Posted inଜାତୀୟ

କେଜରିଓ୍ବାଲଙ୍କୁ ଭୟ କରୁଛନ୍ତି ପ୍ରଧାନମନ୍ତ୍ରୀ: ଏଏପି…

ନୂଆଦିଲ୍ଲୀ,୧୫।୪ : ସିବିଆଇ ଦ୍ୱାରା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନିକଟକୁ ପଠାଯାଇଥିବା ସମନ ନେଇ ଆମ ଆଦମୀ ପାର୍ଟି ମୁଖପାତ୍ର ସୌରଭ ଭରଦ୍ୱାଜ ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ଶନିବାର ଭରଦ୍ବାଜ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଦି ଦେଶର କୌଣସି ନେତାଙ୍କୁ ଭୟ କରୁଛନ୍ତି, ତେବେ ସେ ହେଉଛନ୍ତି କେଜରିୱାଲ।

ସ୍ବାଧୀନତାର ୭୫ ବର୍ଷ ମଧ୍ୟରେ ଆମେ ଅନେକ ଦଳର ସରକାର, ରାଜନୈତିକ ବନ୍ଧୁତା ଏବଂ ଶତ୍ରୁତା ଦେଖିଛୁ, କିନ୍ତୁ କେନ୍ଦ୍ରୀୟ ଏଜେନ୍ସିଗୁଡିକର ଏପରି ଅପବ୍ୟବହାର ଆଜି ପର୍ଯ୍ୟନ୍ତ ହୋଇ ନ ଥିଲା। ଉଦାହରଣ ସ୍ବରୂପ, ପ୍ରଥମେ ଆମ ଦଳର ତିନି ନମ୍ବର ନେତାଙ୍କୁ ଗିରଫ କରାଯାଏ, ତା’ପରେ ଦୁଇ ନମ୍ବର ନେତାଙ୍କୁ ଗିରଫ କରାଯାଏ ଏବଂ ପରେ ଏକ ନମ୍ବର ନେତାଙ୍କୁ ଗିରଫ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଆମେ ସବୁଠାରୁ ଛୋଟ ଏବଂ ନୂତନ ପାର୍ଟି। ଆମର ଏବଂ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ କୌଣସି ତୁଳନା ନାହିଁ, ସେ ନିଜେ କହିଛନ୍ତି, ତ୍ରିଲୋକରେ ତାଙ୍କର ପ୍ରଶଂସାର ବାଜା ବାଜୁଛି।

 

ଦିଲ୍ଲୀର ଜଣେ ଗରିବ ଏବଂ କୋଠା ବାସିନ୍ଦା ମଧ୍ୟ ପ୍ରଶ୍ନ କରୁଛନ୍ତି ଭାଜପା କାହିଁକି ଏଏପି ବିରୋଧରେ ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇଛି। ଏପରିକି ଦିଲ୍ଲୀ ନିର୍ବାଚନରେ ସ୍ବରାଷ୍ଟ୍ରମନ୍ତ୍ରୀ ପ୍ରଚାରପତ୍ର ବଣ୍ଟନ କରିଥିଲେ ମଧ୍ୟ ଦିଲ୍ଲୀର ଲୋକମାନେ ଏଏପିକୁ ଚୟନ କରିଥିଲେ। ଆମର ବିଧାୟକମାନଙ୍କୁ କିଣିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ଏଏପି ସରକାର ଭାଙ୍ଗି ନ ଥିଲେ। ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି କେଜରିୱାଲଙ୍କୁ ଶେଷ କରିବାକୁ ପଡିବ, ତେଣୁ ତାଙ୍କୁ ଜେଲରେ ରଖିବାକୁ ପ୍ରସ୍ତୁତି ଚାଲିଛି। ତାଙ୍କୁ ୬ ମାସରୁ ବର୍ଷେ ଜେଲରେ ରଖାଯିବା ପାଇଁ ଷଡ଼ଯନ୍ତ୍ର ହେଉଛି। ତା’ପରେ ଦିଲ୍ଲୀ ଏବଂ ପଞ୍ଜାବରେ ଯାଞ୍ଚ୍‌ ଏଜେନ୍ସିର ଏକ ତାଣ୍ଡବ କରାଯିବ। ନେତାମାନଙ୍କୁ ଗିରଫ କରି ସରକାରଙ୍କୁ ଭଙ୍ଗାଯିବାର ଯୋଜନା ଭାଜପା ସରକାର କରୁଛନ୍ତି। ଦେଶରେ ଅନେକ ନେତା ଅଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ମନରେ କେଜରିଓ୍ବାଲଙ୍କ ପ୍ରତି ଭୟ ରହିଛି।
ଯେତେବେଳେ ରାହୁଲ ଗାନ୍ଧୀ ଅଯୋଗ୍ୟ ହୋଇଥିଲେ, ସେତେବେଳେ କେଜରିୱାଲ ତାଙ୍କୁ ସମର୍ଥନ କରିଥିବା ପ୍ରଥମ ଅଣ-କଂଗ୍ରେସ ନେତା ଥିଲେ। ଏହାକୁ ନେଇ ଭାଜପା କ୍ରୋଧ ପ୍ରକାଶ କରୁଥିବା ସୌରଭ ଅଭିଯୋଗ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri