Posted inଜାତୀୟ

ମୋଦିଙ୍କ ଉପରେ ହୋଇପାରେ ମରଣାନ୍ତକ ଆକ୍ରମଣ, କେରଳ ଭାଜପା ଅଧ୍ୟକ୍ଷଙ୍କ ଦାବି

ନୂଆଦିଲ୍ଲୀ,୨୨।୪: କେରଳ ଭାରତୀୟ ଜନତା ପାର୍ଟି(ଭାଜପା)ର ଅଧ୍ୟକ୍ଷ ସୁରେନ୍ଦ୍ର ଦାବି କରିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇପାରେ ବୋଲି ଏକ ଧମକପୂର୍ଣ୍ଣ ପତ୍ର ମିଳିଛି। ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ କେରଳ ଗସ୍ତ କାର୍ଯ୍ୟକ୍ରମ ସମୟରେ ତାଙ୍କ ଉପରେ ଆକ୍ରମଣ ହେବାର ଧମକ ଦିଆଯାଇଛି। ମୋଦିଙ୍କ ଦୁଇ ଦିନିଆ କେରଳ ଗସ୍ତ ୨୪ ଏପ୍ରିଲ ଅର୍ଥାତ୍‌ ସୋମବାରଠାରୁ ଆରମ୍ଭ ହେଉଛି। ମୋଦିଙ୍କ କେରଳ ଗସ୍ତ ସମୟରେ ସେ ସର୍ବ ପ୍ରଥମେ କେରଳର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖାଇବାର କାର୍ଯ୍ୟକ୍ରମ ରହିଛି। ଏହାସହ କୋଚି ଓ୍ବାଟର ମେଟ୍ରୋର ଉଦଘାଟନ କରିବେ। ଧମକପୂର୍ଣ୍ଣ ପତ୍ର ମିଳିବା ପରେ ସାରା ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି। ଏହାସହ ସୁରକ୍ଷା ଏଜେନ୍ସି ବି ସତର୍କ ହୋଇଯାଇଛନ୍ତି।

କେ ସୁରେନ୍ଦ୍ର ସୂଚନା ଦେଇଛନ୍ତି କି, କୋଚିର ଜଣେ ବ୍ୟକ୍ତିଙ୍କ ପକ୍ଷରୁ ମଲାୟାଲମ ଭାଷାରେ ଏହି ଧମକପୂର୍ଣ୍ଣ ପତ୍ର ଲେଖାଯାଇଛି, ଯାହାକୁ ଗୋଟିଏ ସପ୍ତାହ ପୂର୍ବରୁ କେରଳର ଭାଜପା କାର୍ଯ୍ୟାଳୟକୁ ପଠାଯାଇଥିଲା। ସେ କହିଛନ୍ତି, ଧମକପୂର୍ଣ୍ଣ ପତ୍ର ରାଜ୍ୟର ପୋଲିସ ମହାନିର୍ଦ୍ଦେଶକଙ୍କୁ ଦିଆଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଉକ୍ତ ପତ୍ରରେ କୋଚିର ବାସିନ୍ଦା ଏକେ ଜନିଙ୍କ ଠିକଣା ପ୍ରେରକ ଭାବେ ଲେଖାଯାଇଛି। ପତ୍ର ମାଧ୍ୟମରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ବି ହତ୍ୟା ଧମକ ଦିଆଯାଇଥିଲା। ସମ୍ବନ୍ଧିତ ବ୍ୟକ୍ତିଙ୍କୁ ଏ ସମ୍ପର୍କରେ ଜାଣିବା ପାଇଁ ଅଧିକାରୀମାନେ ସମ୍ପର୍କ କରିବାରୁ ସେ ଏହାକୁ ଖଣ୍ଡନ କରିବା ସହ କହିଛନ୍ତି କେହି ବ୍ୟକ୍ତି ହୁଏତ ତାଙ୍କ ନାମ ବ୍ୟବହାର କରି ଏହି ପତ୍ର ଲେଖିଥାଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସୁନାରେ ସଜେଇ ହେବେ ଶ୍ରୀଜିଉ: ରତ୍ନସିଂହାସନରେ ଦିବ୍ୟ ଦୁର୍ଲଭ ଦର୍ଶନ

ପୁରୀ,୩।୧: ଆଜି ପୌଷ ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପୁଷ୍ୟାଭିଷେକ ନୀତି। ୧୦୮ ଗରା ଘିଅ ମିଶ୍ରିତ ଜଳରେ ଅଭିଷେକ ହେବେ ମହାପ୍ରଭୁ। ରତ୍ନସିଂହାସନରେ ଦିବ୍ୟ ଦୁର୍ଲଭ...

କାନାଡ଼ାରେ ୧୦ ଲକ୍ଷ ଭାରତୀୟଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା, ଜଙ୍ଗଲରେ ତମ୍ବୁ ଲଗାଇ ରହୁଛନ୍ତି ପ୍ରବାସୀ

ଓଟାଓ୍ବା,୩।୧: କାନାଡାରେ ଅବୈଧ ପ୍ରବାସୀ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି, ଯାହାଙ୍କ ମଧ୍ୟରୁ ପ୍ରାୟ ଅଧା ଭାରତୀୟ ହେବେ। କାନାଡାରେ ଲକ୍ଷ...

ଖୋଲିଲା ଜଳଭଣ୍ଡାର ଗେଟ୍‌: ବରଗଡ଼ ମୁଖ୍ୟ କେନାଲକୁ ଛଡ଼ାଗଲା ପାଣି

ମଥୁରାନଗରୀ,୩।୧(ପ୍ରେମାନନ୍ଦ ଖମାରୀ): ହୀରାକୁଦ ଜଳଭଣ୍ଡାରରୁ ବରଗଡ଼ ମୁଖ୍ୟ କେନାଲକୁ ଶନିବାର ପାଣି ଛଡ଼ାଯାଇଛି। ରବିଚାଷ ପାଇଁ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀବୃନ୍ଦ ଉପସ୍ଥିତ ରହି ପୂର୍ବାହ୍ନ...

US-Iran Tension: ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ବର୍ଷିଲା ଇରାନ, ଦେଲା ଏମିତି ଧମକ ସଭିଏଁ ଆଶ୍ଚର୍ଯ୍ୟ

ତେହରାନ,୩।୧: ଇରାନରେ ଚାଲିଥିବା ବ୍ୟାପକ ପ୍ରତିବାଦ ମଧ୍ୟରେ, ଆମେରିକା ଏବଂ ଇରାନ ମଧ୍ୟରେ ସମ୍ପର୍କରେ ପୁଣି ଥରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଶୁକ୍ରବାର (ଜାନୁଆରୀ ୨,...

ଗ୍ରୀନ ଷ୍ଟିକରକୁ ନେଇ ଦ୍ୱନ୍ଦ୍ୱ ରହିଛି କି? ଜାଣନ୍ତୁ କଣ କହିଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର,୩।୧: ଗ୍ରୀନ ଷ୍ଟିକର ନେଇ ବଡ଼ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଗ୍ରୀନ ଷ୍ଟିକର ଗାଡ଼ିରେ ଲଗାଇବା ବାଧ୍ୟତାମୂଳକ ନୁହେଁ...

ବିନା ନଟ୍‌ ବୋଲ୍ଟରେ ତିଆରି ହୋଇଛି ଏହି ବ୍ରିଜ୍‌

ଭାରତରେ ଏମିତି ଏକ ବ୍ରିଜ୍‌ ଅଛି, ଯାହାକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ପାର୍‌ ହୁଅନ୍ତି, କିନ୍ତୁ ଏହାର ପ୍ରକୃତ କାହାଣୀ ବହୁତ କମ୍‌ ଲୋକ...

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସିଲେକ୍ସନ ହେବା ପୂର୍ବରୁ ଆସିଲା ଟିମ ଇଣ୍ଡିଆର ଫିଟନେସ୍‌ ରିପୋର୍ଟ, ନାହିଁ ଏହି ଖେଳାଳିଙ୍କ ନାମ

ନୂଆଦିଲ୍ଲୀ,୩।୧: ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ପାଇଁ ଶନିବାର ଦଳ ଘୋଷଣା ହେବାର ସମ୍ଭାବନା ରହିଛି। ସମସ୍ତଙ୍କ ନଜର କେଉଁ ଖେଳାଳିଙ୍କୁ...

EPFO: ଏହି ଜରୁରୀ କାମ କରିନଥିଲେ ଫସିଯିବ ଆପଣଙ୍କ ଟଙ୍କା, ଜାଣିନିଅନ୍ତୁ ନିୟମ

ନୂଆଦିଲ୍ଲୀ,୩।୧: ଯଦି ଆପଣ ଜଣେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPF) ଆକାଉଣ୍ଟଧାରୀ ଏବଂ ଏ ପର୍ଯ୍ୟନ୍ତ ଆବଶ୍ୟକୀୟ KYC ଯାଞ୍ଚ ସମାପ୍ତ କରିନାହାଁନ୍ତି, ତେବେ ଆପଣଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri