Posted inଜାତୀୟ

୨୨ ଏପ୍ରିଲର ପ୍ରତିଶୋଧ ୨୨ ମିନିଟ୍‌ରେ ନେଇଛୁ-ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି, ଲୋକ ସଭାରେ କହିଲେ… 

ନୂଆଦିଲ୍ଲୀ,୨୯।୭:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାରେ ପହଲଗାମ ଏବଂ ଅପରେସନ ସିନ୍ଦୂର ଉପରେ ଆଲୋଚନାରେ ଭାଗ ନେଇଛନ୍ତି। ମଙ୍ଗଳବାର ସଦନରେ ମୋଦି କହିଛନ୍ତି ଯେ ସେ ଭାରତର ପକ୍ଷ ରଖିବା ପାଇଁ  ଏବଂ ଯେଉଁମାନେ ଭାରତର ପକ୍ଷ ଦେଖି ପାରୁନାହାନ୍ତି, ସେମାନଙ୍କୁ ଆଇନା ଦେଖାଇବା ପାଇଁ ଛିଡ଼ା ହୋଇଛି। ଅପରେସନ ସିନ୍ଦୂର ସମୟରେ ଦେଶବାସୀଙ୍କ ସମର୍ଥନ ଓ ଆଶୀର୍ବାଦ ପାଇଁ ସେ ଋଣୀ। ତେବେ ୨୨ ଏପ୍ରିଲର ଆକ୍ରମଣର ପ୍ରତିଶୋଧ ୨୨ ମିନିଟ ମଧ୍ୟରେ ନିଆଯାଇଥିଲା ବୋଲି ମୋଦି କହିଛନ୍ତି।
ପିଏମ୍‌ ଆହୁରି କହିଛନ୍ତି ଯେ, ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଘଟଣା, ଯେଉଁଠାରେ ଆତଙ୍କବାଦୀମାନେ ନିରୀହ ଲୋକଙ୍କୁ ସେମାନଙ୍କ ଧର୍ମ ପଚାରି ଗୁଳି ମାରିଥିଲେ, ଏହା ଥିଲା ନିର୍ମମତାର ଚରମ ସୀମା। ଏହା ଭାରତକୁ ହିଂସାର ନିଆଁରେ ଜଳାଇବାର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା। ଦେଶବାସୀଙ୍କ ଏକତା ସହିତ ଏହି ଷଡ଼ଯନ୍ତ୍ରକୁ ବିଫଳ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପିଏମ କହିଛନ୍ତି ଯେ ସେନାକୁ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା। ୨୨ ଏପ୍ରିଲ ପରେ ସେ ବିଦେଶରୁ ଫେରି ଏକ ବୈଠକ ଡାକି ଆତଙ୍କବାଦକୁ କଡ଼ା ଜବାବ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେନାକୁ କାର୍ଯ୍ୟାନୁଷ୍ଠାନର ସମ୍ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଥିଲା। ସେମାନେ ନିଷ୍ପତ୍ତି ନେଇଥିଲେ କେବେ, କେଉଁଠାରେ ଓ କିପରି ଜବାବ ଦେବେ। ଆତଙ୍କବାଦୀମାନଙ୍କୁ ଏଭଳି ଶାସ୍ତି ଦିଆଯାଇଛି ଯେ ସେମାନଙ୍କ ମୁଖିଆମାନଙ୍କ ନିଦ ହଜିଛି।
ମୋଦି ଆହୁରି ମଧ୍ୟ କହିଛନ୍ତି ଯେ ପହଲଗାମ ଆକ୍ରମଣ ପରେ ପାକିସ୍ତାନୀ ସେନାକୁ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନର ଆଶଙ୍କା ହୋଇଥିଲା। ପାକିସ୍ତାନ ପକ୍ଷରୁ ପରମାଣୁ ଧମକ ମଧ୍ୟ ଆସିଥିଲା। କିନ୍ତୁ ୬ ମେ’ ରାତି ଓ ୭ ମେ’ ସକାଳେ ଭାରତୀୟ ସେନା ନିର୍ଦ୍ଧାରିତ ଲକ୍ଷ୍ୟ ସହିତ ୨୨ ମିନିଟ ମଧ୍ୟରେ ପ୍ରତିଶୋଧ ନେଇଥିଲା। ପାକିସ୍ତାନର ଆତଙ୍କବାଦୀ ଅଡ୍ଡାଗୁଡ଼ିକୁ ବାହାବଲପୁର ପର୍ଯ୍ୟନ୍ତ ଧ୍ୱଂସ କରାଯାଇଥିଲା। ପାକିସ୍ତାନର ପରମାଣୁ ଧମକକୁ ଭାରତ ମିଛ ପ୍ରମାଣିତ କରିଛି। ଭାରତ ଦେଖାଇ ଦେଇଛି ଯେ ଏଭଳି ବ୍ଲାକମେଲିଂ ଆଗକୁ ଚାଲିବ ନାହିଁ ଏବଂ ଭାରତ ଏହା ଆଗରେ ମୁଣ୍ଡ ନୁଆଇବ ନାହିଁ ବୋଲି ସେ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri