୧୩ ଏନ୍‌ଏସିରେ ଆରମ୍ଭ ହୋଇନି ପ୍ରଧାନମନ୍ତ୍ରୀ ଆବାସ

ଛତ୍ରପୁର, ୨୩।୪: (ଡି.ଏନ୍‌.ଏ) ଗଞ୍ଜାମ ଜିଲାରେ ବିଶେଷକରି ସହରାଞ୍ଚଳ ଗୁଡିକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅଗ୍ରଗତି ଧିମା ରହିଛି ା ଜିଲାର ୧୩ ସହରାଞ୍ଚଳ ତଥା ଏନ୍‌ଏସିରେ ୨ ହଜାର ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନି ା ଏଥିସହ ୧ ହଜାର ଆବାସ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ରହିଛି। ସେହି ଏନଏସିଗୁଡିକ ମଧ୍ୟରେ ବୁଗୁଡା, ପୋଲସରା, କବିସୂର୍ଯ୍ୟନଗର, ବେଲଗଣ୍ଠା, ଆସିକା, ଭଞ୍ଜନଗର, ସୋରଡା, ଦିଗପହଣ୍ଡି, ଗୋପାଳପୁର, ରମ୍ଭା, ପୁରୁଷୋତ୍ତମୁପର, କୋଦଳା ଓ ଖଲିକୋଟ ରହିଛି ା ଏହାକୁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଗୁରୁତର ସହ ନେଇଛି ା ପୂର୍ବରୁ ବହୁବାର ବିଭାଗ ପକ୍ଷରୁ ଉକ୍ତ ଏନଏସି ଗୁଡିକୁ ଏ ସମ୍ପର୍କରେ ଚିଠି ଆସିଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇନି ା ଏବେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶକ୍ରମେ ଓଡିଶା ଅର୍ବାନ୍‌ ହାଉସିଂ ମିଶନର ଏକ ରାଜ୍ୟସ୍ତରୀୟ ବୈଷୟିକ ଟିମ୍‌ ପାର୍ଥସାରଥି ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ଜିଲା ଆସିବେ। ଚଳିତ ମାସ ୨୬ ରୁ ୨୯ ତାରିଖ ପର୍ଯ୍ୟନ୍ତ ୪ ଦିନ ଜିଲାରେ ରହି ଉକ୍ତ ବୈଷୟିକ ଟିମ୍‌ ଏନଏସିମାନଙ୍କୁ ଯାଇ କ୍ଷେତ୍ର ପରିଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମୀକ୍ଷା କରିବେ। ଏଥିସହ ଏନଏସି କାଉନସିଲରମାନଙ୍କର ସହ ଆଲୋଚନା କରି କିଭଳି ଏହି ଯୋଜନା ସଫଳ କାର୍ଯ୍ୟକାରୀ ହେବ ଏବଂ ଆବାସ ନିର୍ମାଣ ନିର୍ଦ୍ଧାରିତ ସମୟରେ ଶେଷହେବ ସେନେଇ ଟିମ୍‌ ଆଲୋଚନା କରିବ। ଗୋପାଳପୁର ଠାରେ ଜିଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ସମସ୍ତ ଏନଏସି ନିର୍ବାହୀ ଅଧିକାରୀ, ନୋଡାଲ ଅଫିସରମାନଙ୍କ ସହ ରାଜ୍ୟସ୍ତରୀୟ ବୈଷୟିକ ଟିମ୍‌ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ଉକ୍ତ ଏନଏସିମାନଙ୍କର ନିର୍ବାହୀ ଅଧିକାରୀମାନଙ୍କ ନିକଟକୁ ଓଡିଶା ଅର୍ବାନ ହାଉସିଂ ମିଶନର ଉପସଚିବ ପ୍ରଶାନ୍ତ କୁମାର ଶତପଥିଙ୍କ ଠାରୁ ଚିଠି ଆସିଛି ା ଏଭଳି ୨ ହଜାର ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ନହେବା ଏବଂ ଆବାସ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ରହିବା ଯୋଜନାରେ ଅବହେଳା ହେଉଥିବା ଦର୍ଶାଉଛି। ଭାରତ ସରକାରଙ୍କ ଏହି ଯୋଜନା ଠିକ୍‌ ସମୟରେ କାର୍ଯ୍ୟକାରୀ ନହେଲେ ଆଗକୁ ଫଣ୍ଡ ଆସିବାରେ ଅସୁବିଧା ହେବ ବୋଲି କୁହାଯାଇଛି । ମିଳିଥିବା ସୂଚନା ଅନୁସାରେ ଆସିକା ଏନଏସିରେ ୧୧୯ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନଥିବାବେଳେ ବେଲଗୁଣ୍ଠାରେ ୭୧, ଭଞ୍ଜନଗର ଏନଏସିରେ ୩୮୯, ବୁଗୁଡା ଏନଏସି ରେ ୧୭, ଦିଗପହଣ୍ଡିରେ ୧୦, ଗୋପାଳପୁର ଏନଏସିରେ ୧୧୫, କବିସୂର୍ଯ୍ୟନଗର ଏନଏସିରେ ୨୭୯, ଖଲିକୋଟ ଏନଏସିରେ ୩୬, କେଦଳା ଏନଏସିରେ ୧୨୩, ରମ୍ଭା ଏନଏସିରେ ୬୮, ପୋଲସରା ଏନଏସିରେ ୧୨, ସୋରଡା ଏନଏସିରେ ୭୪ ଓ ପୁରୁଷୋତ୍ତମୁପର ଏନଏସିରେ ୫୫ ଟି ଆବାସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନି ା


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri