ପିଏମ କିଷାନ ସମ୍ମାନନିଧି ଯୋଜନାରେ ଜିଲାର ୧,୫୦,୨୩୧ ଚାଷୀ

ବ୍ରହ୍ମପୁର,୧୪ା୯(ଅଶୋକ କୁମାର ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର କୃଷକମାନଙ୍କୁ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇଦେବାକୁ ବହୁ ଯୋଜନା କରିଛନ୍ତି। ଚଳିତବର୍ଷ ବଜେଟରେ ମଧ୍ୟ କୃଷି ପାଇଁ ଅଧିକ ବଜେଟ ରଖାଯାଇଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁରରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସିଏମ କିଷାନ ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନାରେ ଚାଷୀଙ୍କୁ ସହାୟତା ବି ମିଳିଛି। ସେହିପରି ପୂର୍ବରୁ କେନ୍ଦ୍ର ସରକାରଙ୍କ ତରଫରୁ ପିଏମ କିଷାନ ଯୋଜନା ପ୍ରଣୀତ ହୋଇଥିଲା। ଏହି ଯୋଜନା ଅନ୍ତର୍ଗତ ସମ୍ମାନନିଧି ଓ ମାନଧନ ଯୋଜନାରେ ବି ଚାଷୀଙ୍କୁ ସହାୟତା ମିଳୁଛି। ୨୦୧୯ରୁ ଆରମ୍ଭ ହୋଇଥିବା ସମ୍ମାନନିଧି ଯୋଜନାରେ ଗଞ୍ଜାମ ଜିଲାର ୨୨,୬,୮୦୪ ଚାଷୀ ଆବେଦନ କରିଥିବାବେଳେ ୧,୫୦,୨୩୧ ଚାଷୀ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହେବା ସହିତ ସହାୟତା ବି ପାଉଛନ୍ତି। ଦିଗପହଣ୍ଡି ବ୍ଲକରେ ସର୍ବାଧିକ ୧୬ ହଜାର ୪୬୨ ଜଣ ଆବେଦନକାରୀ ଥିବାବେଳେ ଛତ୍ରପୁର ବ୍ଲକରେ ସର୍ବନିମ୍ନ ୬୬୨୧ ଆବେଦନକାରୀ ଅଛନ୍ତି। ଏହି ଯୋଜନାରେ ଚାଷୀଙ୍କୁ ବର୍ଷକୁ ୩ଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ୬ ହଜାର ଟଙ୍କା ସହାୟତା ମିଳିବା ନିୟମ ରହିଛି। ବିଶେଷ କରି କ୍ଷୁଦ୍ର ନାମ ମାତ୍ର ଚାଷୀ, ମଧ୍ୟମ ଧରଣର ଚାଷୀ ଓ ବଡ ଚାଷୀମାନେ ଏହି ଯୋଜନାର ଲାଭ ଉଠାଇପାରିବେ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଏଥିରେ ଯୋଡି ହେବାକୁ ହେଲେ ଆଧାର ସହିତ ମୋବାଇଲ ଲିଙ୍କ କରିବାକୁ ପଡିବ। ବ୍ୟାଙ୍କରେ ଯେଉଁ ଜମାଖାତା ଥିବ ତାହା ଚାଲୁ ହୋଇଥିବ। କୃଷକ ଓଡ଼ିଶା ପୋର୍ଟାଲରେ ନିଜ ଜମି ରେଜିଷ୍ଟ୍ରେଶନ ହୋଇଥିବ ଓ ଆଧାରରେ ଯେଉଁ ନାମ ଥିବ ଚାଷୀଙ୍କ ନାମ ତାହା ହୋଇଥିଲେ ତାଙ୍କୁ ଏହି ସହାୟତା ମିଳିବା ନିୟମ ରହିଛି। ଯେଉଁ ଚାଷୀମାନେ ଯୋଗ୍ୟ ବିବେଚିତ ହୋଇପାରିନାହାନ୍ତି ସେମାନେ ଯଦି ଉପରୋକ୍ତ କାଗଜପତ୍ର ଦାଖଲ କରିବେ ସେମାନେ ବି ଆରମ୍ଭରୁ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହେବେ। ତେବେ ଗତ ଜୁନ ୧୮ ତାରିଖ ସୁଦ୍ଧା ଯୋଗ୍ୟ ବିବେଚିତ ଚାଷୀଙ୍କୁ ସହାୟତା ମିଳିସାରିଛି। ପୁଣି ଅକ୍ଟୋବରରେ ପରବର୍ତ୍ତୀ ପର୍ଯ୍ୟାୟ ସହାୟତା ମିଳିବ। ସେତେବେଳକୁ ଚାଷୀ ସଂଖ୍ୟା ବୃଦ୍ଧି ପାଇବା ଆଶା କରାଯାଉଛି। ସିଏମ କିଷାନ ପୋର୍ଟାଲରେ ହିଁ ପିଏମ କିଷାନ ସମ୍ମାନନିଧି ଯୋଜନା ପାଇଁ ଆବେଦନ କରିବାକୁ ହେବ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଜିଲା ମୁଖ୍ୟ କୃଷି ଅଧିକାରୀ ରବିନାରାୟଣ ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ ଯେ, ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ କୃଷିର ଉନ୍ନତି ପାଇଁ ଉଦ୍ୟମ ଜାରି ରହିଛି। କୃଷକଙ୍କ ଭୂମିକା ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସେମାନଙ୍କୁ ଧାନଠାରୁ ଆରମ୍ଭ କରି ପନପରିବା ଫସଲ ଓ ଗୋପାଳନ, କୁକୁଡା,ଛେଳି,ବତକ ପାଳନ ଆଦି ବିଭିନ୍ନ କ୍ଷେତ୍ରରେ ପ୍ରୋତ୍ସାହନ ରାଶି ଦିଆଯାଉଛି। ବ୍ଲକସ୍ତରରେ ସମସ୍ତଙ୍କୁ ସଚେତନ କରାଯାଉଛି। କୃଷକମାନେ ଏହାର ଲାଭ ଉଠାଇ ନିଜକୁ ଦକ୍ଷ କରିବା ହେଲା ବଡ କଥା।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri