Students in exam hall at a college in Andheri as HSC examination started on Tuesday. Express Photo by Santosh Parab. 28.02.2017. Mumbai.
ଭୁବନେଶ୍ୱର,୬।୨(ବ୍ୟୁରୋ): ଚଳିତବର୍ଷ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷା ମାର୍ଚ୍ଚ ମାସରୁ ଆରମ୍ଭ ହେବ। ଥିଓରୀ ପରୀକ୍ଷା ମାର୍ଚ୍ଚ ୧୫ରୁ ଆରମ୍ଭ ହେବାକୁ ଥିବାବେଳେ ପ୍ରାକ୍ଟିକାଲ ପରୀକ୍ଷା ଫେବୃଆରୀ ୨୨ ତଥା ଶେଷ ସପ୍ତାହରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ତେବେ ଚଳିତବର୍ଷର ପ୍ରାକ୍ଟିକାଲ ପରୀକ୍ଷା ଲାଗି ଚୂଡ଼ାନ୍ତ ପ୍ରଶ୍ନପତ୍ର ପହଞ୍ଚତ୍ଥିବାବେଳେ ଥିଓରୀ ପ୍ରଶ୍ନପତ୍ର ସମୀକ୍ଷା କରାଯିବା ପରେ ଚୂଡ଼ାନ୍ତ ପ୍ରିଣ୍ଟ ଲାଗି ହାଇଦ୍ରାବାଦ ପଠାଯାଇଛି। ଚଳିତବର୍ଷ ରାଜ୍ୟର ୨ ହଜାରରୁ ଅଧିକ ଜୁନିୟର କଲେଜରେ ପ୍ରାୟ ସାଢ଼େ ୪ ଲକ୍ଷ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ଏଥିପାଇଁ ଆପାତତଃ ୧୧୭୦ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଥିବାବେଳେ ପ୍ରଶ୍ନପତ୍ର ରଖିବା ଲାଗି ୬୫ରୁ ଅଧିକ ହବ୍ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଗତବର୍ଷ ଯୁକ୍ତ୨ ପରୀକ୍ଷା ବାତିଲ କରାଯାଇ ବିକଳ୍ପ ବ୍ୟବସ୍ଥାରେ ମାର୍କିଂ କରାଯାଇଥିଲା। ମାତ୍ର ଚଳିତବର୍ଷ ନିଶ୍ଚିତ ଭାବେ ପରୀକ୍ଷା କରାଯିବା ନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ପରୀକ୍ଷା ପରିଚାଳନା, ମୂଲ୍ୟାଙ୍କନ, ଫଳ ପ୍ରକାଶରେ ସର୍ବାଧିକ ସ୍ବଚ୍ଛତା ଆଣିବା ଲାଗି ଗଣଶିକ୍ଷା ମନ୍ତ୍ରୀ ଏବଂ ସଚିବ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା କାର୍ଯ୍ୟସୂଚୀ ସମ୍ପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିବାବେଳେ ଖୁବଶୀଘ୍ର କାର୍ଯ୍ୟସୂଚୀ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି।