Posted inଜାତୀୟ

ଶରଦ ପାୱାର ନୁହନ୍ତି ଆଦାନୀଙ୍କୁ ସୁରକ୍ଷା ଦେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ରାହୁଲ…

ନୂଆଦିଲ୍ଲୀ,୧୮।୧୦ : କୋଇଲା ମୂଲ୍ୟ ଉପରେ ଫାଇନାନସିଆଲ ଟାଇମ୍ସ ରିପୋର୍ଟ ଆସିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବୁଧବାର ରାହୁଲ ଖବରଦାତାଙ୍କୁ କହିଛନ୍ତି ବ୍ୟବସାୟୀ ଗୌତମ ଆଦାନୀ କୋଇଲାର ଭୁଲ ମୂଲ୍ୟ ଦେଖାଇ ଏବଂ ବିଲ ଜାଲିଆତି କରି ବିଦ୍ୟୁତ ମୂଲ୍ୟ ବୃଦ୍ଧି କରିଛନ୍ତି। ଆଦାନୀ ଜନସାଧାରଣଙ୍କପକେଟରୁ ସିଧାସଳଖ ୧୨ ହଜାର କୋଟି ଟଙ୍କା ନେଇଛନ୍ତି।

ଖବରଦାତା ରାହୁଲ ଗାନ୍ଧୀଙ୍କୁ ପଚାରିଥିଲେ ସେ କାହିଁକି ଏହି ପ୍ରଶ୍ନକୁ ଶରଦ ପାୱାରଙ୍କୁ ପଚାରୁ ନାହାନ୍ତି। ସେ ଇଣ୍ଡିଆ ମିଳିତ ମେଣ୍ଟର ବିରୋଧ ସତ୍ତ୍ୱେ ଆଦାନୀଙ୍କୁ ଭେଟିଥିଲେ। ଏହି ପ୍ରଶ୍ନ ଉପରେ ରାହୁଲ କହିଛନ୍ତି ସେ ବର୍ତ୍ତମାନ ପର୍ଯ୍ୟନ୍ତ ଶରଦ ପାୱାରଙ୍କୁ କୌଣସି ପ୍ରଶ୍ନ ପଚାରି ନାହାନ୍ତି। ଏହା ପଛର କାରଣ ହେଉଛି ଶରଦ ପାୱାର ପ୍ରଧାନମନ୍ତ୍ରୀ ନୁହନ୍ତି।

ଫାଇନାନସିଆଲ ଟାଇମ୍ସର ରିପୋର୍ଟରେ ଦାବି କରାଯାଇଛି ଆଦାନୀଙ୍କ କମ୍ପାନୀ କମ ମୂଲ୍ୟରେ କୋଇଲା କିଣି ଏହାର ମୂଲ୍ୟ ଅଧିକ ଘୋଷଣା କରିଛି। ରଶରଦ ପାୱାର ଆଦାନୀଙ୍କୁ ସୁରକ୍ଷା ପ୍ରଦାନ କରୁ ନାହାନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି। ସେଥିପାଇଁ ମୁଁ ଶରଦ ପାୱାରଙ୍କୁ ନୁହେଁ ବରଂ ପିଏମ ମୋଦିଙ୍କୁ ପ୍ରଶ୍ନ ପଚାରୁଛି। ଯଦି ଶରଦ ପାୱାର ପ୍ରଧାନମନ୍ତ୍ରୀ ହୁଅନ୍ତି ଏବଂ ଆଦାନୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରନ୍ତି, ମୁଁ ତାଙ୍କୁ ସମାନ ପ୍ରଶ୍ନ ପଚାରିବି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିଶ୍ୱାସନୀୟତା ଉପରେ ପ୍ରଶ୍ନ ଉଠିଛି।

ଯେତେବେଳେ ଦେଶର ସାଧାରଣ ଲୋକେ ଫ୍ୟାନ ଏବଂ ଲାଇଟ ଜଳାନ୍ତି ସେତେବେଳେ ଟଙ୍କା ସିଧାସଳଖ ଆଦାନୀଙ୍କ ପକେଟକୁ ଯାଏ। କୋଇଲା କ୍ରୟ ଏବଂ ବିକ୍ରିରେ ଆଦାନୀ ଅତ୍ୟଧିକ ଇନଭଏସ କରିଛନ୍ତି। ବିଦେଶୀ ଖବରକାଗଜ ଫାଇନାନସିଆଲ ଟାଇମ୍ସର ରିପୋର୍ଟକୁ ଦର୍ଶାଇ ରାହୁଲ ଗାନ୍ଧୀ କହିଛନ୍ତି ଏହା ବିଦ୍ୟୁତ ଚୋରିର ପ୍ରତ୍ୟକ୍ଷ ମାମଲା। ଆଦାନୀଙ୍କ ସହ କ’ଣ ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଭାରତ ସରକାର ତାଙ୍କ ଉପରେ କୌଣସି ତଦନ୍ତ କରିପାରିବେ ନାହିଁ। କୌଣସି ପ୍ରଶ୍ନ ପଚାରି ପାରିବେ ନାହିଁ । ଏହା ପଛରେ ଥିବା ଶକ୍ତି ବିଷୟରେ ସମଗ୍ର ଦେଶ ଜାଣିଛି।

ସୂଚନାଯୋଗ୍ୟ, ଏନସିପି ମୁଖ୍ୟ ଶରଦ ପାୱାର ଏବଂ ଶିଳ୍ପପତି ଆଦାନୀଙ୍କ ବୈଠକ ମହାରାଷ୍ଟ୍ରରୁ ଦିଲ୍ଲୀ ପର୍ଯ୍ୟନ୍ତ ଏକ ରାଜନୈତିକ ଆଲୋଡ଼ନ ସୃଷ୍ଟି କରିଥିଲା। ଶରଦ ପାୱାର ଏବଂ ଆଦାନୀଙ୍କ ମଧ୍ୟରେ ଏହି ସାକ୍ଷାତ ଅହମଦାବାଦରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଭାରତୀୟ ଜନତା ପାର୍ଟି ପକ୍ଷରୁ କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟ ଉପରେ ପ୍ରଶ୍ନ ଉଠା ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri