Posted inଖେଳ

ଜାଡେଜା-ଅଶ୍ୱିନଙ୍କ ସହ ଖେଳିବାକୁ ପରାମର୍ଶ ଦେଲେ ମହାନ ଖେଳାଳି

ନୂଆଦିଲ୍ଲୀ,୧୭।୬: ଶେଷ ହେବାକୁ ଯାଉଛି ଅପେକ୍ଷା। ୟୁକେର ସାଉଥାମ୍ପଟନଠାରେ ଶୁକ୍ରବାର ଠାରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତୀୟ ଦଳ ଦୁଇ ସ୍ପିନର (ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା)ଙ୍କୁ ଖେଳାଇବା ଦରକାର ନା ପିଚ୍‌କୁ ଦୃଷ୍ଟିରେ ରଖି ଗୋଟିଏ ସ୍ପିନରଙ୍କ ସହ ଯିବା ଉଚିତ ହେବ ସେ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି। ଏଥିରେ ସାମିଲ ହୋଇଛନ୍ତି ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଭିଭିଏସ୍‌ ଲକ୍ଷ୍ମଣ।

ଫାଇନାଲ ଲାଗି ମୁଁ ଉଭୟ ଅଶ୍ୱିନ ଓ ଜାଡେଜାଙ୍କ ସହ ଯିବାକୁ ଚାହିଁବି। ଏହି ଦୁଇ ଖେଳାଳି ଏକାସମୟରେ ଖେଳିବା ଭାରତୀୟ ଦଳ ପାଇଁ ବର ସଦୃଶ। ଏମାନେ ଉଇକେଟ ନେବା ସହ ନିମ୍ନକ୍ରମରେ ରନ୍‌ ସଂଗ୍ରହ ମଧ୍ୟ କରିପାରନ୍ତି। ଇଂଲଣ୍ଡ ପରିସ୍ଥିତିରେ ଏହା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଲକ୍ଷ୍ମଣ ଏକ ସାକ୍ଷାତ୍‌କାରରେ କହିଛନ୍ତି।

ସ୍ପିନରଙ୍କ ବ୍ୟତୀତ ଦଳରେ ତୃତୀୟ ପେସର ଭାବେ କାହାକୁ ବଛାଯିବ ସେ ନେଇ ମଧ୍ୟ ଅଧିନାୟକ ବିରାଟ କୋହଲି ଓ ଟିମ୍‌ ମ୍ୟାନେଜମେଣ୍ଟ ଚିନ୍ତିତ। ଯଶପ୍ରୀତ ବୁମରା ଓ ମହମ୍ମଦ ଶାମି ଖେଳିବା ନିଶ୍ଚିତ। ତୃତୀୟ ପେସର ପାଇଁ ଅଭିଜ୍ଞ ଇଶାନ୍ତ ଶର୍ମା ଏବଂ ମହମ୍ମଦ ସିରାଜଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ ପଡ଼ିବ।

ତେବେ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଇଶାନ୍ତଙ୍କୁ ଦଳରେ ନେବାକୁ ପରାମର୍ଶ ଦେଇଛନ୍ତି ଲକ୍ଷ୍ମଣ। ଡବ୍ଲ୍ୟୁଟିସି ଫାଇନାଲ ପାଇଁ ମୁଁ ଇଶାନ୍ତ, ଶାମି ଓ ବୁମରାଙ୍କ ସହ ଯିବି। ଅଷ୍ଟ୍ରେଲିଆରେ ଭଲ ପ୍ରଦର୍ଶନ ପରେ ସିରାଜଙ୍କ ଆତ୍ମବିଶ୍ୱାସ ବଢ଼ିଛି। କିନ୍ତୁ ଫାଇନାଲ ଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଦଳକୁ ଅଭିଜ୍ଞ ଖେଳାଳିଙ୍କ ଆବଶ୍ୟକତା ପଡ଼ିବ ବୋଲି ୧୩୪ ଟେଷ୍ଟ ଖେଳିଥିବା ଲକ୍ଷ୍ମଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20I: ଡି’ କକ୍‌ଙ୍କ ବିସ୍ଫୋରକ ଇନିଂସ୍; ଭାରତ ଆଗରେ ବିଶାଳ ଲକ୍ଷ୍ୟ

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20Iରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’ କକ୍‌ଙ୍କ ବିସ୍ଫୋରକ ବ୍ୟାଟିଂ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

ପତ୍ନୀଙ୍କୁ ହତ୍ୟାକରି ମୃତ ଶରୀରକୁ ବ୍ଲେଣ୍ଡରରେ ପୁରାଇ ପ୍ୟୁରି ବନାଇଦେଲେ ସ୍ବାମୀ…, ପୂର୍ବତନ ମିସ୍‌ ସ୍ବିଜରଲ୍ୟାଣ୍ଡଙ୍କ ସ୍ବାମୀ ଅଭିଯୁକ୍ତ

ବେର୍ନ,୧୧।୧୨: ପୂର୍ବତନ ମିସ ସ୍ବିଜରଲ୍ୟାଣ୍ଡ ଫାଇନାଲିଷ୍ଟ କ୍ରିଷ୍ଟିନା ଜୋକ୍ସିମୋଭିକଙ୍କ ସ୍ବାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ସ୍ବିସ କର୍ତ୍ତୃପକ୍ଷ କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତି କ୍ରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri