Posted inଜାତୀୟ

ମୋଦିଙ୍କ ଉପରେ ହୋଇପାରେ ମରଣାନ୍ତକ ଆକ୍ରମଣ, କେରଳ ଭାଜପା ଅଧ୍ୟକ୍ଷଙ୍କ ଦାବି

ନୂଆଦିଲ୍ଲୀ,୨୨।୪: କେରଳ ଭାରତୀୟ ଜନତା ପାର୍ଟି(ଭାଜପା)ର ଅଧ୍ୟକ୍ଷ ସୁରେନ୍ଦ୍ର ଦାବି କରିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇପାରେ ବୋଲି ଏକ ଧମକପୂର୍ଣ୍ଣ ପତ୍ର ମିଳିଛି। ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ କେରଳ ଗସ୍ତ କାର୍ଯ୍ୟକ୍ରମ ସମୟରେ ତାଙ୍କ ଉପରେ ଆକ୍ରମଣ ହେବାର ଧମକ ଦିଆଯାଇଛି। ମୋଦିଙ୍କ ଦୁଇ ଦିନିଆ କେରଳ ଗସ୍ତ ୨୪ ଏପ୍ରିଲ ଅର୍ଥାତ୍‌ ସୋମବାରଠାରୁ ଆରମ୍ଭ ହେଉଛି। ମୋଦିଙ୍କ କେରଳ ଗସ୍ତ ସମୟରେ ସେ ସର୍ବ ପ୍ରଥମେ କେରଳର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖାଇବାର କାର୍ଯ୍ୟକ୍ରମ ରହିଛି। ଏହାସହ କୋଚି ଓ୍ବାଟର ମେଟ୍ରୋର ଉଦଘାଟନ କରିବେ। ଧମକପୂର୍ଣ୍ଣ ପତ୍ର ମିଳିବା ପରେ ସାରା ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି। ଏହାସହ ସୁରକ୍ଷା ଏଜେନ୍ସି ବି ସତର୍କ ହୋଇଯାଇଛନ୍ତି।

କେ ସୁରେନ୍ଦ୍ର ସୂଚନା ଦେଇଛନ୍ତି କି, କୋଚିର ଜଣେ ବ୍ୟକ୍ତିଙ୍କ ପକ୍ଷରୁ ମଲାୟାଲମ ଭାଷାରେ ଏହି ଧମକପୂର୍ଣ୍ଣ ପତ୍ର ଲେଖାଯାଇଛି, ଯାହାକୁ ଗୋଟିଏ ସପ୍ତାହ ପୂର୍ବରୁ କେରଳର ଭାଜପା କାର୍ଯ୍ୟାଳୟକୁ ପଠାଯାଇଥିଲା। ସେ କହିଛନ୍ତି, ଧମକପୂର୍ଣ୍ଣ ପତ୍ର ରାଜ୍ୟର ପୋଲିସ ମହାନିର୍ଦ୍ଦେଶକଙ୍କୁ ଦିଆଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଉକ୍ତ ପତ୍ରରେ କୋଚିର ବାସିନ୍ଦା ଏକେ ଜନିଙ୍କ ଠିକଣା ପ୍ରେରକ ଭାବେ ଲେଖାଯାଇଛି। ପତ୍ର ମାଧ୍ୟମରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ବି ହତ୍ୟା ଧମକ ଦିଆଯାଇଥିଲା। ସମ୍ବନ୍ଧିତ ବ୍ୟକ୍ତିଙ୍କୁ ଏ ସମ୍ପର୍କରେ ଜାଣିବା ପାଇଁ ଅଧିକାରୀମାନେ ସମ୍ପର୍କ କରିବାରୁ ସେ ଏହାକୁ ଖଣ୍ଡନ କରିବା ସହ କହିଛନ୍ତି କେହି ବ୍ୟକ୍ତି ହୁଏତ ତାଙ୍କ ନାମ ବ୍ୟବହାର କରି ଏହି ପତ୍ର ଲେଖିଥାଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ବ୍ରିଟିଶ ରାଜ ପରିବାରକୁ ଲଜ୍ଜା, ପୂର୍ବତନ ରାଜକୁମାର ଗିରଫ

ନୂଆଦିଲ୍ଲୀ,୧୯ା୨: ବ୍ରିଟେନର ରାଜା ଚାର୍ଲସଙ୍କ ସାନ ଭାଇ ତଥା ପୂର୍ବତନ ରାଜକୁମାର ଆଣ୍ଡ୍ର୍ୟୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଗୁରୁବାର ଗିରଫ ହୋଇଛନ୍ତି। ସରକାରୀ ପଦବୀରେ ଥାଇ ଅସଦାଚରଣ ବା କ୍ଷମତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri