ଯୁକ୍ତ ୨ ପରୀକ୍ଷା ଫର୍ମଫିଲପ ତାରିଖ ଘୋଷଣା: ବିଳମ୍ବ କଲେ ଏତେ ଟଙ୍କା ଫାଇନ୍‌

ଭୁବନେଶ୍ୱର,୬।୧୦: ଯୁକ୍ତ ୨ ପରୀକ୍ଷା ଫର୍ମଫିଲପ ନେଇ CHSE ତାରିଖ ଘୋଷଣା କରିଛି। ରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୨୦ରୁ ନଭେମ୍ବର ୬ ଭିତରେ ଫର୍ମ ଭରିବେ। ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୧୩ରୁ ୨୫ ଭିତରେ ଫର୍ମଫିଲପ କରିବେ। ତେବେ ଫର୍ମଫିଲପ ବିଳମ୍ବ କଲେ ଫାଇନ୍‌ ଦେବାକୁ ପଡିବ। ୨୦୦ ଟଙ୍କା ଫାଇନ୍‌ରେ ନଭେମ୍ବର ୧୦ରୁ ୧୪ ମଧ୍ୟରେ ଫର୍ମ ଫିଲଅପ ରହିଛି। ସେହିପରି ୬ ଶହ ଟଙ୍କା ଫାଇନ୍‌ରେ ନଭେମ୍ବର ୧୭ରୁ ୧୯ ମଧ୍ୟରେ ଭରିପାରିବେ ।

 

Share
Tags: odisha