Posted inଜାତୀୟ

ବିନା ପୁରୁଷ ସାଥିରେ ୪୦୦୦ ମହିଳା କରିଛନ୍ତି ହଜ ଯାତ୍ରା: ମୋଦି

ନୂଆଦିଲ୍ଲୀ,୩୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏଥର ହେଉଛି ୧୦୩ ତମ ଏପିସୋଡ। ଏହି ଏପିସୋଡରେ ପ୍ରଧାନମନ୍ତ୍ରୀ କିଛି ମହତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି। ଦେଶବାସୀଙ୍କ ଅସାଧାରଣ ସାହସର ପ୍ରଶଂସା କରିଛନ୍ତି ଓ ମୌସୁମୀ କଥା କହି ଜଳ ସଂରକ୍ଷଣର କଥା ଉଠାଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଗତ କିଛି ଦିନ ହେଲା ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଚିନ୍ତା ବଢିଛି। ଯମୁନା ପରି ଅନେକ ନଦୀରେ ବନ୍ୟା ହେତୁ ଲୋକଙ୍କୁ ଅନେକ ସ୍ଥାନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ପାହାଡ ଅଞ୍ଚଳରେ ମଧ୍ୟ ଭୂସ୍ଖଳନ ଘଟିଛି। ଏସବୁ ବିପଦ ସହିତ ଆମେ ଏକତ୍ର ହୋଇ ଏକାକି ଲଢିଲୁ। ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତଙ୍କ କଲ୍ୟାଣ ହେଉଛି ଭାରତର ଆତ୍ମା ଏବଂ ଶକ୍ତି।
ପ୍ରଧାନମନ୍ତ୍ରୀ ମୋଦି ମନ କି ବାତ କାର୍ଯ୍ୟକ୍ରମରେ ପବିତ୍ର ଶ୍ରାବଣ ମାସ ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ କହିଛନ୍ତି ଯେ ଭାରତର ତୀର୍ଥଯାତ୍ରାର ଗୁରୁତ୍ୱ ବଢିଛି ଏବଂ ଏହାକୁ ଦେଖିବା ପାଇଁ ସାରା ବିଶ୍ୱରୁ ଲୋକମାନେ ଆସୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଆମର ପର୍ବ, ଆମର ପରମ୍ପରା ଆମକୁ ଗତିଶୀଳ କରିଥାଏ।
ଶ୍ରାବଣ ମାସରେ ଦେଶର ୧୨ ଜ୍ୟୋର୍ତିଲିଙ୍ଗରେ ଭକ୍ତଙ୍କ ଲାଇନ ଲାଗିଛି। ସମଗ୍ର ବିଶ୍ୱରୁ ଭକ୍ତମାନେ ଭାରତର ତୀର୍ଥସ୍ଥାନକୁ ଆସୁଛନ୍ତି। ମୁଁ ଜାଣିବାକୁ ପାଇଲି ଯେ ଆମେରିକାର କାଲିଫର୍ନିଆର ଦୁଇଜଣ ବନ୍ଧୁ ଅମରନାଥ ଯାତ୍ରାରେ ଆସିଥିଲେ।
ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ମଧ୍ୟ ସେହି ମୁସଲମାନ ମହିଳାମାନଙ୍କଠାରୁ ବହୁ ସଂଖ୍ୟକ ଚିଠି ପାଇଛି, ଯେଉଁମାନେ ନିକଟରେ ‘ହଜ’ ଯାତ୍ରା ଶେଷ କରିବା ପରେ ଫେରିଛନ୍ତ। ଏହି ମହିଳାମାନେ କୌଣସି ପୁରୁଷ ସାଥୀ କିମ୍ବା ‘ମେହେରାମ’ ବିନା ‘ହଜ’ କରିଛନ୍ତି। ସେମାନଙ୍କର ସଂଖ୍ୟା କେବଳ ୫୦ କିମ୍ବା ୧୦୦ ନୁହେଁ ବରଂ ୪,୦୦୦ରୁ ଅଧିକ। ଏହା ଏକ ବିରାଟ ପରିବର୍ତ୍ତନ, ପୂର୍ବରୁ ମୁସଲମାନ ମହିଳାମାନଙ୍କୁ ‘ମେହେରାମ’ ବିନା ‘ହଜ’ କରିବାକୁ ଅନୁମତି ଦିଆଯାଇ ନ ଥିଲା। ମେହେରାମ ବିନା ହଜ କରୁଥିବା ମୁସଲମାନ ମହିଳାମାନଙ୍କ ପାଇଁ ମହିଳା ସଂଯୋଜକ ନିଯୁକ୍ତ କରିଥିବାରୁ ମୁଁ ସୌଦି ଆରବ ସରକାରଙ୍କୁ ଧନ୍ୟବାଦ ଜଣାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

ଗୋଟିଏ ଦିନରେ କେତେ ପେଟ୍ରୋଲ କିଣିପାରିବେ? ଯୁଦ୍ଧ ଭିତରେ ଜାଣିନିଅନ୍ତୁ ନିୟମ…

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଏବଂ ଇନ୍ଧନ ଯୋଗାଣ ସମ୍ପର୍କରେ ଚିନ୍ତା ଜାରି ରହିଥିବାରୁ, ଭାରତର କିଛି ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲର ଆତଙ୍କ କ୍ରୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri