ଜାତୀୟ ମୋଟରସାଇକେଲ ରେସିଂରେ ପୋଡିୟମ ହାସଲ

ନୂଆଦିଲ୍ଲୀ,୮।୨ ଚେନ୍ନାଇର ‘ମାଡ୍ରାସ ମୋଟର ରେସ୍‌ ଟ୍ରାକ୍‌’ରେ ଚାଲିଥିବା ଭାରତୀୟ ଜାତୀୟ ମୋଟରସାଇକେଲ୍‌ ରେସିଂ ଚାମ୍ପିୟନ୍‌ଶିପ୍‌ରେ ଆଇଡେମିସୁ ହୋଣ୍ଡା ଏସ୍‌କେ ୬୯ ରେସିଂ ଟିମ୍‌ର ରାଜୀବ ସେତୁ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେହିଭଳି ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଣ୍ଟ କପ୍‌ରେ ନୂଆ ଚାଳକମାନେ ମଧ୍ୟ ଘରକୁ ଚାମ୍ପିୟନ୍‌ଶିପ୍‌ ଟ୍ରଫି ଆଣିଛନ୍ତି। ଜାତୀୟ ଚାମ୍ପିୟନ୍‌ଶିପ୍‌ର ୨୦୨୧ ସିଜନ୍‌ରେ ପ୍ରୋ ଷ୍ଟକ୍‌ ୧୬୫ ସିସି ବର୍ଗରେ ଆଇଡେମିସୁ ହୋଣ୍ଡା ଏସ୍‌କେ ୬୯ ରେସିଂ ଟିମ୍‌ର ଚାଳକମାନେ ମୋଟ ୯ଟି ପୋଡିୟମ୍‌ ହାସଲ କରିଛନ୍ତି। ସଦ୍ୟତମ ରେସ୍‌ରେ ତୃତୀୟ ସ୍ଥାନରେ ରହିଥିବା ରାଜୀବ ସେତୁ ଜାତୀୟ ଚାମ୍ପିୟନ୍‌ଶିପ୍‌ର ପ୍ରୋଷ୍ଟକ୍‌ ୧୬୫ ସିସି ବର୍ଗରେ ତୃତୀୟ ସ୍ଥାନ ଦଖଲ କରିଛନ୍ତି। ମୋଟ ୩ ମେଶିନ୍‌ର ବାସ୍ତବ ଶକ୍ତିକୁ ପ୍ରଦର୍ଶନ କରି ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଣ୍ଟ୍‌ କପ୍‌ର ଏନ୍‌ଏସ୍‌ଏଫ୍‌ ୨୫୦ଆର୍‌ ଓପନ୍‌ କ୍ଲାସ୍‌ରେ ୯ ଜଣ ପରବର୍ତ୍ତୀ ପିଢ଼ିର ଚାଳକ ରେସ୍‌ ଟ୍ରାକ୍‌ରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାରେ କୌଣସି ଉଦ୍ୟମକୁ ହାତଛଡ଼ା କରିନାହାନ୍ତି। ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ବରିଷ୍ଠ ଉପସଭାପତି (ବ୍ରାଣ୍ଡ୍‌ ଆଣ୍ଡ୍‌ କମ୍ୟୁନିକେଶନ) ପ୍ରଭୁ ନାଗରାଜ୍‌ କହିଛନ୍ତି ଯେ, ଆମ ଚାଳକ ରାଜୀବ ସେତୁଙ୍କ ପ୍ରଶଂସାଯୋଗ୍ୟ ପ୍ରଦର୍ଶନକୁ ନେଇ ମୁଁ ବହୁତ ଖୁସି, ଯିଏ ଆମର ଲକ୍ଷ୍ୟ ହାସଲ କରିବା ଏବଂ ଜାତୀୟ ଚାମ୍ପିୟନ୍‌ଶିପ୍‌ରେ ତୃତୀୟ ସ୍ଥାନ ହାସଲ କରିବା ରାସ୍ତାରେ ରଖିଥଲେ। କେଭିନ୍‌ କ୍ୱିଂଟାଲ୍‌ ଓ ପ୍ରକାଶ କାମାତ୍‌ଙ୍କୁ ଦେଖି ମୁଁ ବହୁତ ଖୁସି, ଯେଉଁମାନେ ବାସ୍ତବ ପ୍ରତିଭା ପ୍ରଦର୍ଶନ କରି ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଣ୍ଟ୍‌ କପ୍‌ର ଏନ୍‌ଏସ୍‌ଏଫ୍‌ ୨୫୦ଆର୍‌ ଓ ସିବିଆର୍‌୧୫୦ଆର୍‌ ବର୍ଗରେ ବିଜୟୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri