Posted inଜାତୀୟ

‘ସେମାନେ ଆମକୁ ହରାଇ ପାରିବେ ନାହିଁ, ସେଥିପାଇଁ…’ ଅଙ୍କୋଲା ରାଲିରେ କଂଗ୍ରେସ ଉପରେ ବର୍ଷିଲେ ମୋଦି

ଅଙ୍କୋଲା,୩।୫: ଆଉ ମାତ୍ର ଗୋଟିଏ ସପ୍ତାହ ପରେ ଅର୍ଥାତ୍‌ ମେ’ ୧୦ରେ ହେବାକୁ ଯାଉଛି କର୍ନାଟକ ବିଧାନସଭା ନିର୍ବାଚନ। ଏହାର ଫଳାଫଳ ୧୩ ମେ’ରେ ଆସିବ। ଏହା ପୂର୍ବରୁ ସମସ୍ତ ରାଜନୈତିକ ଦଳ ଜୋରଦାର ନିର୍ବାଚନ ପ୍ରଚାର କରି ଭୋଟଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଚେଷ୍ଟା ଚଳାଇଛନ୍ତି। ଏହି କ୍ରମରେ ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ନାଟକର ଉତ୍ତର କନ୍ନଡ ଜିଲା ଅଙ୍କୋଲାରେ ବୁଧବାର ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି। ସେଠାରେ ସେ କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି।
ମୋଦି କହିଛନ୍ତି, ବିରୋଧୀ କେବଳ ଗାଳି ପଲିଟିକ୍ସ ଜାଣିଛନ୍ତି। ସେମାନେ ଆମକୁ ହରାଇ ପାରିବେ ନାହିଁ, ସେଥିପାଇଁ ଗାଳି ଦେଉଛନ୍ତି। କର୍ନାଟକର ଲୋକେ ଗାଳି ରାଜନୀତିକୁ ଖାରଜ କରୁଛନ୍ତି, ତେଣୁ ମୋତେ ଗାଳି ଦେଉଥିବା ସମସ୍ତ ଭୋଟର କଂଗ୍ରେସକୁ ବୁଦ୍ଧି ଶିଖାଇବେ। ଆମକୁ କର୍ନାଟକକୁ ନମ୍ବର ଓ୍ବାନ ରାଜ୍ୟ କରି ଗଢିବାର ଅଛି। ସେଥିପାଇଁ ଆପଣଙ୍କୁ ଭାଜପାକୁ ଭୋଟ ଦେବାକୁ ପଡିବ।
ମୋଦି କହିଛନ୍ତି, କଂଗ୍ରେସ ତା’ ଦଶକ ମଧ୍ୟରେ କୁଶାସନ ଯୋଗୁ ଜନତାଙ୍କ ବିଶ୍ୱାସ ହରାଇଛି। ସେଥିପାଇଁ ମିଛ ଅଭିଯୋଗ ଓ ମିଛ ଗ୍ୟାରେଣ୍ଟି ଦେଉଛି। ଏବେ ଏହା ଏକମାତ୍ର ସାହାର ରହିଛି। କଂଗ୍ରେସ ଆଜି ବି କର୍ନାଟକରେ ପ୍ରତି ଯୋଜନାରେ୮୦ ପ୍ରତିଶତ କମିଶନ ଖାଇବାକୁ ପ୍ରସ୍ତୁତ ହୋଇ ରହିଛି। ମୋଦି ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ ୪ କୋଟି ୨୦ ଲକ୍ଷ ନକଲି ନାମରେ ରାଶନ ଦେଇଛି। ୪ କୋଟି ନକଲି ନାମକୁ ଗ୍ୟାସ ସବସିଡି ଦେଇଛି। ୧ କୋଟି ନକଲି ନାମକୁ ମହିଳା କଲ୍ୟାଣ ନାମରେ ଟଙ୍କା ଦେଇଛି, ୩୦ ଲକ୍ଷ ନକଲ ବିଦ୍ୟାର୍ଥୀଙ୍କୁ ଛାତ୍ର ବୃତ୍ତି ପଠାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ...

ଆମେରିକାରେ ବେଆଇନ ଅନୁପ୍ରବେଶ: ୩୦ ଭାରତୀୟ ଗିରଫ

ନ୍ୟୁୟର୍କ,୨୫ା୧୨: ଆମେରିକାରେ ବେଆଇନ ଭାବେ ଅନୁପ୍ରବେଶ କରିବା ଅଭିଯୋଗରେ ସେଠାକାର ସୀମା ପାଟ୍ରୋଲ ଏଜେଣ୍ଟମାନେ ୩୦ ଭାରତୀୟ ନାଗରିକଙ୍କୁ ଗିରଫ କରିଛନ୍ତି। ଗିରଫ ଭାରତୀୟମାନେ କମର୍ସିଆଲ...

‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’କୁ ଅନୁମୋଦନ

ଭୁବନେଶ୍ୱର,୨୫।୧୨(ରବିନାରାୟଣ ଜେନା): ରାଜ୍ୟର ବରପୁତ୍ରମାନଙ୍କୁ କିଭଳି ସବୁବେଳେ ସମ୍ମାନ ମିଳିବ ସେନେଇ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ...

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri