ଯୁକ୍ତ ଦୁଇ ପରୀକ୍ଷା ଫଳ: ତଥ୍ୟ ମାଗିବାରୁ ସାମ୍ବାଦିକଙ୍କୁ ‘ନାଲି ଆଖି’

ଥୁଆମୂଳ ରାମପୁର,୨୨।୫(ଦୁର୍ଗା କୀର୍ତ୍ତି): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ ଚଳିତ ବର୍ଷର ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଅନୁଷ୍ଠାନରେ ଉତ୍ସାହଜନକ ଫଳାଫଳ ଦେଖିବାକୁ ମିଳିଛି।

ତେବେ ଏହି ସଫଳତା ସମୟରେ ବ୍ଲକର କେତେକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ପ୍ରିନ୍ସିପାଲମାନଙ୍କ ଗଣମାଧ୍ୟମ ବିରୋଧୀ ମନୋଭାବ ଏବଂ ଦାୟିତ୍ୱହୀନ ଆଚରଣ ସ୍ଥାନୀୟ ଅଞଅଳରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ବିଶେଷ କରି ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ସରକାରୀ ସୂଚନା ସଂଗ୍ରହ କରୁଥିବା ବେଳେ ଶିକ୍ଷା ବିଭାଗର କର୍ତ୍ତୃପକ୍ଷ ସହଯୋଗ କରିବା ବଦଳରେ ଓଲଟା ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ମୁତାବକ, ଗୋପାଳପୁର ସ୍ଥିତ ସରକାରୀ ଏସ.ଏସ.ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ କାନିଗୁମା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା ଓ ସାମଗ୍ରିକ ପାସ ହାର ସମ୍ପର୍କିତ ସଠିକ ତଥ୍ୟ ପାଇବା ପାଇଁ ଗଣମାଧ୍ୟମ ପ୍ରତିନିଧି ବାରମ୍ବାର କଲେଜ କର୍ତ୍ତୃପକ୍ଷ ଓ ପ୍ରିନ୍ସିପାଲମାନଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ। ମାତ୍ର ଦୁଃଖର ବିଷୟ, ଦାୟିତ୍ୱରେ ଥିବା ଅଧିକାରୀମାନେ ଫୋନ ଉଠାଇ ନଥିଲେ। କେବଳ ସେତିକି ନୁହେଁ, ହୱାଟସଆପ ମାଧ୍ୟମରେ ତଥ୍ୟ ମଗାଯାଇଥିଲେ ହେଁ, ସେମାନେ ମେସେଜ ଦେଖି ମଧ୍ୟ କୌଣସି ଉତ୍ତର ନଦେଇ ନୀରବ ରହିଥିଲେ। ନିଜ ବିଦ୍ୟାଳୟର ପାସ ହାର କିମ୍ବା ବିଦ୍ୟାଳୟ ଟପ୍ପରଙ୍କ ଭଳି ସର୍ବସାଧାରଣ ସୂଚନା ଦେବା ପାଇଁ କର୍ତ୍ତୃପକ୍ଷ କାହିଁକି ଏଭଳି କୁଣ୍ଠାବୋଧ ପ୍ରକାଶ କରୁଛନ୍ତି, ତାହାକୁ ନେଇ ଏବେ ବଡ଼ ସନ୍ଦେହ ସୃଷ୍ଟି ହୋଇଛି।

ଅନ୍ୟପଟେ କାନିଗୁମା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ପ୍ରିନ୍ସିପାଲ ଗଣମାଧ୍ୟମ ପ୍ରତିନିଧିଙ୍କୁ ସଠିକ ସୂଚନା ଦେବା ତ ଦୂରର କଥା, ଓଲଟା ନାଲି ଆଖି ଦେଖାଇ ଧମକପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରିଥିବା ଜଣାପଡ଼ିଛି। ସମାଜର ଆଇନା କୁହାଯାଉଥିବା ଜଣେ କାର୍ଯ୍ୟରତ ଦାୟିତ୍ୱବାନ ସାମ୍ବାଦିକଙ୍କୁ ଯଦି ଶିକ୍ଷକ ସମାଜ ଉଚ୍ଚାରଣ ଓ ଆଚରଣରେ ଉଚିତ୍ ସମ୍ମାନ ଦେଇପାରୁ ନାହାନ୍ତି, ତେବେ ସେହି ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନର ସ୍ତର କେଉଁଭଳି ଥିବ ଏବଂ ସାଧାରଣ ଅଭିଭାବକ ଓ କୋମଳମତି ଛାତ୍ରଛାତ୍ରୀମାନଙ୍କ ସହ ଏହି ଶିକ୍ଷକମାନେ କେଉଁ ଭାଷାରେ ବ୍ୟବହାର କରୁଥିବେ, ତାହା ଏଠାରୁ ସହଜରେ ଅନୁମାନ କରାଯାଇପାରେ। ସାଧାରଣ ରେକର୍ଡ ଓ ତଥ୍ୟ ପ୍ରଦାନ କରିବାରେ ଯେଉଁଠି ଏଭଳି ବ୍ୟାପକ ଅବହେଳା ଓ ମନମୁଖୀ କାର୍ଯ୍ୟ ଚାଲିଛି, ସେଠାରେ ସରକାରୀ ପାଣ୍ଠି ଓ ଶିକ୍ଷା ପରିଚାଳନାରେ କେତେ ବଡ଼ ଅନିୟମିତତା ଲୁଚି ରହିଛି, ତାହା ତଦନ୍ତସାପେକ୍ଷ।

ଏଭଳି ପ୍ରତିକୂଳ ପରିସ୍ଥିତି ଏବଂ ସରକାରୀ ସ୍ତରରୁ ଅସହଯୋଗ ସତ୍ତ୍ୱେ ବିଭିନ୍ନ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଚୂଡ଼ାନ୍ତ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଥୁଆମୂଳ ରାମପୁର ବ୍ଲକର କଳା ବିଭାଗରେ ଅଭୂତପୂର୍ବ ସଫଳତା ମିଳିଛି। ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କିଆପଦାର ଚଳିତ ବର୍ଷ ୯୯.୦୬ ପ୍ରତିଶତ ପାସ ହାର ସହ ସମଗ୍ର ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏଠାରେ ମୋଟ ୧୦୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୬ ଜଣ ପାସ କରିଛନ୍ତି। ଏହି ବିଦ୍ୟାଳୟର ମେଧାବୀ ଛାତ୍ରୀ ସତ୍ୟଶୀଳା ମାଝୀ ସର୍ବାଧିକ ୪୦ ମାର୍କ ହାସଲ କରି ସମଗ୍ର ବ୍ଲକରେ ‘କଳା ଟପ୍ପର’ ହେବାର ଗୌରବ ଅର୍ଜନ କରିଛନ୍ତି।
ସେହିପରି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମହୁଲପାଟଣା ୮୨.୫୫ ପ୍ରତିଶତ ପାସ ହାର ସହ ବ୍ଲକରେ ଦ୍ୱିତୀୟ ସ୍ଥାନରେ ରହିଛି।

ଏଠାରେ ମୋଟ ୮୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୧ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କେତକୀ ହରିଜନ ୪୬୫ ମାର୍କ ରଖି ସ୍କୁଲ ଟପ୍ପର ହୋଇଛନ୍ତି। ଅପରପକ୍ଷରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କାନିଗୁମା ୯୧.୭ ପ୍ରତିଶତ ପାସ ହାର ସହ ବ୍ଲକରେ ତୃତୀୟ ସ୍ଥାନରେ ରହିଛି, ଯେଉଁଠାରେ ୧୧୨ ଜଣଙ୍କ ମଧ୍ୟରୁ ୯୮ ଜଣ ପାସ କରିଛନ୍ତି ଏବଂ ସୁମିତ୍ରା ମାଝୀ ୪୫୬ ମାର୍କ ସହ କଲେଜ ଶୀର୍ଷରେ ରହିଛନ୍ତି। ଏହାସହ ଏମ.ଏମ.ପି.ଏସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଥୁଆମୂଳ ରାମପୁରରେ ସର୍ବାଧିକ ୨୨୮ ଜଣ ପରୀକ୍ଷା ଦେଇଥିବା ବେଳେ ୧୮୫ ଜଣ କୃତକାର୍ଯ୍ୟ ହୋଇଛନ୍ତି ଏବଂ ଏହି ଅନୁଷ୍ଠାନର ପାସ ହାର ୮୦.୪୩ ପ୍ରତିଶତ ରହିବା ସହ ରଚନା ନାଏକ ୪୩୯ ମାର୍କ ରଖି ସ୍କୁଲ ଟପ୍ପର ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ଏହି ଗୌରବମୟ ସଫଳତା ପାଇଁ ଅଞ୍ଚଳବାସୀ ସେମାନଙ୍କୁ ସାଧୁବାଦ ଜଣାଇଥିବା ବେଳେ, ସରକାରୀ ତଥ୍ୟ ଲୁଚାଉଥିବା ଏବଂ ଗଣମାଧ୍ୟମକୁ ଦୁର୍ବ୍ୟବହାର କରୁଥିବା ଶିକ୍ଷକ ଓ ଇଞ୍ଚର୍ଜମାନଙ୍କ ବିରୋଧରେ କଳାହାଣ୍ଡି ଜିଲା ଶିକ୍ଷା ବିଭାଗ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?