Posted inଜାତୀୟ

ଲୋକଙ୍କ ଆସ୍ଥା ସହ ଖେଳ

ନୂଆଦିଲ୍ଲୀ,୨୧ା୯: ତିରୁପତି ଲଡ଼ୁରେ ବ୍ୟବହୃତ ଘିଅରେ ଗୋରୁ ଚର୍ବି ଏବଂ ମାଛ ତେଲ ରହିଥିବା ଅଭିଯୋଗ ଉପରେ କେନ୍ଦ୍ର ସରକାର ଶୁକ୍ରବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କୁ ସବିଶେଷ ରିପୋର୍ଟ ମାଗିଛନ୍ତି। ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାରର ପ୍ରଥମ ୧୦୦ ଦିନ ଉପରେ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା କହିଛନ୍ତି, ଖାଦ୍ୟ ନିରାପତ୍ତା ମାନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତିରୁପତି ଲଡ଼ୁରେ ପ୍ରାଣୀ ଚର୍ବି ଓ ମାଛ ତେଲ ରହିଥିବା ଖବର ପ୍ରକାଶ ପାଇବା ପରେ ନଡ୍ଡା ଚନ୍ଦ୍ରବାବୁଙ୍କ ସହ କଥା ହୋଇଥିଲେ। ସେ ସବିଶେଷ ରିପୋର୍ଟ ପଠାଇବା ପରେ ତାହାକୁ ଅନୁଧ୍ୟାନ କରାଯାଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯିବ।
ତିରୁପତିର ପ୍ରସିଦ୍ଧ ଭେଙ୍କଟେଶ୍ୱର ମନ୍ଦିରରେ ଲଡୁଗୁଡ଼ିକୁ ପ୍ରସାଦ ଭାବେ ଅର୍ପଣ କରାଯାଉଥିଲା। ପ୍ରତିଦିନ ସେଠାକୁ ଦର୍ଶନ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ଏହି ଲଡ଼ୁ ବଣ୍ଟାଯାଉଥିଲା। ତେବେ ଏଥିରେ ପ୍ରାଣୀ ଚର୍ବି ଓ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଥିଲା ବୋଲି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିବା ପରେ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ କେନ୍ଦ୍ର ଖାଦ୍ୟମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଯେଉଁ ଅଭିଯୋଗ ଆଣିଛନ୍ତି, ତାହା ଗମ୍ଭୀର ଚିନ୍ତାଜନକ। ସବିଶେଷ ତଦନ୍ତ ସହ ଅପରାଧୀଙ୍କୁ ଦଣ୍ଡ ମିଳିବା ଆବଶ୍ୟକ ବୋଲି ଜୋଷୀ କହିଛନ୍ତି।
ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ସରକାର ସମୟରେ ତିରୁପତି ଲଡୁରେ ବ୍ୟବହୃତ ଘିଅକୁ ଗୁଜରାଟର ଏକ ସରକାରୀ ଲାବରେଟୋରିରେ ପରୀକ୍ଷା କରାଯିବା ପରେ ସେଥିରେ ଗୋରୁ ଚର୍ବି, ଘୁଷୁରି ଚର୍ବି, ମାଛ ତେଲ ରହିଥିବା ଗତ ଜୁଲାଇରେ ରିପୋର୍ଟ ଆସିଥିଲା। ଚନ୍ଦ୍ରବାବୁ ଉକ୍ତ ରିପୋର୍ଟକୁ ଲୋକଲୋଚନକୁ ଆଣିବା ପରେ ଭକ୍ତ ମହଲରେ ହଇଚଇ ସୃଷ୍ଟି ହୋଇଛି। ଶ୍ରଦ୍ଧାଳୁମାନଙ୍କ ଆସ୍ଥା ଓ ଭାବାବେଗ ସହ ଖେଳ କରାଯାଇଥିବା ଅଭିଯୋଗ ହୋଇଛି। ଲଡୁ ପାଇଁ ବ୍ୟବହୃତ ଘିଅରେ ଗୋରୁ ଚର୍ବି ଥିବା ଚନ୍ଦ୍ରବାବୁଙ୍କ ଅଭିଯୋଗକୁ ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ତିରୁମାଲା ତିରୁପତି ଦେବସ୍ଥାନମ୍‌ (ଟିଟିଡି) ସମର୍ଥନ ଜଣାଇଛି। ମନ୍ଦିରରେ ଅପମିଶ୍ରଣ ପରୀକ୍ଷା ସୁବିଧା ନ ଥିବାରୁ ଘିଅ ଯୋଗାଣକାରୀ ଏହାର ଫାଇଦା ଉଠାଉଥିଲେ ବୋଲି ଟିଟିଡି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୟାମଲ ରାଓ କହିଛନ୍ତି। ଲାବ୍‌ ରିପୋର୍ଟ ଆସିବା ପରେ ତୁରନ୍ତ ଘିଅ ଯୋଗାଣ ବନ୍ଦ କରାଯିବା ସହ ଉକ୍ତ ଠିକାଦାରଙ୍କୁ କଳାତାଲିକାଭୁକ୍ତ କରାଯାଇଥିଲା। ଏବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ବୋଲି ରାଓ କହିଛନ୍ତି।
ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁଙ୍କ ତାଙ୍କ ଅଭିଯୋଗ ପାଇଁ ସମାଲୋଚନା କରିଛନ୍ତି। ରାଜନୈତିକ ଫାଇଦା ପାଇଁ ଏଭଳି ବ୍ୟକ୍ତି ଭଗବାନଙ୍କୁ ବ୍ୟବହାର କରିପାରନ୍ତି ବୋଲି ଜଗନ କହିଛନ୍ତି। ତିରୁମାଲା ମନ୍ଦିରରେ ପ୍ରସାଦ ଭାବେ ବ୍ୟବହୃତ ଲଢ଼ୁ ସହ ବହୁ କୋଟି ଶ୍ରଦ୍ଧାଳୁଙ୍କର ଗଭୀର ଧର୍ମୀୟ ଭାବନା ଜଡ଼ିତ। ଓ୍ବାଇଏସ୍‌ଆର୍‌ସିପି ସରକାର ସମୟରେ ଅପମିଶ୍ରିତ ଘିଅ ମନ୍ଦିରକୁ ଲଡୁ ତିଆରି ପାଇଁ ଆସୁଥିଲା ବୋଲି ଟିଡିପି ମୁଖପାତ୍ର ଆନମ ଭେଙ୍କଟରମଣ ରେଡ୍ଡୀ ଖବରଦାତା ସମ୍ମିଳନୀରେ ଜୁଲାଇ ୧୬ର ଲାବ୍‌ ରିପୋର୍ଟ ଉପସ୍ଥାପନ କରି ଅଭିଯୋଗ କରିଥିଲେ। ତେବେ ରାଜନୈତିକ ପ୍ରେରଣାରେ ଏଭଳି ଭିତ୍ତିହୀନ ଅଭିଯୋଗ ଅଣାଯାଇଥିବା କହି ଟିଟିଡିର ପୂର୍ବତନ ଅଧ୍ୟକ୍ଷ ତଥା ଓ୍ବାଇଏସ୍‌ଆର୍‌ସିପିର ବରିଷ୍ଠ ନେତା ଓ୍ବାଇ.ଭି. ସୁବା ରେଡ୍ଡୀ ଏହାକୁ ଖଣ୍ଡନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri