ଭିଡିଓ କନ୍‌ଫରେନ୍ସିଂରେ ବିଞ୍ଜିଗିରିବାସୀଙ୍କ ପାଇଁ ଦେବେ ଉଦ୍‌ବୋଧନ

ଭଞ୍ଜନଗର,୨୦ା୬(ବାବୁଲା ପ୍ରଧାନ): ଲୁକ୍କାୟିତ ଅବସ୍ଥାରେ ଥିବା ଘୁମୁସର ଇତିହାସକୁ ଲୋକଲୋଚନକୁ ଆଣିବା ପାଇଁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ବିଗତ କିଛି ମାସ ହେବ ଚେଷ୍ଟା ଚଳାଇଛନ୍ତି। ତାଙ୍କର ପ୍ରଚେଷ୍ଟାର ଆଜି ବଡ଼ ସଫଳତା ମିଳିବାକୁ ଯାଉଛି। ବ୍ରିଟିଶ ଶାସକଙ୍କ ନିଦ ହଜାଇ ଦେଇଥିବା ଘୁମୁସର ବୀର ଚକରା ବିଷୋୟୀଙ୍କ ଜନ୍ମମାଟି ବିଞ୍ଜିଗିରିକୁ ଆଜି ଏକ ସ୍ମାରକୀ ଘୋଷଣା କରାଯିବ। ଏଥିସହ ସଂପୃକ୍ତ ଅଞ୍ଚଳର ବିକାଶ ପାଇଁ ପ୍ରାୟ ୧୦୦ କୋଟି ଖର୍ଚ୍ଚ କରାଯିବା ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଅପରାହ୍ନ ୪ ଟାରେ ଭିଡି ସ୍ମାରକୀ ଘୋଷଣା କରିବା କାର୍ଯ୍ୟକ୍ରମ ରହିଛି। ତେଣୁ ବିଞ୍ଜୀଗିରି ଗ୍ରାମ ଚଳଚଞ୍ଚଳ ହୋଇପଡ଼ିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ଅଧିକାରୀ ବିଞ୍ଜିଗିରିରେ ପହଞ୍ଚି କାର୍ଯ୍ୟକ୍ରମ କିଭଳି ସଫଳ ହେବ ସେଥିପାଇଁ ଚେଷ୍ଟା ଚଳାଇଛନ୍ତି। ବର୍ତ୍ତମାନ ସଭାସ୍ଥଳକୁ ଲୋକେ ଆସିବା ଆରମ୍ଭ ହୋଇଗଲାଣି। ଭଞ୍ଜନଗର ବିଧାୟକ ନାୟକ ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ୱର କାର୍ଯ୍ୟକ୍ରମରେ ବ୍ୟସ୍ତ ଅଛନ୍ତି। ତେଣୁ ତାଙ୍କରି ନିର୍ଦ୍ଦେଶ କ୍ରମେ ଅଫିସର ଏବଂ ଲୋକ ପ୍ରତିନିଧିମାନେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟର ଭାଜପା ସରକାରଙ୍କ ଏକ ବର୍ଷ ଶାସନ ପୂର୍ତ୍ତି ଅବସରରେ ଆଜି ଅପରାହ୍ନ ୪ଟାରେ ଭୁବନେଶ୍ୱର ଜନତା ମଇଦାନରେ ଏକ ବିରାଟ ସଭା ଆୟୋଜନ ହୋଇଛି। ଏହି ଅବସରରେ ଓଡ଼ିଶାର ବରପୁତ୍ର ଏବଂ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ପାଇଁ ସେମାନଙ୍କ ଜନ୍ମସ୍ଥଳୀକୁ ସମ୍ମାନ ଦିଆଯିବା ସହ ସ୍ମାରକୀ ଘୋଷଣା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉକ୍ତ ସଭାରୁ ତାହା ଘୋଷଣା କରିବେ। ଏଥିସହ ଉକ୍ତ ଅଞ୍ଚଳଗୁଡ଼ିକର ବିକାଶ ପାଇଁ ଶହଶହ କୋଟି ଟଙ୍କା ଅନୁଦାନ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। ଏହିଭଳି ଗଞ୍ଜାମ ଜିଲାର ଖଲ୍ଲିକୋଟଠାରେ ଓଡ଼ିଆ ଜାତୀୟ ଆନ୍ଦୋଳନର କୀର୍ତ୍ତିମାନ ବରପୁତ୍ର ରାଜା ବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଜନ୍ମସ୍ଥାନ ଏବଂ ଭଞ୍ଜନଗର ବିଞ୍ଜିଗିରି ଠାରେ ସୁଖ୍ୟାତ ସ୍ବାଧୀନତା ସଂଗ୍ରାମୀ ଚକରା ବିଷୋୟୀଙ୍କ ଜନ୍ମସ୍ଥାନକୁ ଭିସି ମାଧ୍ୟମରେ ସ୍ମାରକୀ ଘୋଷଣା ସହ ରୂପାନ୍ତରଣ କରାଯିବାର କାର୍ଯ୍ୟକ୍ରମ ଅଛି। ତେଣୁ ସେଠାରେ ସଭା ଆୟୋଜନ ହୋଇଛି। ଚକରା ବିଷୋୟୀ ବ୍ରିଟିଶ ଶାସକଙ୍କ ବିରୋଧରେ ଲଢ଼େଇ କରି ନିଜର ସାହସିକତା ପରିଚୟ ଦେଇଥିଲେ। ଭାଜପା ସରକାର ଆସିବା ପରେ ଭଞ୍ଜନଗର ବିଧାୟକ ନାୟକଙ୍କ ଉଦ୍ୟମ କ୍ରମେ ବର୍ତ୍ତମାନ ଘୁମୁସର ଇତିହାସ ଦେଶ ବିଦେଶରେ ପ୍ରଚାର ପୁଣି ଆରମ୍ଭ ହୋଇଛି। ଯାହାକି ଘୁମୁସରବାସୀଙ୍କ ପାଇଁ ଗର୍ବର ବିଷୟ। ଘୁମୁସର ବୀର ଚକରା ବିଷୋୟୀଙ୍କ ଜନ୍ମପୀଠ ହେଉଛି ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବିଞ୍ଜିଗିରି । ତେଣୁ ତାଙ୍କରି ଗ୍ରାମ ନିକଟରେ ଆଜି ଏକ ସଭା ହେଉଛି।

ପ୍ରଧାନମନ୍ତ୍ରୀ ଭିସି ମାଧ୍ୟମରେ ଉଦ୍‌ବୋଧନ ଦେବା ପରେ ସେଠାରେ ଏକ ସଭା ହେବ। ଏଥିରେ ସ୍ଥାନୀୟ ଅଞ୍ଚଳର ଅଫିସର ଏବଂ ଲୋକ ପ୍ରତିନିଧିମାନେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଉପଜିଲାପାଳ ଉମାଶଙ୍କର ବେହେରା, ବିଡଓ ଭାରତୀ, ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଏମ୍‌ପି ପ୍ରତିନିଧି ସନ୍ତୋଷ ତିଆଡ଼ି, ସୁବାସ ପ୍ରଧାନ, ରବୀନ୍ଦ୍ର ଗୌଡ଼ ପ୍ରମୁଖ ଚେଷ୍ଟା ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?