ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ ଏବେ କୁଢ଼କୁଢ଼ ଅଳିଆ ଗଦାକୁ ନେଇ ବଢ଼ିଛି ଚିନ୍ତା। ପରିବେଶ ଦୂଷିତ ସହ ବିଭିନ୍ନ ଦୋକାନ, ଓ ହୋଟେଲଗୁଡ଼ିକରୁ ବାହାରୁଥିବା ପ୍ଲାଷ୍ଟିକ୍‌, ପଲିଥିନ, କାଗଜ ଚା’କପ, ଅଇଁଠା ଖଲିପତ୍ର ସହ ଥର୍ମାକୋଲ ଥାଳି ଆଦି ପରିବେଶ ଦୂଷିତକୁ ଦ୍ବିଗୁଣିତ କରୁଛି। ଏକ ଘରୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମ୍ମୁଖ ରାଜପଥକୁ ଏବେ ଡମ୍ପିଂୟାର୍ଡ ଭାବେ ବ୍ୟବହାର କରାଯାଉଥିବା ବାଟୋଇମାନେ ଅଭିଯୋଗ କରୁଛନ୍ତି ସେଠାରେ ଦୈନିକ ଉକ୍ତ ପ୍ଲାଷ୍ଟିକକୁ ଖାଇ ଗୋରୁ ବିଭିନ୍ନ ରୋଗର ଶିକାର ହେବା ସହ ଅକାଳରେ ମୃତ୍ୟୁ ହେଉଥିବା ଅଭିଯୋଗ ହେଉଛି। ଏଥିପ୍ରତି ପଞ୍ଚାୟତ ଓ ପୋଲିସ ପ୍ରଶାସନ ଦୃଢ଼ ପଦକ୍ଷେପ ନେଇ ପରିବେଶ ଦୂଷିତ କରୁଥିବା ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।

Dharitri –Odisha’s No.1 Trusted Odia Daily