ଚେକ୍‌ ପେମେଣ୍ଟକୁ ନେଇ ନିୟମ ବଦଳାଇଲା ପିଏନ୍‌ବି

ନୂଆଦିଲ୍ଲୀ,୪।୩: ଗ୍ରାହକଙ୍କୁ ଚେକ୍‌ର ନକଲି ପେମେଣ୍ଟରୁ ରକ୍ଷା କରିବା ପାଇଁ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଏକ ନୂତନ ପଦକ୍ଷେପ ନେଇଛି। ବ୍ୟାଙ୍କ ବର୍ତ୍ତମାନ ୫ ଲକ୍ଷରୁ ଅଧିକ ଟଙ୍କା ଚେକ୍‌ ପେମେଣ୍ଟ ପାଇଁ ପଜିଟିଭ ପେ’ ସିଷ୍ଟମ (ପିପିଏସ୍‌) ବାଧ୍ୟତାମୂଳକ କରିବାକୁ ଘୋଷଣା କରିଛି। ଏହି ନିୟମ ଏପ୍ରିଲ ୫, ୨୦୨୩ ରୁ କାର୍ଯ୍ୟକାରୀ ହେବ। ଏହାପୂର୍ବରୁ ପିପିଏସ୍‌ରେ ଚେକ୍‌ ଜମା କରିବାର ଆବଶ୍ୟକତା ୧୦ ଲକ୍ଷରୁ ଅଧିକ ଥିଲା।

ପିପିଏସ୍‌ ହେଉଛି ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ ଇଣ୍ଡିଆ(ଏନ୍‌ପିସିଆଇ) ଦ୍ୱାରା ବିକଶିତ ଏକ ସିଷ୍ଟମ୍‌, ଯେଉଁଥିପାଇଁ ଗ୍ରାହକଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣ ପାଇଁ ଚେକ ପ୍ରଦାନ କରିବା ସମୟରେ ଆକାଉଣ୍ଟ ନମ୍ବର, ଚେକ ନମ୍ବର, ଚେକ୍‌ ଆଲଫା କୋଡ୍‌, ଇସ୍ୟୁ ତାରିଖ, ପରିମାଣ ଏବଂ ହିତାଧିକାରୀ ନାମ ଭଳି ଆବଶ୍ୟକୀୟ ସୂଚନା ଅନ୍ତର୍ଭୂକ୍ତ କରାଯାଇଥାଏ। ଗ୍ରାହକମାନେ ଶାଖା କାର୍ଯ୍ୟାଳୟ, ଅନ୍‌ଲାଇନ ବ୍ୟାଙ୍କିଙ୍ଗ, ମୋବାଇଲ ବ୍ୟାଙ୍କିଂ(ପିଏନ୍‌ବି ଓ୍ବାନ୍‌), କିମ୍ବା ଏନ୍‌ଏମ୍‌ଏସ୍‌ ବ୍ୟାଙ୍କିଂରେ ଚେକ୍‌ ବିବରଣୀ ପ୍ରଦାନ କରି ପିପିଏସ୍‌କୁ ପ୍ରବେଶ କରିପାରିବେ।

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆର୍‌ବିଆଇ) ଗାଇଡ୍‌ଲାଇନ୍‌ ଅନୁଯାୟୀ, ଜାନୁଆରୀ ୧, ୨୦୨୧ରୁ ପିଏନ୍‌ବି ସିଟିଏସ୍‌ ଫର୍ମରେ ୫୦,୦୦୦ ଟଙ୍କା ଏବଂ ତଦୁର୍ଦ୍ଧ୍ୱ ଚେକ୍‌ ପାଇଁ ପିପିଏସ୍‌ ସିଷ୍ଟମ ଆଣିଥିଲା। ୫ ଲକ୍ଷ ଟଙ୍କା ଏବଂ ତଦୁର୍ଦ୍ଧ୍ୱ ଚେକ୍‌ ପାଇଁ ଏହା ବାଧ୍ୟତାମୂଳକ ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ୧୦ ଧନୀ ରାଜ୍ୟ

ସବୁଠାରୁ ବଡ଼ ଗଣତନ୍ତ୍ର ରାଷ୍ଟ୍ର ଭାବେ ଭାରତ ବେଶ୍‌ ଜଣାଶୁଣା। କ୍ଷେତ୍ରଫଳ ଆଧାରରେ ବିଶ୍ୱର ସବୁଠାରୁ ବଡ଼ ଦେଶ ମଧ୍ୟରେ ୭ମ ସ୍ଥାନରେ ରହିଛି ଭାରତ।...

ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଶୁକ୍ରବାର ଏହାର ମୁଦ୍ରା ନୀତି ଜାରି ନିଷ୍ପତ୍ତି ଜାରି କରିଛି। ରିଜର୍ଭ ବ୍ୟାଙ୍କ ଆଜି ଏହାର ମୁଦ୍ରାନୀତି କମିଟି(ଏମପିସି) ବୈଠକରେ...

ମୋରାଟୋରିୟମ ସୁବିଧା ଦେଲା ବଜାଜ ଫାଇନାନ୍ସ

ଭୁବନେଶ୍ୱର,୨୪।୪: ବଜାଜ ଫାଇନାନ୍ସ ପକ୍ଷରୁ ଏହାର ଗ୍ରାହକଙ୍କ ଲାଗି କୋଭିଡ୍‌-୧୯ ମୋରାଟୋରିୟମ ସୁବିଧା ପ୍ରଦାନ ସମ୍ପର୍କରେ ଘୋଷଣା କରାଯାଇଛି। ଭଲ ଟ୍ରାକ୍‌ ରେକର୍ଡ ଥିବା ଗ୍ରାହକଙ୍କୁ...

୪ ଦିନରେ ୧୩.୩ ଟ୍ରିଲିୟନ ହରାଇଲେ ନିବେଶକ

ନୂଆଦିଲ୍ଲୀ,୨୭।୯: ଇକ୍ୱିଟି ନିବେଶକଙ୍କ ସମ୍ପତ୍ତି ଗତ ୪ଦିନର ବଜାର କାରବାର ମଧ୍ୟରେ ୧୩.୩ ଟ୍ରିଲିୟନରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ ତୀବ୍ର ବିକ୍ରୟ ମଧ୍ୟରେ...

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମୁଖ୍ୟଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୩।୫: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମୁଖ୍ୟମାନଙ୍କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶୁକ୍ରବାର ଭେଟିଛନ୍ତି। ଭିଡିଓ କନ୍‌ଫରେନ୍ସ ଯୋଗେ ହୋଇଥିବା ଏହି ବୈଠକରେ ଅର୍ଥମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗ ଉପରେ...

ପିଆଜ ମହଜୁଦ ସୀମାରେ ପୁଣି ପରିବର୍ତ୍ତନ

ନୂଆଦିଲ୍ଲୀ,୧୦-୧୨: ଦେଶରେ ପିଆଜ ଦର କମୁ ନ ଥିବା ବେଳେ ସରକାର ପୁଣି ଥରେ ପିଆଜ ମହଜୁଦ ସୀମରେ ପରିବର୍ତ୍ତନ କରିଛନ୍ତି। ଖୁଚୁରା ବ୍ୟବସାୟୀଙ୍କ ଲାଗି...

ମାରୁତି ଆସନ୍ତାବର୍ଷ ଏପ୍ରିଲରୁ ବିକିବନି ଡିଜେଲ କାର୍‌

ନୂଆଦିଲ୍ଲୀ,୨୫-୪: ଦେଶର ସର୍ବବୃହତ କାର୍‌ ନିର୍ମାତା କମ୍ପାନୀ ମାରୁତି ସୁଜୁକି ଆସନ୍ତାବର୍ଷ ଏପ୍ରିଲ ପହିଲାରୁ ଡିଜେଲ ଇଞ୍ଜିନ କାର୍‌ ଉତ୍ପାଦନ ବନ୍ଦ କରିଦେବ। ବର୍ତ୍ତମାନ କମ୍ପାନୀ...

ଜୁନ ୧୩ରେ ଜଲାନ କମିଟିର ବୈଠକ

ନୂଆଦିଲ୍ଲୀ,୩୧-୫: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ନିକଟରେ କେତେ ବଳକା ଅର୍ଥ ରହିବା ଉଚିତ୍‌ ସେ ସମ୍ପର୍କରେ ତର୍ଜମା ପାଇଁ ପୂର୍ବତନ ଗଭର୍ନର ବିମଳ ଜଲାନଙ୍କ ଅଧ୍ୟକ୍ଷତାରେ...

Advertisement
Archives

Model This Week