Posted inଜାତୀୟ

ଲେହରେ ଗର୍ଜିଲେ ମୋଦି

ଲେହ,୩।୭: ସମସ୍ତଙ୍କୁ ଚକିତ କଲାଭଳି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେହ ଗସ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ସେ ଚାଇନା ଉପରେ ଖୁବ୍‌ ବର୍ଷିଛନ୍ତି। ସେଠାରେ ସେ ଭାରତୀୟ ସେନାଙ୍କୁ ସମ୍ବୋଧନ ଦେବା ଅବସରରେ କହିଛନ୍ତି ବିସ୍ତାରବାଦର ଯୁଗ ଶେଷ ହୋଇଛି ଏବେ ବିକାଶବାଦର ସମୟ ଆସିଯାଇଛି। କ୍ଷୀପ୍ର ଗତିରେ ବଦଳୁଥିବା ସମୟରେ ବିକାଶବାଦ ଆରମ୍ଭ ମାତ୍ର। ଏବେ ବିକାଶବାଦର ସମୟ ଆସିଛି ଓ ଏହା ଭବିଷ୍ୟତର ଆଧାର ବୋଲି ସେ କହିଛନ୍ତି। ତେବେ ଅତୀତରେ ବିସ୍ତାରବାଦ ହିଁ ମାନବଜାତିର ସବୁଠାରୁ ବଡ ଅସୁବଧା ସୃଷ୍ଟି କରିଛି। ଏମିତିକି ମାନବିକତାକୁ ବିନାଶ କରିଛି। ଯେତେବେଳେ କାହା ପାଖରେ ବିସ୍ତାରବାଦର ଭୂତ ମୁଣ୍ଡକୁ ଆସିଥାଏ ସେତେବେଳେ ସେ ବିଶ୍ୱ ଶାନ୍ତି ସମ୍ମୁଖରେ ଅସୁବିଧା ସୃଷ୍ଟି କରିଥାଏ। ଇତିହାସ ଏହାର ସାକ୍ଷୀ ବୋଲି ସେ କହିଛନ୍ତି। ଏବେ ସାରା ବିଶ୍ୱ ବିସ୍ତାରବାଦ ବିରୋଧରରେ ସ୍ବର ଉତ୍ତୋଳନ କରୁଥିବା ବେଳେ ଆଜି ବିଶ୍ୱ ବିକାଶବାଦକୁ ସମର୍ପିତ ହୋଇଛି। ମୋଦି କହିଛନ୍ତି ଯେବେ ବି ସେ ରାଷ୍ଟ୍ରର ସୁରକ୍ଷା ସହ ଜଡିତ କିଛି ନିଷ୍ପତ୍ତିକୁ ନେଇ ଚିନ୍ତା କରିଥାଆନ୍ତି ସେତେବେଳେ ସେ ଦୁଇ ମା’ଙ୍କ କଥା ପ୍ରଥମେ ସ୍ମରଣରେ ଆଣନ୍ତି। ପ୍ରଥମେ ଭାରତ ମାତା ଦ୍ୱିତୀୟରେ ସେହି ମା’ ଯେଉଁମାନେ ଆପଣମାନଙ୍କ ଭଳି ପରାକ୍ରମି ଯୋଦ୍ଧାଙ୍କୁ ଜନ୍ମ ଦେଇଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ମୋଦି ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌(ସିଡିଏଓ୍‌) ବିପିନ ରାଓ୍ବତଙ୍କ ସହ ଲେହ ପହଞ୍ଚିଥିଲେ। ସେଠାରେ ସେ ଚାଇନା ସହ ଲାଗିଥିବା ସୀମା ବିବାଦର ମ୍ୟାପ ଦେଖିଥିଲେ। ସେଠାରେ ସେନାଙ୍କୁ ସମ୍ବୋଧନ କରିବା ଅବସରରେ ମୋଦି କହିଥିଲେ, ଆପଣମାନେ ଯେଉଁ ବୀରତାର ପରିଚୟ ଦେଇଛନ୍ତି ତାହା ସାରା ବିଶ୍ୱ ଦେଖିଛି। ଭାରତର ଶକ୍ତି କେତେ ତାହା ମଧ୍ୟ ବିଶ୍ୱ ଜାଣିଛି। ଗଲଓ୍ବାନ ଘାଟିରେ ଶହୀଦ ହୋଇଥିବା ସେନାଙ୍କୁ ସେ ପୁଣିଥରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଥିଲେ ସେମାନଙ୍କ ପରାକ୍ରମ, ସେମାନଙ୍କ ସିଂହନାଦକୁ ଏବେବି ଭାରତ ମାତା ପ୍ରଶଂସା କରି ଚାଲିଛି। ବିଶ୍ୱ ଭାରତୀୟ ସେନାର ଅଦମ୍ୟ ସାହସକୁ ଦେଖିଛି। ଆପଣଙ୍କ ବୀର ଗାଥା ଆଜି ଘରେ ଘରେ ଗୁଞ୍ଜରିତ ହେଉଛି। ଆଉ ଶତ୍ରୁ ପକ୍ଷ ଆପଣଙ୍କ ନିଆଁ ବି ଦେଖିଛି କ୍ରୋଧ ବି ଦେଖିଛି । ତେଣୁ ଏଥିରୁ ସାରା ବିଶ୍ୱ ଭାରତୀୟ ସେନାର ଶକ୍ତି ବିଷୟରେ ଅବଗତ ବି ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୃହରେ ବିରୋଧୀଙ୍କ ହଙ୍ଗାମା,ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲୋକ ସଭା ସ୍ଥଗିିତ

ନୂଆଦିଲ୍ଲୀ,୬।୪: ସଂସଦର ବଜେଟ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟର ଶେଷ ଦିନରେ ମଧ୍ୟ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିପାରିନାହିଁ। ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା।...

ହରିୟାଣା ମହିଳା କମିଶନ ଅଧ୍ୟକ୍ଷାଙ୍କ ବିବାଦୀୟ ବୟାନ

ଚଣ୍ଡିଗଡ଼,୨୦।୪: ହରିୟାଣା ମହିଳା କମିଶନ ଅଧ୍ୟକ୍ଷା ରେନୁ ଭାଟିଆଙ୍କ ଏକ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ଭାଟିଆ ଗୋଟିଏ ପଟେ ଲିଭ ଇନ ରିଲେସନଶିପ ଆଇନର...

୪୦ କଂଗ୍ରେସ ବିଧାୟକଙ୍କୁ ପଠାଗଲା ହୋଟେଲ

ଜୟପୁର,୨।୬: ରାଜସ୍ଥାନରେ ୪ ରାଜ୍ୟ ସଭା ଆସନ ଲାଗି ନିର୍ବାଚନ ହେବାକୁ ଥିବାବେଳେ ସମସ୍ତ ଦଳୀୟ ବିଧାୟକଙ୍କୁ ଏକାଠି କରି ରଖିବା ଲାଗି କଂଗ୍ରେସ ପ୍ରାୟ...

୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ନିଖୋଜ: ପ୍ରଶାସନର ବଢ଼ିଲା ଚିନ୍ତା

ବେଙ୍ଗାଲୁରୁ, ୨୬।୭: କରୋନା ସଂକ୍ରମଣ ଯୋଗୁ କର୍ନାଟକରେ ସ୍ଥିତି ସଙ୍କଟ ଜନକ ରହିଛି। ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି। ତେବେ...

 ଏନଟିଆର୍‌ ଥିଲେ ବାହୁବଳୀ; ମାତ୍ର ଚନ୍ଦ୍ରାବାବୁ କଟପ୍ପା: ସୁନୀଲ୍‌ ଦେଓଘର

ହାଇଦ୍ରାବାଦ୍‌,୩୧।୭: ତେଲୁଗୁ ଦେଶମ୍‌ ପାର୍ଟିର ସଂସ୍ଥାପକ ଏନ୍‌ଟିଆର୍‌ ବାହୁବଳୀ ଥିଲେ। ଅପରପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ହେଉଛନ୍ତି କଟପ୍ପା। ପ୍ରକୃତ ପକ୍ଷେ ଚନ୍ଦ୍ରାବାବୁ ହେଉଛନ୍ତି...

ଫେସବୁକ୍‌, ହ୍ବାଟସଆପରେ ଭାଜପାର କବଜା: ରାହୁଲ

ନୂଆଦିଲ୍ଲୀ,୧୬।୮: କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭାରତୀୟ ଜନତା ପାର୍ଟି(ଭାଜପା) ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌) କୁ ଟାର୍ଗେଟ କରିଛନ୍ତି। ସେ...

ସରକାରଙ୍କୁ ସମାଲୋଚନା କରିବା ଦେଶଦ୍ରୋହ ନୁହେଁ

ନୂଆଦିଲ୍ଲୀ, ୩୧।୫: ଟିଭି ଏବଂ ଛାପା ଗଣମାଧ୍ୟମ ସରକାରଙ୍କୁ ସମାଲୋଚନା କରିପାରିବେ। ସରକାରଙ୍କୁ ସମାଲୋଚନା କରିବା ଦେଶଦ୍ରୋହ ନୁହେଁ। ଏକ ଯାଚିକାର ଶୁଣାଣି କରି ଉପରୋକ୍ତ...

ପରଲୋକରେ ପଦ୍ମଶ୍ରୀ ନବନୀତା ଦେବ୍‌ସେନ

କୋଲକାତା,୮।୧୧: ପ୍ରଖ୍ୟାତ ଅର୍ଥନୀତିଜ୍ଞ ନୋବେଲ ବିଜେତା ଡ.ଅମର୍ତ୍ତ୍ୟ ସେନଙ୍କ ପ୍ରଥମ ସ୍ତ୍ରୀ ନବନୀତା ଦେବ୍‌ ସେନଙ୍କ ଗୁରୁବାର ସଂନ୍ଧ୍ୟାରେ ଦକ୍ଷିଣ କୋଲକୋତା ସ୍ଥିତ ବାସଭବନରେ ମୃତ୍ୟୁ...

Advertisement
Archives

Model This Week