୨୦୪୦ ସୁଦ୍ଧା ମହାସାଗରରେ ୩ ଗୁଣା ବୃଦ୍ଧି ପାଇବ ପ୍ଲାଷ୍ଟିକ ବର୍ଜ୍ୟ: ରିପୋର୍ଟ…

ଓ୍ବାଶିଂଟନ,୯।୩ : ଏକ ନୂତନ ଅଧ୍ୟୟନ ଅନୁଯାୟୀ ୧୭୧ ଟ୍ରିଲିୟନରୁ ଅଧିକ ପ୍ଲାଷ୍ଟିକ ବର୍ତ୍ତମାନ ବିଶ୍ୱର ବିଭିନ୍ନ ମହାସାଗରରେ ଭାସୁଛି ବୋଲି ଆକଳନ କରାଯାଇଛି। ଅନ୍ତର୍ଜାତୀୟ ବୈଜ୍ଞାନିକମାନଙ୍କର ଏକ ଦଳ ୧୯୭୯ରୁ ୨୦୧୯ ମଧ୍ୟରେ ଆଟଲାଣ୍ଟିକ, ପ୍ରଶାନ୍ତ ମହାସାଗର, ଭାରତ ମହାସାଗର ଏବଂ ଭୂମଧ୍ୟସାଗରରେ ପ୍ରାୟ ୧୨ ହଜାର ନମୁନା ସଂଗ୍ରହ ପଏଣ୍ଟରୁ ସଂଗୃହିତ ରେକର୍ଡଗୁଡିକ ବିଶ୍ଳେଷଣ କରିଥିଲେ। ୨୦୦୫ ପରଠାରୁ ସମୁଦ୍ରର ପ୍ଲାଷ୍ଟିକ ପ୍ରଦୂଷଣ ମାତ୍ରାରେ ଦ୍ରୁତ ବୃଦ୍ଧି ହେଉଥିବା ସେମାନେ ଜାଣିବାକୁ ପାଇଛନ୍ତି।

ସମ୍ପ୍ରତି ପୃଥିବୀରେ ପ୍ରାୟ ୮୨-୩୫୮ ଟ୍ରିଲିୟନ ପ୍ଲାଷ୍ଟିକ କଣିକା ରହିଛି। ଏସବୁର ଓଜନ ୧.୧-୪.୯ ନିୟୁତ ଟନ ଅଟେ। ୧୯୯୦ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ବୃଦ୍ଧି ପରିଲକ୍ଷିତ ହେଉ ନ ଥିବାବେଳେ ୨୦୦୫ଠାରୁ ଏଥିରେ ଏକ ଦ୍ରୁତ ପରିବର୍ତ୍ତନ ଦେଖିବାକୁ ମିଳିଥିବା ବୈଜ୍ଞାନିକ କହିଛନ୍ତି। ପୋଲସ୍‌ ଓ୍ବାନ ପତ୍ରିକାରେ ପ୍ରକାଶିତ ବୁଧବାର ଏହି ଅଧ୍ୟୟନ ପ୍ରକାଶ ପାଇଛି।

ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ତୁରନ୍ତ ନୀତିଗତ କାର୍ଯ୍ୟାନୁଷ୍ଠାନ ବିନା ପ୍ଲାଷ୍ଟିକ ମହାସାଗରରେ ପ୍ରବେଶ କରୁଥିବା ହାର ବର୍ତ୍ତମାନ ଏବଂ ୨୦୪୦ ମଧ୍ୟରେ ପ୍ରାୟ ୨.୬ରୁ ୩ ଗୁଣା ବୃଦ୍ଧି ପାଇପାରେ। ପୃଥିବୀର ସମୁଦ୍ର କୂଳରେ ପ୍ଲାଷ୍ଟିକ ସାନ୍ଦ୍ରତା ତ୍ୱରାନ୍ବିତ ହେବା ନେଇ ଅନ୍ତର୍ଜାତୀୟ ନୀତିର ଆବଶ୍ୟକତା ରହିଛି।

୫ ଗିରେସ ଇନଷ୍ଟିଚ୍ୟୁଟର ଅନୁସନ୍ଧାନ ଏବଂ ନବସୃଜନ ନିର୍ଦ୍ଦେଶକ ତଥା ରିପୋର୍ଟର ଲେଖକ ଲିସା ଏର୍ଡଲେ ସ୍ପଷ୍ଟ କରିଛନ୍ତି ଯେ ପ୍ରତିବର୍ଷ କେବଳ ୯ ପ୍ରତିଶତ ଗ୍ଲୋବାଲ ପ୍ଲାଷ୍ଟିକ ପୁନଃବ୍ୟବହାର କରାଯାଏ। ସେ କହିଛନ୍ତି ଯେ ଥରେ ପ୍ଲାଷ୍ଟିକ ସମୁଦ୍ରରେ ପ୍ରବେଶ କଲା ପରେ ଏହା କ୍ଷୟ ହୁଏ ନାହିଁ ବରଂ ଛୋଟ ଛୋଟ ଖଣ୍ଡରେ ଭାଙ୍ଗିବାକୁ ଲାଗେ।

ତେଣୁ, ସମୁଦ୍ରରେ କେତେ ପ୍ଲାଷ୍ଟିକ ଅଛି ତାହା ଜାଣିବା କଷ୍ଟକର। ଏରଡଲେ କହିଛନ୍ତି, ମହାସାଗର ଏକ ଜଟିଳ ସ୍ଥାନ। ସେଠାରେ ଅନେକ ସମୁଦ୍ର ସ୍ରୋତ ଅଛି, ପାଣିପାଗ କାରଣରୁ ଏବଂ ଭୂମିରେ ଅବସ୍ଥା ଯୋଗୁ ସମୟ ସହିତ ପରିବର୍ତ୍ତନ ଆସିଛି।

ଅଧିକନ୍ତୁ, ଅନୁସନ୍ଧାନକାରୀମାନେ ସୂଚାଇ ଦେଇଛନ୍ତି ଯେ ସମୁଦ୍ର ପ୍ଲାଷ୍ଟିକର ସର୍ବାଧିକ ପରିମାଣ ବର୍ତ୍ତମାନ ଉତ୍ତର ଆଟଲାଣ୍ଟିକ ସମୁଦ୍ରରେ ଅଛି । ସେମାନେ କହିଛନ୍ତି ଯେ ଭୂମଧ୍ୟସାଗର, ଭାରତ ମହାସାଗର, ଦକ୍ଷିଣ ଆଟଲାଣ୍ଟିକ ଏବଂ ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଅଧିକ ତଥ୍ୟ ଆବଶ୍ୟକ।

କାଲିଫର୍ନିଆର ପ୍ଲାଷ୍ଟିକ ପ୍ରଦୂଷଣ ଅନୁସନ୍ଧାନର ମ୍ୟୁର ଇନଷ୍ଟିଚ୍ୟୁଟର ଅନୁସନ୍ଧାନ ବୈଜ୍ଞାନିକ ୱିନ କାଉଗର୍‌ କହିଛନ୍ତି ଯେ ଏହି ଅନୁସନ୍ଧାନ ସମୁଦ୍ରର ପ୍ଲାଷ୍ଟିକ ମାପିବା ତଥା ସମସ୍ୟାର ପ୍ରକୃତ ସମାଧାନର ଆବଶ୍ୟକତାକୁ ଦର୍ଶାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ନିଅଁା

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ। ଶନିବାର ପୁଣି ମେଡିକାଲରେ ଶଟ୍‌ସର୍କିଟରୁ ନିଅଁା ଲାଗିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ମେଡିକାଲର ପ୍ଲାଷ୍ଟିକ ସର୍ଜରି…

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri