Posted inଜାତୀୟ

ଲେହରେ ଗର୍ଜିଲେ ମୋଦି

ଲେହ,୩।୭: ସମସ୍ତଙ୍କୁ ଚକିତ କଲାଭଳି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେହ ଗସ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ସେ ଚାଇନା ଉପରେ ଖୁବ୍‌ ବର୍ଷିଛନ୍ତି। ସେଠାରେ ସେ ଭାରତୀୟ ସେନାଙ୍କୁ ସମ୍ବୋଧନ ଦେବା ଅବସରରେ କହିଛନ୍ତି ବିସ୍ତାରବାଦର ଯୁଗ ଶେଷ ହୋଇଛି ଏବେ ବିକାଶବାଦର ସମୟ ଆସିଯାଇଛି। କ୍ଷୀପ୍ର ଗତିରେ ବଦଳୁଥିବା ସମୟରେ ବିକାଶବାଦ ଆରମ୍ଭ ମାତ୍ର। ଏବେ ବିକାଶବାଦର ସମୟ ଆସିଛି ଓ ଏହା ଭବିଷ୍ୟତର ଆଧାର ବୋଲି ସେ କହିଛନ୍ତି। ତେବେ ଅତୀତରେ ବିସ୍ତାରବାଦ ହିଁ ମାନବଜାତିର ସବୁଠାରୁ ବଡ ଅସୁବଧା ସୃଷ୍ଟି କରିଛି। ଏମିତିକି ମାନବିକତାକୁ ବିନାଶ କରିଛି। ଯେତେବେଳେ କାହା ପାଖରେ ବିସ୍ତାରବାଦର ଭୂତ ମୁଣ୍ଡକୁ ଆସିଥାଏ ସେତେବେଳେ ସେ ବିଶ୍ୱ ଶାନ୍ତି ସମ୍ମୁଖରେ ଅସୁବିଧା ସୃଷ୍ଟି କରିଥାଏ। ଇତିହାସ ଏହାର ସାକ୍ଷୀ ବୋଲି ସେ କହିଛନ୍ତି। ଏବେ ସାରା ବିଶ୍ୱ ବିସ୍ତାରବାଦ ବିରୋଧରରେ ସ୍ବର ଉତ୍ତୋଳନ କରୁଥିବା ବେଳେ ଆଜି ବିଶ୍ୱ ବିକାଶବାଦକୁ ସମର୍ପିତ ହୋଇଛି। ମୋଦି କହିଛନ୍ତି ଯେବେ ବି ସେ ରାଷ୍ଟ୍ରର ସୁରକ୍ଷା ସହ ଜଡିତ କିଛି ନିଷ୍ପତ୍ତିକୁ ନେଇ ଚିନ୍ତା କରିଥାଆନ୍ତି ସେତେବେଳେ ସେ ଦୁଇ ମା’ଙ୍କ କଥା ପ୍ରଥମେ ସ୍ମରଣରେ ଆଣନ୍ତି। ପ୍ରଥମେ ଭାରତ ମାତା ଦ୍ୱିତୀୟରେ ସେହି ମା’ ଯେଉଁମାନେ ଆପଣମାନଙ୍କ ଭଳି ପରାକ୍ରମି ଯୋଦ୍ଧାଙ୍କୁ ଜନ୍ମ ଦେଇଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ମୋଦି ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌(ସିଡିଏଓ୍‌) ବିପିନ ରାଓ୍ବତଙ୍କ ସହ ଲେହ ପହଞ୍ଚିଥିଲେ। ସେଠାରେ ସେ ଚାଇନା ସହ ଲାଗିଥିବା ସୀମା ବିବାଦର ମ୍ୟାପ ଦେଖିଥିଲେ। ସେଠାରେ ସେନାଙ୍କୁ ସମ୍ବୋଧନ କରିବା ଅବସରରେ ମୋଦି କହିଥିଲେ, ଆପଣମାନେ ଯେଉଁ ବୀରତାର ପରିଚୟ ଦେଇଛନ୍ତି ତାହା ସାରା ବିଶ୍ୱ ଦେଖିଛି। ଭାରତର ଶକ୍ତି କେତେ ତାହା ମଧ୍ୟ ବିଶ୍ୱ ଜାଣିଛି। ଗଲଓ୍ବାନ ଘାଟିରେ ଶହୀଦ ହୋଇଥିବା ସେନାଙ୍କୁ ସେ ପୁଣିଥରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଥିଲେ ସେମାନଙ୍କ ପରାକ୍ରମ, ସେମାନଙ୍କ ସିଂହନାଦକୁ ଏବେବି ଭାରତ ମାତା ପ୍ରଶଂସା କରି ଚାଲିଛି। ବିଶ୍ୱ ଭାରତୀୟ ସେନାର ଅଦମ୍ୟ ସାହସକୁ ଦେଖିଛି। ଆପଣଙ୍କ ବୀର ଗାଥା ଆଜି ଘରେ ଘରେ ଗୁଞ୍ଜରିତ ହେଉଛି। ଆଉ ଶତ୍ରୁ ପକ୍ଷ ଆପଣଙ୍କ ନିଆଁ ବି ଦେଖିଛି କ୍ରୋଧ ବି ଦେଖିଛି । ତେଣୁ ଏଥିରୁ ସାରା ବିଶ୍ୱ ଭାରତୀୟ ସେନାର ଶକ୍ତି ବିଷୟରେ ଅବଗତ ବି ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

‘କଣ୍ଟ୍ରୋଲ୍ ଉଦୟ’ରୁ ‘ଲେ ମୈ ଭୀ ନାଚା’: ନାନା ପାଟେକରଙ୍କ ବିୟୋଗରେ ଝୁରୁଛି ଇଣ୍ଟରନେଟ୍, ଭାଇରାଲ୍ ହେଉଛି ଆଇକନିକ୍ ମିମ୍‌ସ

ପାଣାଜୀ:ଭାରତୀୟ ସିନେମା ଜଗତର ଜଣେ ବରିଷ୍ଠ ତଥା ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗୁରୁବାର ସକାଳେ ଗୋଆସ୍ଥିତ ତାଙ୍କ ବାସଭବନରେ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ୭୦% ଶସ୍ତା ହେବ ଏହି ଔଷଧ

ନୂଆଦିଲ୍ଲୀ,୮।୧୦: କ୍ୟାନ୍ସର ଚିକିତ୍ସାରେ ଭାରି ଖର୍ଚ୍ଚକୁ ନେଇ ଚିନ୍ତିତ ରୋଗୀ ଓ ସେମାନଙ୍କ ପରିବାର ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସମସ୍ତ ନନ୍-ସେଡ୍ୟୁଲ୍…

ଭୋଟ୍‌ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ ନାରାରେ କମ୍ପିଲା ଲାଞ୍ଜିଗଡ଼

ଲାଞ୍ଜିଗଡ଼,୮ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦକୁ…

କ୍ରିକେଟ୍‌ରେ ଚାମ୍ପିୟନ୍‌ ହେଲା ଆମେରିକା: ଭାରତୀୟ ବଂଶୋଦ୍ଭବ କଲେ କମାଲ

ଡଲାସ,୮।୧୦:ଭାରତୀୟ ବଂଶୋଦ୍ଭବ ଅଧିନାୟକ ମୋନାଙ୍କ ପଟେଲଙ୍କ ଧମାକାଦାର ଶତକ ବଳରେ ନାମ୍ବିଆକୁ ୪ ଉଇକେଟରେ ପରାସ୍ତ କରି ICC Cricket World Cup League Two 2023-27ର…

ବଙ୍ଗରେ ହଲଚଲ! ଉପନିର୍ବାଚନକୁ ନେଇ ମମତାଙ୍କ ବଡ଼ ଅଭିଯୋଗ; କହିଲେ ନିର୍ବାଚନ ହୋଇନି, EVMରେ…

କୋଲକାତା,୮।୧୦: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନର ଉପନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ରାଜନୀତି ସରଗରମ ହୋଇଛି । ମମତା ବାନାର୍ଜୀ ଭାଜପା ଉପରେ ଗୁରୁତର…

କୋହଲିଙ୍କୁ ପିଛା ଛାଡ଼ୁନି ବିବାଦ: ଆଗେ ଫସୁଛନ୍ତି ପରେ ଦେଉଛନ୍ତି ସଫେଇ

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟର ତାରକା ବିରାଟ କୋହଲିଙ୍କୁ ନେଇ ପୁଣିଥରେ ଏକ ବିବାଦ ଚର୍ଚ୍ଚାକୁ ଆସିଛି। ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ…

ଗୁଡ଼ାରୀବାସୀଙ୍କ ପାଇଁ ବଡ଼ ଖବର: ଗୁଡ଼ାରୀ-ଢେପାଗୁଡ଼ା-କର୍ଲାଘାଟି ରାସ୍ତା ପ୍ରଶସ୍ତୀକରଣକୁ ମଞ୍ଜୁରି, ବିଧାୟକ କହିଲେ….

ଗୁଡାରି,୮ା୧୦(ପ୍ରମୋଦ କୁମାର ପତି ): ରାୟଗଡା ଜିଲାର ଗୁଡାରି – ଢେପାଗୁଡା – କର୍ଲାଘାଟି ରାସ୍ତାର ପ୍ରଶସ୍ତୀକରଣ ପ୍ରକଳ୍ପ ମଞ୍ଜୁର ହୋଇଛି । ଏନେଇ ପୂର୍ତ୍ତ ବିଭାଗ…

କଂଗ୍ରେସର ବନ୍ଦ ଡାକରା: ରାଜ୍ୟ ରାଜପଥ ଅବରୋଧ କଲେ ବିକ୍ଷୋଭକାରୀ

ବଞ୍ଚୋ,୮ା୧୦(ପ୍ରଦୋଷ ବିଶ୍ୱାଳ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଆନନ୍ଦପୁରରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ ସମେତ ବାମପନ୍ଥୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?