ବାସୁଦେବପୁର ୫।୯(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କିଷ୍ମତକୃଷ୍ଣପୁର ପଞ୍ଚାୟତରେ ବହୁମା ଘେରି ପ୍ରାଥମିକ ବିଦ୍ୟାଳୟରେ ଗୁରୁ ଦିବସ ଅବସରରେ ହଠାତ୍ ସ୍କୁଲ ଛାତ ଖସି ପଡିବାରୁ ୩ ଜଣ ଛାତ୍ରୀ ଆହତ ହୋଇଛନ୍ତି। ଆହତ ଛାତ୍ରୀମାନେ ହେଲେ ବାଲ ବାଟିକା (ଶିଶୁ ବାଟିକା) ଶ୍ରେଣୀ ଶଙ୍କୁନ୍ତଳା ମଣ୍ଡଳ, ଶୁଭଶ୍ରୀ କଳା, ତୃତୀୟ ଶ୍ରେଣୀର ଛାତ୍ରୀ ଶ୍ରାବଣୀ କଳା। ଏହି ଛାତ୍ରୀଙ୍କ ମୁଣ୍ଡ ଓ ଦେହ ରେ କିଛି ଅଂଶରେ କ୍ଷତ ସୃଷ୍ଟି ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଛାତ୍ରୀମାନେ ସୁସ୍ଥ ଥିବା ଜଣାପଡିଛି। ଏହି ଅସୁରକ୍ଷିତ ଶ୍ରେଣୀ ଗୃହ ଛାତକୁ ଭାଙ୍ଗିବା ପାଇଁ ଏକାଧିକ ଥର ବିଇଓ, ଜିଲାପାଳ ଓ ବ୍ଲକ ଜନ ଶୁଣାଣିରେ ପ୍ରଧାନ ଶିକ୍ଷକ ଲିଖିତ ଭାବେ ଜଣାଇଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ମାଝୀ କହିଛନ୍ତି। ତେବେ ଏହାକୁ ନେଇ ପ୍ରଶାସନ ଓ ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ଦାବି ହୋଇଛି।