୫ ବର୍ଷ ପରେ ମୋଦି-ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ପ୍ରଥମ ଆଲୋଚନା

କାଜାନ,୨୩ା୧୦: ରୁଷିଆର କାଜାନ ସହରରେ ୧୬ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ବୁଧବାର ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ସୀମାରେ ଶାନ୍ତି, ପାରସ୍ପରିକ ବିଶ୍ୱାସ ଏବଂ ସମ୍ମାନକୁ ପ୍ରଥମିକତା ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ଚାଇନା ରାଷ୍ଟ୍ରପତିଙ୍କୁ କହିଛନ୍ତି। ପୂର୍ବ ଲଦାଖ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ପାଟୋଲିଂ ପାଇଁ ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇଥିବାରୁ ଉଭୟ ନେତା ଏହାକୁ ପ୍ରଶଂସା କରିଥିଲେ।

ପାଖାପାଖି ୫ ବର୍ଷ ପରେ ମୋଦି ଏବଂ ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଏହା ପ୍ରଥମ ଗଠନମୂଳକ ଦ୍ୱିପାକ୍ଷିକ ଆଲୋଚନା। ପରିପକ୍ୱତା ଏବଂ ପାରସ୍ପରିକ ସମ୍ମାନ ପ୍ରଦର୍ଶନ ଦ୍ୱାରା ଦୁଇଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ଏବଂ ସ୍ଥିର ସମ୍ପର୍କ ରଖାଯାଇପାରିବା ନେଇ ଦୁଇ ନେତା ସହମତ ହୋଇଥିଲେ। ଶାନ୍ତି ଓ ସ୍ଥିରତାରେ ବ୍ୟାଘାତ ହେବାକୁ ନ ଦେଇ ମତଭେଦ ଏବଂ ବିବାଦର ଉପଯୁକ୍ତ ସମାଧାନ ଉପରେ ବୈଠକରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଆମ ଦେଶ ସମେତ ଆଞ୍ଚଳିକ ଏବଂ ବିଶ୍ୱ ଶାନ୍ତି ଓ ସ୍ଥିରତା ପାଇଁ ଭାରତ-ଚାଇନା ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ବୋଲି ମୋଦି କହିଥିଲେ।

ମୋଦିଙ୍କ ସହ ଆଲୋଚନା କରିବାରେ ଜିନ୍‌ପିଙ୍ଗ ଖୁସି ବ୍ୟକ୍ତ କରିଛନ୍ତି। ଏହି ବୈଠକରେ ଆମ ଦୁଇ ଦେଶର ଜନସାଧାରଣଙ୍କ ସମେତ ଅନ୍ତର୍ଜାତୀୟ ସମୁଦାୟର ନଜର ରହିଥିବା ସେ କହିଛନ୍ତି। ଚାଇନା ଏବଂ ଭାରତ ୨ ପୁରାତନ ସଭ୍ୟତା, ବୃହତ୍‌ ବିକାଶୀଳ ରାଷ୍ଟ୍ର ଏବଂ ଗ୍ଲୋବାଲ ସାଉଥ୍‌ର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ। ନିଜ ନିଜ ଦେଶର ଆଧୁନିକୀକରଣ ପ୍ରୟାସରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚତ୍ଛେ। ତେଣୁ ଦୁଇ ଦେଶ ମଧ୍ୟରେ ଅଧିକ ଯୋଗାଯୋଗ ଓ ସହଯୋଗ ରହିବା ଗୁରୁତ୍ୱପୂର୍ଣ୍ଣ ବୋଲି ଚାଇନା ରାଷ୍ଟ୍ରପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

ଗୋରକ୍ଷକ ଫାର୍ସା ବାବାଙ୍କୁ ଜାଣିଶୁଣି ଟ୍ରକ୍‌ ମଡ଼ାଇ ହତ୍ୟା ଅଭିଯୋଗ: ରାସ୍ତାରୋକୋ କରି ଲୋକେ…

ମଥୁରା,୨୨ା୩: ଉତ୍ତରପ୍ରଦେଶର ମଥୁରା ନିକଟ ଆଗ୍ରା-ଦିଲ୍ଲୀ ରାଜପଥରେ ଏକ ଟ୍ରକ୍‌ ମାଡ଼ିଯିବାରୁ ଫାର୍ସା ବାବା ଭାବେ ପରିଚିତ ଗୋରକ୍ଷକ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଘଟିଛି। ଶନିବାର ଭୋର ୪ଟା…

୬ଟା ଯୁଦ୍ଧ ଜାହାଜ ପଠାଇଲା ଚାଇନା, ଛାନିଆ ହେଲେ ଟ୍ରମ୍ପ!

ବେଜିଂ,୨୨।୩: ତାଇୱାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ (MND) ରବିବାର (ସ୍ଥାନୀୟ ସମୟ) ସକାଳ 6:00 ଟାରେ ତାଇୱାନର ଆଞ୍ଚଳିକ ଜଳସୀମା ନିକଟରେ ଛଅଟି ଚାଇନା ନୌସେନା ଜାହାଜ…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଦୂର ହେବ LPG ସଙ୍କଟ: ଭାରତରେ ପହଞ୍ଚିଲା…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଏସୀୟ ଦେଶଗୁଡ଼ିକ ଗମ୍ଭୀର ଗ୍ୟାସ ଏବଂ ତୈଳ ଅଭାବର ସମ୍ମୁଖୀନ ହେଉଛନ୍ତି। ଭାରତ ମଧ୍ୟ ଏଲପିଜି ସଙ୍କଟ ଅନୁଭବ କରୁଛି।…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌ ପରେ ବିପଜ୍ଜନକ ଧମକ ଦେଲା ଇରାନ, ଭୟରେ ଥରହର ସାରା ବିଶ୍ୱ

ଓ୍ବାଶିଂଟନ୍‌,୨୨।୩: ଆମେରିକା-ଇସ୍ରାଏଲ ଯୁଦ୍ଧ ଏବେ ଆରବ ଦେଶଗୁଡ଼ିକୁ ତୃଷାର୍ତ୍ତ କରିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟାର ଅଲ୍ଟିମେଟମ୍‌ ପରେ ଇରାନ ପ୍ରତିଆକ୍ରମଣ ଆରମ୍ଭ କରିଛି…

ଏପ୍ରିଲ ୧ରୁ ମହଙ୍ଗା ହେବ ବିମାନ ଯାତ୍ରା! ସଙ୍କେତ ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ନୂଆଦିଲ୍ଲୀ,୨୨।୩: ଯଦି ଆପଣ ଆଗାମୀ ଦିନରେ ବିମାନ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। କେନ୍ଦ୍ର ବେସାମରିକ ବିମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri