ସିଡବ୍ଲ୍ୟୁସି ସହ ପିଏନ୍‌ବିର ବୁଝାମଣାପତ୍ର ସ୍ବାକ୍ଷର

ନୂଆଦିଲ୍ଲୀ,୧୦।୩:ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ଏବଂ ସେଣ୍ଟ୍ରାଲ ଓ୍ବେରହାଉସ କର୍ପୋରେଶନ (ସିଡବ୍ଲ୍ୟୁସି) ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ବୁଝାମଣାପତ୍ର (ଏମ୍‌ଓୟୁ) ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଉଭୟ ସଂସ୍ଥାର ବ୍ୟବସାୟିକ ଅଭିବୃଦ୍ଧି ସହ ଇ-ଏନ୍‌ଡବ୍ଲ୍ୟୁଆର୍‌ ଜରିଆରେ ନେଣଦେଣ କରିବା ପାଇଁ ଏମ୍‌ଓୟୁ ହୋଇଥିବା ଜଣାପଡିଛି। ଏପରିକି କୃଷକ ଏବଂ ଖାଦ୍ୟ ଉତ୍ପାଦନକାରୀଙ୍କୁ ସହଜ ଏବଂ ସୁବିଧାରେ ଅର୍ଥ କାରବାରରେ ସହାୟକ ହେବ। ଫଳରେ ଉଭୟ ସଂସ୍ଥାର କାରବାର ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବିର ଜିଏମ୍‌ କନଓ୍ବାଲ ଜିତ୍‌ ସୌରେ ଏବଂ ସିଡବ୍ଲ୍ୟୁସିର ଜିଜିଏମ୍‌ (କମ୍‌) ରାଜୀବ କୁମାର ବଶଂଲଙ୍କ ମଧ୍ୟରେ ଉକ୍ତ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଥିଲା। ଏହି ଅବସରରେ ପିଏନ୍‌ବିର ଡିଜିଏମ୍‌ କେ.ଏସ୍‌.ରଣା ଏବଂ ସିଏମ୍‌ ନୀରଜ ଜଖମଲାଙ୍କ ସମେତ ସିଡବ୍ଲ୍ୟୁସିର ଜିଜିଏମ୍‌(ଫା) ଆର୍‌.ଆର୍‌. ଅଗ୍ରଓ୍ବାଲ, ଜିଏମ୍‌(ଫା) ଅମିତ ପୁରୀ ଓ ଏଜିଏମ୍‌ ଅଶ୍ୱିନୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲା,ବ୍ରହ୍ମପୁରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ

ନୂଆଦିଲ୍ଲୀ,୧୫।୧: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ମକର ସଂକ୍ରାନ୍ତି ଅବସରରେ ଓଡ଼ିଶାର ଆଉ ଦୁଇଟି ସହରରେ ଜିଓ ୫ଜି ସେବାର ଶୁଭାରମ୍ଭ...

ବିଦେଶୀ ମୁଦ୍ରା ଭଣ୍ଡାରରେ ସର୍ବକାଳୀନ ରେକର୍ଡ

ମୁମ୍ବାଇ,୧୭ -୮: ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଅଗଷ୍ଟ ୯ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ୧.୬୨୦ ବିଲିୟନ ଡଲାର ବୃଦ୍ଧି ପାଇ ୪୩୦.୫୭୨ ବିଲିୟନ ଡଲାର...

ଶେୟାର ବଜାରରେ ଗୋଟିଏ ଦିନରେ ବୁଡ଼ିଗଲା ୩ ଲକ୍ଷ ୪୬ ହଜାର କୋଟି: ଡିଡିଟି ହଟାଇବା ପଡ଼ିଲା ମହଙ୍ଗା

ମୁମ୍ବାଇ,୨।୨: ଚଳିତ ୨୦୨୦-୨୧ ବଜେଟ ଉପସ୍ଥାପନ ପରେ ଶେୟାର ବଜାରରେ ଗୋଟିଏ ଦିନରେ ୩ ଲକ୍ଷ ୪୬ ହଜାର କୋଟି ଟଙ୍କା ବୁଡ଼ି ଯାଇଛି। ଗତ...

ହରପ୍ରୀତ ସିଂ ଆଲାଏନ୍ସ ଏୟାର ସିଇଓ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ସହଯୋଗୀ କମ୍ପାନୀ ଆଲାଏନ୍ସ ଏୟାରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ ହରପ୍ରୀତ ସିଂ ଅବସ୍ଥାପିତ ହୋଇଛନ୍ତି। ଭାରତୀୟ ବିମାନ ଶିଳ୍ପରେ ଏକ...

ବିଦେଶୀ ନିବେଶକ ଉଠାଇ ନେଲେ ୬୪୫୨ କୋଟି

ମୁମ୍ବାଇ: କୋଭିଡ୍‌-୧୯ର ଦ୍ୱିତୀୟ ଲହର ପୁଞ୍ଜି ବଜାର ନିବେଶକଙ୍କ ମନକୁ ପ୍ରଭାବିତ କରିଛି। ଫଳରେ ଫରେନ ପୋର୍ଟଫୋଲିଓ ନିବେଶକ (ଏଫ୍‌ପିଆଇ)ମାନେ ପୁଞ୍ଜି ବଜାରରୁ ଚଳିତ ମାସ...

ରିଟେଲ କ୍ଷେତ୍ର ଅଭିବୃଦ୍ଧି ଉପରେ ନଜର;ଆସିବ ଜାତୀୟ ରିଟେଲ ନୀତି

ନୂଆଦିଲ୍ଲୀ,୧୫-୭: ସରକାର ଆଗାମୀ ଦିନରେ ଏକ ଜାତୀୟ ରିଟେଲ ନୀତି ଆଣିବା ଦିଗରେ ଅଗ୍ରସର ହେଉଛନ୍ତି। ଶିଳ୍ପ ପ୍ରୋତ୍ସାହନ ଏବଂ ଆନ୍ତଃ ବାଣିଜ୍ୟ ବିଭାଗ ପକ୍ଷରୁ...

୨ ମାସ ପରେ ବଢ଼ିଲା ତେଲ ଦର

ଭୁବନେଶ୍ୱର: ପ୍ରାୟ ୨ ମାସ ହେବ ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। ଶୁକ୍ରବାର ଇନ୍ଧନ ଦରରେ ପୁଣି ଥରେ...

ବିଶ୍ୱ ବଜାର ଚାପରେ ମାର୍କେଟ କ୍ରାସ୍‌; ନିବେଶକଙ୍କୁ କ୍ଷତି ୪.୨୩ ଲକ୍ଷ କୋଟି

ମୁମ୍ବାଇ: ବିଶ୍ୱର ପ୍ରମୁଖ ପୁଞ୍ଜିବଜାରରେ କାରବାର କ୍ଷତିଗ୍ରସ୍ତ ହେବା ଯୋଗୁ ଏହାର ଚାପ ଭାରତୀୟ ଶେୟାର ବଜାରରେ ପଡ଼ିଛି। ସୋମବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ...

Advertisement
Archives

Model This Week