Posted inଜାତୀୟ

‘ସାଢେ ୩ ଘଣ୍ଟା ଶୁଅନ୍ତି ପ୍ରଧାନମନ୍ତ୍ରୀ ମୋଦି, ସନ୍ଧ୍ୟା ୬ଟାରେ ପରେ କିଛି ଖାଆନ୍ତିନି’

ନୂଆଦିଲ୍ଲୀ,୧୦।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନୂତନ ସଂସଦ ଗୃହର କ୍ୟାଣ୍ଟିନରେ ଏମ୍‌ପିମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଛନ୍ତି। ବିଶେଷ କଥା ହେଲା ଭାଜପା ବ୍ୟତୀତ ବିଭିନ୍ନ ରାଜନୈତିକ ଦଳର ଏମ୍‌ପିମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ବିଜୁ ଜନତା ଦଳର ସସ୍ମିତ ପାତ୍ର, ରିବଲ୍ୟୁସନାରୀ ସୋସିଆଲିଷ୍ଟ ପାର୍ଟିର ଏନ.କେ ପ୍ରେମଚନ୍ଦ୍ରନ, ତେଲୁଗୁ ଦେଶମ ପାର୍ଟିର ରାମ ମୋହନ ନାଇଡୁ, ବହୁଜନ ସମାଜ ପାର୍ଟିର ରିତେଶ ପାଣ୍ଡେ ଏବଂ କେନ୍ଦ୍ର ମନ୍ତ୍ରୀ ଏଲ. ମୁରଗନ, ହିନା ଗାବିତଙ୍କ ସମେତ କିଛି ଭାଜପା ନେତା ପିଏମ ମୋଦିଙ୍କ ସହ ମଧ୍ୟାହ୍ନ ଭୋଜନ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ଯେ, ସେ ଅପରାହ୍ନରେ ଏକ ଭୋଜନ ଉପଭୋଗ କରିଥିଲେ। ବିଭିନ୍ନ ଦଳ ତଥା ଭାରତର ବିଭିନ୍ନ ପ୍ରାନ୍ତରୁ ସଂସଦୀୟ ସହକର୍ମୀମାନେ ଏହାକୁ ଆହୁରି ଉନ୍ନତ କରିଥିଲେ। ସେମାନଙ୍କୁ ଧନ୍ୟବାଦ। ଏହା ସହିତ ପ୍ରଧାନମନ୍ତ୍ରୀ ଭୋଜନ ସମୟର କିଛି ଫଟୋ ମଧ୍ୟ ଶେୟାର କରିଥିଲେ। ସଂସଦର ଶୀତକାଳୀନ ଅଧିବେଶନ ଆଜି ଅର୍ଥାତ୍‌ ଶନିବାର ଶେଷ ହେବ। ଏପ୍ରିଲ-ମେରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପୂର୍ବରୁ ଏହା ସଂସଦର ଶେଷ ଅଧିବେଶନ।

ମଧ୍ୟାହ୍ନ ଭୋଜନ ପରେ କେନ୍ଦ୍ର ମନ୍ତ୍ରୀ ମୁରଗନ କହିଛନ୍ତି , ସମସ୍ତେ ଆଶ୍ଚର୍ଯ୍ୟ ଏବଂ ଖୁସି ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଦୈନନ୍ଦିନ କାର୍ଯ୍ୟ ବିଷୟରେ କଥାବାର୍ତ୍ତା କରିଛନ୍ତି। ସେ ତାଙ୍କର ଯୋଗ, ବିଦେଶ ଯାତ୍ରା, କରାଚି ଯାତ୍ରା ବିଷୟରେ କହିଛନ୍ତି। ଆମେ ତାଙ୍କ ସହିତ ୪୫ ମିନିଟ୍‌ ବିତାଇଲୁ । ତାଙ୍କଠାରୁ ଅନେକ ପ୍ରେରଣାଦାୟକ ଜିନିଷ ଶିଖିବାର ସୁଯୋଗ ପାଇଲୁ । ପ୍ରଧାନମନ୍ତ୍ରୀ କଥାବାର୍ତ୍ତା ବେଳେ କହିଛନ୍ତି ଯେ ସେ କେବଳ ୩.୫ ଘଣ୍ଟା ଶୋଇଥାନ୍ତି ଏବଂ ସନ୍ଧ୍ୟା ଛଅଟା ପରେ କିଛି ଖାଆନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବରେ ପୁଣି ରାଜନୈତିକ ହତ୍ୟାକାଣ୍ଡ: ଆପ୍ ନେତା ଲକି ଓବରାଏଙ୍କୁ କାର ଭିତରେ ଗୁଳି କରି ହତ୍ୟା

ନୂଆଦିଲ୍ଲୀ,୬।୨: ପଞ୍ଜାବର ଜଲନ୍ଧରରେ ଏକ ଅଭାବନୀୟ ଘଟଣା ଘଟିଛି। ଆମ ଆଦମୀ ପାର୍ଟି (ଆପ୍)ର ଜଣେ ପ୍ରମୁଖ ନେତା ଲକି ଓବରାଏଙ୍କୁ ଦିନଦ୍ୱିପ୍ରହରରେ ଗୁଳି କରି ହତ୍ୟା…

ଶିକ୍ଷା ବ୍ୟବସ୍ଥା ପ୍ରଶ୍ନକୁ ଏଡାଇ ଚାଲିଗଲେ ଜିଲାପାଳ: ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ

ଥୁଆମୂଳ ରାମପୁର, ୬ା୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ ପକ୍ଷରୁ ନୀତି ଆୟୋଗଙ୍କ ‘ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମ’ (Aspirational Blocks Programme) ଅଧୀନରେ…

ଦାରିଙ୍ଗବାଡି ଜଙ୍ଗଲରେ କୁଢ଼ କୁଢ଼ ଅଳିଆ: ନାକ ଟେକୁଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡି, ୬।୨(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡିର ପରିବେଶ ଏବେ ଦିନକୁ ଦିନ ଏବେ ବାୟୁ ପ୍ରଦ୍ୟୁଷଣ ସହ ଦୂଷିତ ପରିବେଶ ଦିଗକୁ ଗତି…

RCBର ଚମତ୍କାର ବିଜୟ ପରେ କହୁ କହୁ ଏମିତି କହିଦେଲେ ବିରାଟ କୋହଲି

ନୂଆଦିଲ୍ଲୀ,୬।୨: ମହିଳା ପ୍ରିମିୟର ଲିଗ ୨୦୨୬ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଜବରଦସ୍ତ ବିଜୟ ପରେ, ପୂର୍ବତନ ପୁରୁଷ ଦଳର ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ…

ନେତୃତ୍ୱ ଆଶଙ୍କାରେ ବିଜେଡି: କିଏ ହେବେ ଆଗାମୀ ନେତା

ଭୁବନେଶ୍ୱର,୬।୨ (ସୁନିତ୍‌ ମିଶ୍ର):ନିମାପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡିର ନେତା କିଏ ହେବେ ତାକୁ ନେଇ ଦଳ ଭିତରେ ବର୍ତ୍ତମାନ ମାନସମନ୍ଥନ ଆରମ୍ଭ ହୋଇଯାଇଛି। ନିମାପଡ଼ା ବିଧାନସଭା କ୍ଷେତ୍ରରୁ ପ୍ରଭାତୀ…

ଚାଲି ଚାଲି ଶାଶୁଘର ଗାଁ ବୁଲିଲେ ରାଷ୍ଟ୍ରପତି: ପ୍ରୋଟୋକଲ ଭାଙ୍ଗି…

ବାରିପଦା/ ରାଇରଙ୍ଗପୁର, ୬ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ/ ମାନସ ମହାନ୍ତି):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିଛନ୍ତି।  ଶାଶୁଘର ପାହାଡ଼ପୁର ଗ୍ରାମକୁ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ…

ଏଫ୍‌ଆଇଏଚ୍ ପ୍ରୋ-ଲିଗ୍‌: ଭାରତୀୟ ଦଳରେ ୫ ଓଡ଼ିଆ, ରୋଶନ କୁଜୁରଙ୍କୁ ପ୍ରଥମ ଥର ସୁଯୋଗ

ରାଉରକେଲା,୬ା୨: ଫେବ୍ରୁଆରୀ ୧୦ରୁ ୧୫ ପର୍ଯ୍ୟନ୍ତ ରାଉରକେଲାର ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏଫ୍‌ଆଇଏଚ୍ ପ୍ରୋ-ଲିଗ୍ (ପୁରୁଷ) ପାଇଁ ହକି ଇଣ୍ଡିଆ…

ସମସ୍ୟା ଘେରରେ ସାହାଜଟ ଆଶ୍ରମ ବିଦ୍ୟାଳୟ: ବାରଣ୍ଡାରେ ବସି ପାଠ ପଢୁଛନ୍ତି ପିଲା

ନୂଆପଡ଼ା,୬ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଜଟଗଡ ପଞ୍ଚାୟତର ସାହାଜଟ ଆଶ୍ରମ ବିଦ୍ୟାଳୟ ସମସ୍ୟାଘେରରେ ଗତିକରୁଛି। ୧୯୫୫ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri