Posted inଜାତୀୟ

ଏହି ଦିନ କୃଷକଙ୍କ ଖାତାକୁ ଆସିବ ୨୦୦୦ଟଙ୍କା, ଲାଭ ପାଇବାକୁ ହେଲେ ତୁରନ୍ତ କରନ୍ତୁ ଏହି କାମ…

ନୂଆଦିଲ୍ଲୀ,୧୦।୭: ଦେଶରେ କୋଟି କୋଟି ଲୋକ ଅଛନ୍ତି ଯେଉଁମାନେ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଲାଭଦାୟକ ତଥା କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଉପକୃତ ହେଉଛନ୍ତି। ସରକାର ମଧ୍ୟ ଏହି ଯୋଜନାଗୁଡିକରେ ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି ଯାହା ଦ୍ୱାରା ଗରିବ ଶ୍ରେଣୀର ଲୋକଙ୍କ ନିକଟରେ ପହଞ୍ଚିପାରିବ। ଏହି କ୍ରମରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ବହୁ ଲୋକ ଉପକୃତ ହେଉଛନ୍ତି। ଏହି ଯୋଜନାରେ ଯୋଗ୍ୟ ଚାଷୀଙ୍କୁ ବାର୍ଷିକ ୬୦୦୦ ଟଙ୍କା ଦିଆଯାଉଛି ଏବଂ ଏହି ଟଙ୍କା ପ୍ରତ୍ୟେକ କିସ୍ତିରେ ୨୦୦୦ଟଙ୍କା ପ୍ରଦାନ କରାଯାଏ। ଏପର୍ଯ୍ୟନ୍ତ ସମୁଦାୟ ୧୭ ଟି କିସ୍ତି ଜାରି ହୋଇସାରିଛି। ବର୍ତ୍ତମାନ ୧୮ତମ କିସ୍ତିର ପର୍ଯ୍ୟାୟ, କିନ୍ତୁ ଆପଣ ଜାଣନ୍ତି କି କିସ୍ତି ପାଇବା ପାଇଁ ଆପଣଙ୍କୁ କିଛି କାମ କରିବାକୁ ପଡିବ। ଆସନ୍ତୁ ଜାଣିବା ଏହି କାର୍ଯ୍ୟଗୁଡ଼ିକ କ’ଣ ଆଉ କେବେ ୧୮ ତମ କିସ୍ତି ଜାରି ହେବ।

୨୦୨୪ ଜୁନ ୧୮ରେ ୯ କୋଟିରୁ ଅଧିକ ଯୋଗ୍ୟ କୃଷକ ୧୭ ତମ କିସ୍ତିର ଲାଭ ପାଇଛନ୍ତି। ଏହି ଟଙ୍କା ଡିବିଟି ମାଧ୍ୟମରେ ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଥିଲା। ଆଉ ଏବେ ୧୮ ତମ କିସ୍ତି ପାଇବାର ସମୟ। ପ୍ରତ୍ୟେକ କିସ୍ତି ପ୍ରତି ଚାରି ମାସରେ ରିଲିଜ ହୁଏ ।

ତେଣୁ ପରବର୍ତ୍ତୀ କିସ୍ତି ପାଇଁ ସମୟ ଅକ୍ଟୋବର ମାସରେ। ଏଭଳି ପରିସ୍ଥିତିରେ ଅକ୍ଟୋବର ମାସରେ ୧୮ ତମ କିସ୍ତି ଜାରି ହୋଇପାରେ। ତେବେ କିସ୍ତି କେବେ ଆସିବ ତାହା ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ସ୍ପଷ୍ଟ ହୋଇନାହିଁ। କିନ୍ତୁ ନିୟମ ଅନୁଯାୟୀ, ଏହି କିସ୍ତି ଅକ୍ଟୋବରରେ ଆସିପାରେ।

ଯଦି ଆପଣ ପିଏମ କିସାନ ଯୋଜନା ସହିତ ଜଡିତ ଅଛନ୍ତି, ତେବେ ଇ-କଓ୍ବୋଇସି କରିବା ଆପଣଙ୍କ ପାଇଁ ଆବଶ୍ୟକ । ଯଦି ଆପଣ ଏହି କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମ୍ପନ୍ନ କରନ୍ତି ତେବେ ଆପଣ କିସ୍ତିର ଲାଭ ପାଇପାରିବେ। ଏହା ବ୍ୟତୀତ ଆପଣଙ୍କୁ ଜମି ଯାଞ୍ଚ କାର୍ଯ୍ୟ ମଧ୍ୟ କରିବାକୁ ପଡିବ। ଯଦି ଆପଣ ଏହା କରିନାହାଁନ୍ତି ତେବେ ଆପଣ କିସ୍ତିର ଲାଭରୁ ବଞ୍ଚିତ ହୋଇପାରନ୍ତି ।

ଯଦି ଆପଣ ଏହି ଯୋଜନା ପାଇଁ ଆବେଦନ କରିଛନ୍ତି, ତେବେ ନିଶ୍ଚିତ କରନ୍ତୁ ଯେ ଆପଣଙ୍କ ଫର୍ମରେ କୌଣସି ପ୍ରକାରର ଭୁଲ ନାହିଁ । ଯଦି ଏହା ଘଟେ ତେବେ ଆପଣ କିସ୍ତିରୁ ବଞ୍ଚିତ ହୋଇପାରନ୍ତି। ।


Enter your email to get our daily news in your inbox.

All Right Reserved By Dharitri.Com

Gen-Zଙ୍କ ପାଇଁ ବଡ଼ ପଦକ୍ଷେପ ନେଲା RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

ଆନ୍ଦୋଳନ ପରେ ନୂଆ ରଣନୀତି, ଅଭିଜିତ ଦୀପକେଙ୍କ ଘରେ CJPର ମାରାଥନ ବୈଠକ: ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ, ୬।୮: ଦେଶବ୍ୟାପୀ କଥିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରମୁଖ ସ୍ବର ଭାବେ ଉଭା ହୋଇଥିବା କକରୋଚ…

୧୧୦୫ ଦିନ ପରେ ପାକିସ୍ତାନର ବଡ଼ ବିଜୟ: ଶେଷରେ…

ନୂଆଦିଲ୍ଲୀ,୫।୮: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ଚତୁର୍ଥ ଇନିଂସ୍‌ରେ ମାତ୍ର ୭୪ ରନ୍‌ରେ ଲକ୍ଷ୍ୟ ପିଛା କରି ପାକିସ୍ତାନ ସହଜରେ…

ମଝି ଆକାଶରେ ଟ୍ରମ୍ପଙ୍କ ହେଲିକପ୍ଟର ନିକଟକୁ ହଠାତ୍‌ ଚାଲିଆସିଲା ଯାତ୍ରୀବାହୀ ବିମାନ, ଆଉ ତା’ପରେ…

ୱାଶିଂଟନ, ୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ସେତେବେଳେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ, ଯେତେବେଳେ ତାଙ୍କୁ ନେଇଯାଉଥିବା ସାମରିକ ହେଲିକପ୍ଟର ‘ମେରିନ ୱାନ’ କଥିତ ଭାବେ ୱାଶିଂଟନ…

ମହାକାଶରେ ହୋଇପାରେ ଜୋରଦାର ବିସ୍ଫୋରଣ! ଭାରତର ୨୦ରୁ ୨୨ ସାଟେଲାଇଟ୍‌ ଉପରେ…

ନୂଆଦିଲ୍ଲୀ,୬।୮: ଲୋକ ସଭାରେ ସରକାର ଜଣାଇଛନ୍ତି ଯେ ଭାରତର ଲୋ ଅର୍ଥ ଅରବିଟ୍ (LEO)ରେ କାର୍ଯ୍ୟରତ ୨୨ଟି ସକ୍ରିୟ ସାଟେଲାଇଟ୍ (ଉପଗ୍ରହ) ମଧ୍ୟରୁ ୨୦ଟି ଉପରେ ଧକ୍କା…

ବଡ଼ ଦୁର୍ଘଟଣା: ଭୁଶୁଡ଼ି ପଡ଼ିଲା ଶହେ ବର୍ଷ ପୁରୁଣା କୋଠା, ଗୋଟିଏ ପରିବାରର ୬ ମୃତ

ଲକ୍ଷ୍ନୌ,୬।୮: ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନଗର କୋତବାଲି ଅନ୍ତର୍ଗତ ମହୁଲି ନିକଟରେ ଏକ ଶହେ ବର୍ଷ ପୁରୁଣା ଜର୍ଜର ଘର ହଠାତ୍‌ ଭୁଶୁଡ଼ି…

ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସୋନମ ୱାଙ୍ଗଚୁକ, କହିଲେ- ସେଦିନ ରାତିରେ…

ନୂଆଦିଲ୍ଲୀ,୬।୮: NEET ପେପର ଲିକ ଘଟଣା ଏବଂ ଛାତ୍ରୀଛାତ୍ରଙ୍କ ପ୍ରତିବାଦକୁ ସମର୍ଥନ କରି ୨୬ ଦିନ ଧରି ଅନଶନ କରିଥିବା ପ୍ରସିଦ୍ଧ ପରିବେଶବିତ୍‌ ସୋନମ ୱାଙ୍ଗଚୁକ ନିଜର…

ତେଲ ବଜାରରେ ବଡ଼ ହଲଚଲ: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦାମ୍‌,ଦେଖନ୍ତୁ…

ନୂଆଦିଲ୍ଲୀ,୬।୮: ସରକାରୀ ତେଲ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍‌ ଅଗଷ୍ଟ ୬ ତାରିଖ ପାଇଁ ପେଟ୍ରୋଲ ଏବଂ ଡିଜେଲର ତାଜା ଦାମ୍‌ ଜାରି କରିଛନ୍ତି। ଆଜି ଦେଶର ଅଧିକାଂଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri