନୀ ବନ୍ଦ କରାଯିବା, ମଣ୍ଡି ହେଣ୍ଡଲିଙ୍ଗ ଟଙ୍କା ଚାଷୀଙ୍କୁ ପ୍ରଦାନ, ମଣ୍ଡିକୁ ଧାନ ଆସିବାର ୪୮ ଘଣ୍ଟା ମଧ୍ୟରେ ଗୁଣମାନ ପରୀକ୍ଷା କରି ଧାନ କିଣାଯିବା ବ୍ୟବସ୍ଥା କରାଯିବା ଏବଂ ଆବଶ୍ୟକତା ଅନୁସାରେ ମିଲକୁ ପଠାଯିବା, ପ୍ରତ୍ୟେକ ମଣ୍ଡିରେ ଏଜେଣ୍ଟ ଏବଂ ଦଲାଲରାଜ ବନ୍ଦ କରାଯିବା, ଜିଲାପାଳଙ୍କୁ ଧାନ ସଂଗ୍ରହ ନୀତିର ପୂର୍ଣ୍ଣ କ୍ଷମତା ପ୍ରଦାନ କରିବାକୁ ସଂଯୁକ୍ତ କୃଷକ ସଂଗଠନ ଦାବି କରିଛି। ତେବେ ଏହି ଦାବି ସମୂହ ନେଇ ଚାଷୀମାନେ ଆନ୍ଦୋଳନ କରିଥିବାବେଳେ ଜିଲାପାଳ ଗୋୟଲ ୧୦ ଜଣିଆ ଚାଷୀ ପ୍ରତିନିଧିଙ୍କୁ ସନ୍ଧ୍ୟା ପ୍ରାୟ ୬ଟାରେ ନିଜ କାର୍ଯ୍ୟାଳୟକୁ ଡାକିଥିଲେ । ମାତ୍ର ଧାନବିକ୍ରି ପଞ୍ଜିକରଣରୁ ବଞ୍ଚିତ ଚାଷୀଙ୍କ ପଞ୍ଜୀକରଣ ନେଇ ଠୋସ୍‌ ପ୍ରତିଶ୍ରୁତି ନ ପାଇବାରୁ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନରେ ୫ ବଉଳା କୁମ୍ଭୀରଙ୍କ ମୃତ୍ୟୁ: ଜଣାପଡୁନି କାରଣ ଚିନ୍ତାରେ…

ଭୁବନେଶ୍ୱର,୧।୨: ଜାତୀୟ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ୫ ବଉଳା କୁମ୍ଭୀରଙ୍କ ମୃତ୍ୟୁ ଘଟିଛି। ଜାନୁଆରୀ ୨୩ରୁ ୩୦ ମଧ୍ୟରେ ମୋଟ ୫ କୁମ୍ଭୀରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।…

Budget 2026: ବଜେଟ୍‌ରେ ମଧ୍ୟବିତ୍ତଙ୍କ ପାଇଁ ବଡ଼ ଘୋଷଣା! ବଢିବ ଚାକିରି…

ନୂଆଦିଲ୍ଲୀ,୧।୨: ୨୦୨୬ ମସିହାର କେନ୍ଦ୍ରୀୟ ବଜେଟ ପାଖେଇ ଆସୁଥିବାରୁ, ସାରା ଦେଶର ଅର୍ଥନୀତିଜ୍ଞମାନେ ସରକାରଙ୍କ ସମ୍ଭାବ୍ୟ ପ୍ରାଥମିକତା ଉପରେ ସେମାନଙ୍କର ମତାମତ ପ୍ରଦାନ କରୁଛନ୍ତି। ବିଶେଷଜ୍ଞମାନେ ବିଶ୍ୱାସ…

ଇତିହାସ ରଚିବେ ସୀତାରାମନ୍‌, ଶସ୍ତା ହୋଇପାରେ ଏସବୁ ଜିନିଷ!

ନୂଆଦିଲ୍‌ଲୀ,୧।୨: କୋଟି କୋଟି ଦେଶବାସୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଆଜି ସଂସଦରେ ଦେଶର ବାର୍ଷିକ ଖର୍ଚ୍ଚ ଖୋଲିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସକାଳ ୧୧ଟାରେ ଲୋକ ସଭାରେ…

ଜଙ୍ଗଲରେ ଲୁଚିଥିଲେ ସିପୁ: ଏନକାଉଣ୍ଟର କଲା ପୋଲିସ

ଭୁବନେଶ୍ୱର,୧।୨: କେନ୍ଦୁଝର ବଡ଼ବିଲରେ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଡକାୟତ ସିପୁ କୁମାରଙ୍କୁ ଏନକାଉଣ୍ଟର କଲା ବଡ଼ବିଲ ପୋଲିସ। ଓଡ଼ିଶା-ଝାଡ଼ଖଣ୍ଡ ସିମା ଟାଙ୍କୁରା ଜଙ୍ଗଳରେ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି।…

ଏକେଶ୍ୱରବାଦ ଧର୍ମ

ଗ୍ରାୟତ୍ରୀ ସିଂହ ଗତ କଲ୍ୟାଣ ପାଇଁ ମହିମା ଧର୍ମ ହେଉଛି ଅନନ୍ୟ। ସତ୍‌ ମାର୍ଗରେ ଯିବା ପାଇଁ ମହିମା ସ୍ବାମୀ ବିଶ୍ୱର ସମସ୍ତ ଜନ ସମାଜକୁ ଆହ୍ବାନ୍‌…

ଏପ୍‌ଷ୍ଟିନ୍‌ ଫାଇଲ୍‌ରେ ମୀରା ନାୟାର

ଓ୍ବାଶିଂଟନ,୧।୨: ଯୌନ କେଳେଙ୍କାରୀ ମାମଲାରେ ଦୋଷୀସାବ୍ୟସ୍ତ ନିୟୁତପତି ଫାଇନାନ୍ସର ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସମ୍ପର୍କିତ ଅଧିକ ଅନୁସନ୍ଧାନଯୋଗ୍ୟ ଫାଇଲ୍‌ ତଥ୍ୟକୁ ଆମେରିକା ନ୍ୟାୟ ବିଭାଗ ଶୁକ୍ରବାର ପ୍ରକାଶ କରିଛି। ଏପ୍‌ଷ୍ଟିନ୍‌ଙ୍କ…

ଗାଜାରେ ଇସ୍ରାଏଲୀ ଆକ୍ରମଣ: ୨୯ ମୃତ

ଡେଇର ଅଲ୍‌-ବଲାହ,୧।୨: ଇସ୍ରାଏଲ୍‌- ଗାଜା ଯୁଦ୍ଧ ବନ୍ଦ କରିବା ଲକ୍ଷ୍ୟରେ ଗତବର୍ଷ ଅକ୍ଟୋବରରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା। ଏହା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଗାଜା ଉପରେ ଆକ୍ରମଣ…

ଅଗ୍ରଦୂତ ନବ ପ୍ରଭାତର

ଡ. ପ୍ରଫୁଲ୍ଲ କୁମାର ସାହୁ ଗତିଶୀଳ ଚେତନାର ଭଗୀରଥ ଭଗବତୀ ଚରଣ ପାଣିଗ୍ରାହୀ। ଚାଷୀ ମୂଲିଆ ଓ ଅସହାୟ ମଣିଷର ପ୍ରକୃତ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri