Posted inଜାତୀୟ

ଦେଶକୁ ମିଳିବ ପ୍ରଥମ ସ୍ୱଦେଶୀ ଆଟାକ ହେଲିକପ୍ଟର

ନୂଆଦିଲ୍ଲୀ,୧୯ ।୧୧: ଦେଶ ଓ ଦେଶର ସେନାଙ୍କ ପାଇଁ ଶୁକ୍ରବାର ଅର୍ଥାତ୍ ୧୯ ନଭେମ୍ବର ଏକ ବିଶେଷ ଦିନ ହେବାକୁ ଯାଉଛି । କାରଣ ଶୁକ୍ରବାର ଭାରତୀୟ ବାୟୁସେନାକୁ ମିଳିବ ସବୁଠାରୁ ହାଲୁକା ଆଟାକ ହେଲିକପ୍ଟର । ଆଉ ସବୁଠାରୁ ଗର୍ବର କଥା ହେଲା ଏହା କୌଣସି ବାହାର କମ୍ପାନୀ ଦ୍ୱାରା ନିର୍ମିତ ନୁହେଁ । ଉକ୍ତ ଲାଇଟ କମ୍ବାକ୍ଟ ହେଲିକପ୍ଟରୁ ହିନ୍ଦୁସ୍ତାନ ଏରୋନଟିିକ୍ସ ଲିମିଟେଡ ବା ହାଲ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଶୁକ୍ରବାର ଉତ୍ତର ପ୍ରଦେଶର ଝାନ୍‌ସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଲ୍‌ସିଏଚ୍‌କୁ ଭାରତୀୟ ବାୟୁସେନାକୁ ଅର୍ପଣ କରିବେ ।

ଏହି ହେଲିକପ୍ଟର ୧୫-୧୬ ହଜାର ଉଚ୍ଚତା ପର୍ଯ୍ୟନ୍ତ ଉଡିବାର କ୍ଷମତା ରଖିପାରେ ।
ବିଶ୍ୱର ଏହା ଏକମାତ୍ର ହେଲିକପ୍ଟର, ଯାହା ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିୟାଚିନ ଗ୍ଲାସିୟରରେ ଉଡିପାରିବା ସହ, କଠିନ ଉଚ୍ଚତାରେ ଟେକଅଫ ଓ ଲ୍ୟାଣ୍ଡ କରିବା ବ୍ୟତୀତ ଶତ୍ରୁଙ୍କୁ ଟାର୍ଗେଟ କରି ଆକ୍ରମଣ କରିବାର କ୍ଷମତା ରଖିଛି ।
ବରଫ ପାହାଡ ଉପରେ ମାଇନସ୍ ୫୦ ଡିଗ୍ରୀ ସେଲସିୟସରେ ଉଡିପାରିବା ସହ ଏହା ମରୁଭୂମୀର ୫୦ ଡିଗ୍ରୀ ତାପମାତ୍ରାରେ ବି ଉଡିବାର କ୍ଷମତା ରଖିଛି ।
ଏହି ଲାଇଟ୍ କମ୍ବାକ୍ଟ ହେଲିକପ୍ଟରକୁ ୧୩ ବର୍ଷର କଠିନ ପରିଶ୍ରମ ପରେ ତିଆରି କରାଯାଇଛି ।
ଦେଶର ସ୍ୱାଧିନତାକୁ ୭୫ ବର୍ଷ ପୁରଣ ହେବା ଅବସରରେ ସ୍ୱାଧିନତାର ଅମୃ୍‌ତ ମହୋତ୍ସବ ପାଳନ କରାଯାଉଛି । ଉତ୍ତର ପ୍ରଦେଶର ଝାନ୍‌ସୀରେ ଏହାକୁ ନେଇ ୩ ଦିନ ଧରି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମର ପ୍ରଥମ ଦିନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ଶୁଭାରମ୍ଭ କରିଛନ୍ତି । ଶୁକ୍ରବାର ଏହାର ଶେଷ ଦିବସ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଝାନ୍‌ସୀ ପହଞ୍ଚି ସ୍ୱଦେଶ ନିର୍ମିତ ହେଲିକପ୍ଟର ବାୟୁସେନାକୁ ଅର୍ପଣ କରିବେ । ଏହାସହ ସ୍ଥଳସେନାଧ୍ୟକ୍ଷଙ୍କୁ ଡ୍ରୋନ ପ୍ରଦାନ କରିବେ, ଯାହାର ଆବଶ୍ୟକତା ଭାରତ-ଚାଇନା ସୀମାରେ କ୍ରମାଗତ ଭାବେ ଅନୁଭବ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

ବିବାଦ ପରେ ମୁହଁ ଖୋଲିଲେ ପୂର୍ବତନ ସେନାମୁଖ୍ୟ: ”ଏହା ହିଁ ବହିର…”

ନୂଆଦିଲ୍ଲୀ,୧୦।୨: ନିଜର ଅପ୍ରକାଶିତ ବହିକୁ ନେଇ ବିବାଦ ଜୋର ଧରିବା ପରେ ମୁହଁ ଖୋଲିଛନ୍ତି ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍.ଏମ୍. ନରଭାଣେ। ତାଙ୍କର ଏହି ଆତ୍ମଜୀବନୀ…

ସୋସିଆଲ ମିଡିଆ କ୍ରିଏଟର୍ସଙ୍କ ପାଇଁ ବଡ଼ ସୁଯୋଗ: DD Newsରେ ଦେଖାଇପାରିବେ ଆପଣଙ୍କ କଣ୍ଟେଟ୍‌, ମିଳିବ ଟଙ୍କା…

ନୂଆଦିଲ୍ଲୀ,୧୦।୨: ଯଦି ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର, ତେବେ ଆପଣଙ୍କ ପାଇଁ ପ୍ରତିଭା ପ୍ରଦର୍ଶନ କରିବା ଏବଂ ଟଙ୍କା ରୋଜଗାର କରିବାର ଏକ ମହାନ ସୁଯୋଗ ଆସିଛି।…

ଓଡ଼ିଶାରେ ୪,୧୦୦ କୋଟିର ପୁଞ୍ଜିନିବେଶକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦,୦୦୦ ନିଯୁକ୍ତି

ଭୁବନେଶ୍ୱର,୧୦।୨: ଓଡ଼ିଶା ଶିଳ୍ପାୟନ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ମଙ୍ଗଳବାର ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ରାଜ୍ୟ ସରକାର ୪,୧୧୧.୮୦ କୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri