Posted inଜାତୀୟ

ଲୋକଙ୍କ ଆସ୍ଥା ସହ ଖେଳ

ନୂଆଦିଲ୍ଲୀ,୨୧ା୯: ତିରୁପତି ଲଡ଼ୁରେ ବ୍ୟବହୃତ ଘିଅରେ ଗୋରୁ ଚର୍ବି ଏବଂ ମାଛ ତେଲ ରହିଥିବା ଅଭିଯୋଗ ଉପରେ କେନ୍ଦ୍ର ସରକାର ଶୁକ୍ରବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କୁ ସବିଶେଷ ରିପୋର୍ଟ ମାଗିଛନ୍ତି। ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାରର ପ୍ରଥମ ୧୦୦ ଦିନ ଉପରେ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା କହିଛନ୍ତି, ଖାଦ୍ୟ ନିରାପତ୍ତା ମାନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତିରୁପତି ଲଡ଼ୁରେ ପ୍ରାଣୀ ଚର୍ବି ଓ ମାଛ ତେଲ ରହିଥିବା ଖବର ପ୍ରକାଶ ପାଇବା ପରେ ନଡ୍ଡା ଚନ୍ଦ୍ରବାବୁଙ୍କ ସହ କଥା ହୋଇଥିଲେ। ସେ ସବିଶେଷ ରିପୋର୍ଟ ପଠାଇବା ପରେ ତାହାକୁ ଅନୁଧ୍ୟାନ କରାଯାଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯିବ।
ତିରୁପତିର ପ୍ରସିଦ୍ଧ ଭେଙ୍କଟେଶ୍ୱର ମନ୍ଦିରରେ ଲଡୁଗୁଡ଼ିକୁ ପ୍ରସାଦ ଭାବେ ଅର୍ପଣ କରାଯାଉଥିଲା। ପ୍ରତିଦିନ ସେଠାକୁ ଦର୍ଶନ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ଏହି ଲଡ଼ୁ ବଣ୍ଟାଯାଉଥିଲା। ତେବେ ଏଥିରେ ପ୍ରାଣୀ ଚର୍ବି ଓ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଥିଲା ବୋଲି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିବା ପରେ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ କେନ୍ଦ୍ର ଖାଦ୍ୟମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଯେଉଁ ଅଭିଯୋଗ ଆଣିଛନ୍ତି, ତାହା ଗମ୍ଭୀର ଚିନ୍ତାଜନକ। ସବିଶେଷ ତଦନ୍ତ ସହ ଅପରାଧୀଙ୍କୁ ଦଣ୍ଡ ମିଳିବା ଆବଶ୍ୟକ ବୋଲି ଜୋଷୀ କହିଛନ୍ତି।
ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ସରକାର ସମୟରେ ତିରୁପତି ଲଡୁରେ ବ୍ୟବହୃତ ଘିଅକୁ ଗୁଜରାଟର ଏକ ସରକାରୀ ଲାବରେଟୋରିରେ ପରୀକ୍ଷା କରାଯିବା ପରେ ସେଥିରେ ଗୋରୁ ଚର୍ବି, ଘୁଷୁରି ଚର୍ବି, ମାଛ ତେଲ ରହିଥିବା ଗତ ଜୁଲାଇରେ ରିପୋର୍ଟ ଆସିଥିଲା। ଚନ୍ଦ୍ରବାବୁ ଉକ୍ତ ରିପୋର୍ଟକୁ ଲୋକଲୋଚନକୁ ଆଣିବା ପରେ ଭକ୍ତ ମହଲରେ ହଇଚଇ ସୃଷ୍ଟି ହୋଇଛି। ଶ୍ରଦ୍ଧାଳୁମାନଙ୍କ ଆସ୍ଥା ଓ ଭାବାବେଗ ସହ ଖେଳ କରାଯାଇଥିବା ଅଭିଯୋଗ ହୋଇଛି। ଲଡୁ ପାଇଁ ବ୍ୟବହୃତ ଘିଅରେ ଗୋରୁ ଚର୍ବି ଥିବା ଚନ୍ଦ୍ରବାବୁଙ୍କ ଅଭିଯୋଗକୁ ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ତିରୁମାଲା ତିରୁପତି ଦେବସ୍ଥାନମ୍‌ (ଟିଟିଡି) ସମର୍ଥନ ଜଣାଇଛି। ମନ୍ଦିରରେ ଅପମିଶ୍ରଣ ପରୀକ୍ଷା ସୁବିଧା ନ ଥିବାରୁ ଘିଅ ଯୋଗାଣକାରୀ ଏହାର ଫାଇଦା ଉଠାଉଥିଲେ ବୋଲି ଟିଟିଡି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୟାମଲ ରାଓ କହିଛନ୍ତି। ଲାବ୍‌ ରିପୋର୍ଟ ଆସିବା ପରେ ତୁରନ୍ତ ଘିଅ ଯୋଗାଣ ବନ୍ଦ କରାଯିବା ସହ ଉକ୍ତ ଠିକାଦାରଙ୍କୁ କଳାତାଲିକାଭୁକ୍ତ କରାଯାଇଥିଲା। ଏବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ବୋଲି ରାଓ କହିଛନ୍ତି।
ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁଙ୍କ ତାଙ୍କ ଅଭିଯୋଗ ପାଇଁ ସମାଲୋଚନା କରିଛନ୍ତି। ରାଜନୈତିକ ଫାଇଦା ପାଇଁ ଏଭଳି ବ୍ୟକ୍ତି ଭଗବାନଙ୍କୁ ବ୍ୟବହାର କରିପାରନ୍ତି ବୋଲି ଜଗନ କହିଛନ୍ତି। ତିରୁମାଲା ମନ୍ଦିରରେ ପ୍ରସାଦ ଭାବେ ବ୍ୟବହୃତ ଲଢ଼ୁ ସହ ବହୁ କୋଟି ଶ୍ରଦ୍ଧାଳୁଙ୍କର ଗଭୀର ଧର୍ମୀୟ ଭାବନା ଜଡ଼ିତ। ଓ୍ବାଇଏସ୍‌ଆର୍‌ସିପି ସରକାର ସମୟରେ ଅପମିଶ୍ରିତ ଘିଅ ମନ୍ଦିରକୁ ଲଡୁ ତିଆରି ପାଇଁ ଆସୁଥିଲା ବୋଲି ଟିଡିପି ମୁଖପାତ୍ର ଆନମ ଭେଙ୍କଟରମଣ ରେଡ୍ଡୀ ଖବରଦାତା ସମ୍ମିଳନୀରେ ଜୁଲାଇ ୧୬ର ଲାବ୍‌ ରିପୋର୍ଟ ଉପସ୍ଥାପନ କରି ଅଭିଯୋଗ କରିଥିଲେ। ତେବେ ରାଜନୈତିକ ପ୍ରେରଣାରେ ଏଭଳି ଭିତ୍ତିହୀନ ଅଭିଯୋଗ ଅଣାଯାଇଥିବା କହି ଟିଟିଡିର ପୂର୍ବତନ ଅଧ୍ୟକ୍ଷ ତଥା ଓ୍ବାଇଏସ୍‌ଆର୍‌ସିପିର ବରିଷ୍ଠ ନେତା ଓ୍ବାଇ.ଭି. ସୁବା ରେଡ୍ଡୀ ଏହାକୁ ଖଣ୍ଡନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri